ETV Bharat / bharat

ଶାହିନବାଗ ପ୍ରଦର୍ଶନକାରୀଙ୍କ ପକ୍ଷ ଜାଣିବା ପାଇଁ ବାର୍ତ୍ତାକାର ନିଯୁକ୍ତ - verdict on shaheen bagh

ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଶାହିନବାଗ ଅଞ୍ଚଳରେ ଜାରି ପ୍ରଦର୍ଶନକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ମାମଲାର ସମାଧାନ ପାଇଁ ସର୍ବୋଚ୍ଚ କୋର୍ଟ ଜଣେ ବାର୍ତ୍ତାକାରଙ୍କୁ ନିଯୁକ୍ତ କରିଛନ୍ତି । ଅଧିକ ପଢନ୍ତୁ...

shaheen-bagh
ଶାହିନବାଗ ପ୍ରଦର୍ଶନକାରୀ
author img

By

Published : Feb 17, 2020, 5:30 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ଦିଲ୍ଲୀର ଶାହିନବାଗ ଅଞ୍ଚଳରେ ଜାରି ପ୍ରଦର୍ଶନକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ମାମଲାର ସମାଧାନ ପାଇଁ ସର୍ବୋଚ୍ଚ କୋର୍ଟ ଜଣେ ବାର୍ତ୍ତାକାରଙ୍କୁ ନିଯୁକ୍ତ କରିଛନ୍ତି । ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଏବଂ ସାଧନା ରାମଚନ୍ଦ୍ରନଙ୍କୁ ସୁପ୍ରିମକୋର୍ଟ ବାର୍ତ୍ତାକାର ରୂପେ ନିଯୁକ୍ତି ଦେଇଛନ୍ତି । ସେମାନେ ଶାହିନବାଗ ଆନ୍ଦୋଳକାରୀଙ୍କ ସହ ଆଲୋଚନା କରିବେ ଏବଂ ସେମାନଙ୍କର ସମସ୍ୟା ସମ୍ବନ୍ଧରେ କୋର୍ଟଙ୍କୁ ଅବଗତ କରାଇବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ 24 ରେ ହେବ ।

ଅନ୍ୟପକ୍ଷରେ ଏହି ପ୍ରଦର୍ଶନକୁ ନେଇ ଶୁଣାଣି ସମୟରେ କଡା ପ୍ରତିକ୍ରିୟା ରଖିଥିଲେ ସୁପ୍ରିମକୋର୍ଟ । ଲୋକଙ୍କୁ ବିରୋଧ କରିବାର ଅଧିକାର ରହିଛି । ଗଣତନ୍ତ୍ର ସମସ୍ତଙ୍କ ପାଇଁ ରହିଛି । କିନ୍ତୁ ଏଥିପାଇଁ ରାସ୍ତା ବନ୍ଦ କରିବା ଅନୁଚିତ ବୋଲି ଅଦାଲତ କହିଥିଲେ ।

ସୂଚନାଯୋଗ୍ୟ, ଶାହିନ ବାଗରୁ ଆନ୍ଦୋଳନକୁ ହଟାଇବା ଉଦ୍ଦେଶ୍ୟରେ ଡ. ନନ୍ଦ କିଶୋର ଗର୍ଗ ଏବଂ ଅମିତ ଶାହାଣି ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଶାହିନ ବାଗରେ ଆନ୍ଦୋଳନ ବେଆଇନ ବୋଲି ସେମାନେ ଦର୍ଶାଇଥିଲେ । ‌ଯାହାକୁ ନେଇ ସୁପ୍ରିମକୋର୍ଟ ସୋମବାର ଏହି ମାମଲାର ଶୁଣାଣି କରିଛନ୍ତି । ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦୁଇ ମାସ ଧରି ଶାହିନ ବାଗ୍‌ରେ ଆନ୍ଦୋଳନ ଚାଲି ଆସୁଛି । ଏହା ଫଳରେ ଦିଲ୍ଲୀରେ ରାସ୍ତା ଅବରୋଧ ସମସ୍ୟା ଉପୁଜିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.