ନୂଆଦିଲ୍ଲୀ: କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସମେତ ସବୁ ରାଜ୍ୟ ସରକାର ମଧ୍ୟ ବହୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏସବୁ ସତ୍ତ୍ବେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା 391 ଛୁଇଁଲାଣି । ଏଥିମଧ୍ୟରେ କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବାକୁ ସୋମବାର ଫୁଲକୋର୍ଟ ବୈଠକ ଡକାଯାଇଛି ।
ସୂଚନା ଅନୁଯାୟୀ, କୋରୋନାକୁ ଦେଖି ଚାରି ସପ୍ତାହ ପର୍ଯ୍ୟନ୍ତ କୋର୍ଟ ବନ୍ଦ କରିବାକୁ SCBA ପକ୍ଷରୁ ପରାମର୍ଶ / ଅନୁରୋଧ କରାଯାଇଥିଲା । ଯାହାର ବିଚାର କରିବାକୁ ଯାଇ ସୋମବାର ମଧ୍ୟାହ୍ନ 12:30ରେ ଏହି ବୈଠକ ହେବାକୁ ଯାଉଛି । ଯେଉଁଥିରେ କୋରୋନା ବିସ୍ତାରକୁ ରୋକିବା ପାଇଁ ଆଲୋଚନା କରାଯିବ ।