ନୂଆଦିଲ୍ଲୀ: ଆସନ୍ତାକାଲି (ସୋମବାର) ସୁପ୍ରିମକୋର୍ଟରେ ଅନୁସୂଚିତ ଜାତି ଓ ଜନଜାତି ଆଇନ 2018କୁ ଚ୍ୟାଲେଞ୍ଜ କରୁଥିବା ଏକ ଯାଚିକାର ଶୁଣାଣି କରାଯିବ । ଏହି ଆଇନ ଅଧୀନରେ ଅନୁସୂଚିତ ଜାତି ଓ ଜନଜାତି ଲୋକମାନଙ୍କ ସହ କରାଯାଉଥିବା ବିଭିନ୍ନ ଅପରାଧରେ ଅଭିଯୁକ୍ତଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରାଯାଇପାରିବ ନାହିଁ ବୋଲି ଉଲ୍ଲେଖ ରହିଛି ।
ଗତ 2018 ମସିହା ଅଗଷ୍ଟ 3 ତାରିଖରେ ଅନୁସୂଚିତ ଜାତି ଓ ଜନଜାତି ଆଇନକୁ ଲୋକସଭାରେ ଆଗତ କରାଯାଇଥିଲା । ଏହାପରେ ଏଥିରେ ଉଲ୍ଲେଖ ଥିବା ଜାମିନ ବିରୋଧୀ ନିୟମ ପାଇଁ ଏହା ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା ।