ETV Bharat / bharat

ଅଯୋଧ୍ୟା ମାମଲା: ଆଜି ସମୀକ୍ଷା ଆବେଦନର ଶୁଣାଣି - ଅଯୋଧ୍ୟା ମାମଲା

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ହୋଇଥିବା ସମୀକ୍ଷା ଆବେଦନଗୁଡିକ ଉପରେ ଆଜି ଶୁଶାଣି କରିବେ ସୁପ୍ରିମକୋର୍ଟ ।

ayodhya-case
ଫାଇଲ ଫଟୋ
author img

By

Published : Dec 12, 2019, 9:10 AM IST

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ହୋଇଥିବା ସମୀକ୍ଷା ଆବେଦନଗୁଡିକ ଉପରେ ଆଜି ଶୁଶାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ 5 ଜଣିଆ ସମ୍ବିଧାନିକ ପୀଠ ଅପରାହ୍ନ 1.40 ସମୟରେ 18ଟି ସମୀକ୍ଷା ଆବେଦନ ଉପରେ ଶୁଣାଣି କରିବେ । ସମ୍ବିଧାନିକ ପୀଠରେ ପ୍ରଧାନ ବିଚାରପତିଙ୍କ ସମେତ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଏସଏ ନଜିର, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ସଞ୍ଜୀବ ଖନ୍ନା ରହିଛନ୍ତି । ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କୁ ଛାଡି ବାକି ସମସ୍ତେ ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରିଥିବା ସମ୍ବିଧାନିକ ପୀଠରେ ଥିଲେ । ଜଷ୍ଟିସ ଖନ୍ନାଙ୍କୁ ନଭେମ୍ବର 17ରେ ଅବସର ନେଇଥିବା ରଞ୍ଜନ ଗୋଗାଇଙ୍କ ସ୍ଥାନରେ ସାମିଲ କରାଯାଇଛି ।

ସମୀକ୍ଷା ଆବେଦନଗୁଡିକୁ ଖୋଲା ଅଦାଲତରେ ଶୁଣାଣି କରାଯିବ କି ନାହିଁ ସେ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ 5 ଜଣିଆ ଖଣ୍ଡପୀଠ ନିଷ୍ପତ୍ତି ନେବେ । ସମୀକ୍ଷା ଆବେଦନଗୁଡିକକୁ ଖୋଲା କୋର୍ଟରେ ଶୁଣାଣି ନିମନ୍ତେ ଯଦି ସୁପ୍ରିମକୋର୍ଟ ନିଷ୍ପତ୍ତି ନିଅନ୍ତି ତେବେ ସମସ୍ତ ପକ୍ଷଙ୍କ ଯୁକ୍ତିଙ୍କୁ ପୁନର୍ବାର ଉପସ୍ଥାପନା କରାଯିବ । ଯଦି ସୁପ୍ରିମକୋର୍ଟ ଖୋଲା ଅଦାଲତରେ ଶୁଣାଣି କରିବାକୁ ମନା କରନ୍ତି ତେବେ ସମୀକ୍ଷା ଆବେଦନଗୁଡିକୁ ଗୁରୁବାର ଖାରଜ କରିଦିଆଯିବ ।

ସୂଚନାଯୋଗ୍ୟ ଯେ, ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ଵାଧୀନ ସାମ୍ବିଧାନିକ ଖଣ୍ଡପୀଠ ନଭେମ୍ବର ୯ରେ ସର୍ବସମ୍ମତି କ୍ରମେ ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରିଥିଲେ । ୨.୭୭ ଏକର ବିବାଦୀୟ ଜମିକୁ ରାମଲଲାକୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏଥି ସହ ଅଯୋଧ୍ୟାରେ ଅନ୍ୟତ୍ର ମସଜିଦ୍ ନିର୍ମାଣ ଲାଗି ୫ ଏକର ଜମି ଦେବାକୁ କେନ୍ଦ୍ର ସରକାର ଓ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.