ETV Bharat / bharat

ନିଜ ପଦରେ ଅଧିକ ସମୟ ରହିପାରିବେନି ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ: ସୁପ୍ରିମକୋର୍ଟ - ସିବିଆଇ

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ସମୟରେ ଆମେ ସିବିଆଇ ନିଯୁକ୍ତିରେ ପାରଦର୍ଶିତାକୁ ନେଇ କୌଣସି ଗାଇଡଲାଇନ ଜାରି କରି ପାରିବୁ ନାହିଁ । ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ପରେ କୌଣସି ଅଭିଯୋଗ ଥିଲା ପୁଣିଥରେ କୋର୍ଟ ଆସି ପାରିବେ । କୋର୍ଟ କହିଛନ୍ତି ଯେ ଅନ୍ତରୀଣ ନିର୍ଦ୍ଦେଶକ ପରିବର୍ତ୍ତେ ନିର୍ଦ୍ଦେଶକଙ୍କ ନିଯୁକ୍ତି କରିବା ଉଚିତ ଥିଲା ।

ଫାଇଲ ଫଟୋ
author img

By

Published : Feb 2, 2019, 8:30 AM IST

ନୂଆଦିଲ୍ଲୀ: ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଏମ ନାଗେଶ୍ବର ରାଓଙ୍କ ନିଯୁକ୍ତକୁ ନେଇ ସୁପ୍ରିମକୋର୍ଟରୁ ବଡ ବୟାନ ଆସିଛି । ନାଗେଶ୍ବର ରାଓ ବହୁଦିନ ଧରି ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ପଦ ରହିଆସୁଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କୋର୍ଟ । କୋର୍ଟ କହିଛନ୍ତି ଯେ ଅନ୍ତରୀଣ ନିର୍ଦ୍ଦେଶକଙ୍କୁ ୫-୭ ଦିନରୁ ଅଧିକ ସମୟ ଦିଆଯାଇ ହେବନାହିଁ । ସେ ବହୁ ସମୟ ଧରି ଏହି ପଦରେ ରହି ପାରିବେ ନାହିଁ । ଅନ୍ୟପଟେ ସିବିଆଇର ନୂଆ ନିର୍ଦ୍ଦେଶକ ନିଯୁକ୍ତି ନ ହୋଇପାରିବାରୁ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ସମୟରେ ଆମେ ସିବିଆଇ ନିଯୁକ୍ତିରେ ପାରଦର୍ଶିତାକୁ ନେଇ କୌଣସି ଗାଇଡଲାଇନ ଜାରି କରି ପାରିବୁ ନାହିଁ । ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ପରେ କୌଣସି ଅଭିଯୋଗ ଥିଲା ପୁଣିଥରେ କୋର୍ଟ ଆସି ପାରିବେ । କୋର୍ଟ କହିଛନ୍ତି ଯେ ଅନ୍ତରୀଣ ନିର୍ଦ୍ଦେଶକ ପରିବର୍ତ୍ତେ ନିର୍ଦ୍ଦେଶକଙ୍କ ନିଯୁକ୍ତି କରିବା ଉଚିତ ଥିଲା । କେନ୍ଦ୍ର ସରକାରଙ୍କୁ ଜଣାଥିଲା ଜାନୁଆରୀ ୩୧ରେ ସିବିଆଇ ନିର୍ଦ୍ଦେଶକ ଅବସର ନେବେ । ଅନ୍ତରୀଣ ନିର୍ଦ୍ଦେଶକ ରଖିବା କୌଣସି ନିଯୁକ୍ତି ନୁହଁ । ବର୍ତ୍ତମାନ ସମୟରେ ସିବିଆଇ ଭିତରେ ସବୁକିଛି ଠିକ ଚାଲୁ ନାହିଁ ବୋଲି କୋର୍ଟ କହିଛନ୍ତି ।

ଏହାପୂର୍ବରୁ ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ବର ରାଓଙ୍କ ନିଯୁକ୍ତି ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ଯାହା ଉପରେ ଶୁଣାଣି କରି କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି ।

undefined

ସୂଚନାଯୋଗ୍ୟ, ସିବିଆଇର ମୁଖ୍ୟ ଭାବେ କାର୍ଯ୍ୟକରୁଥିବା ଆଲୋକ ବର୍ମାଙ୍କୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ଚୟନ ସମିତି ତାଙ୍କୁ ପଦଚ୍ୟୁତ କରିଥିଲେ । ଯାହାକୁ ନେଇ ବହୁ ବିବାଦ ଦେଖା ଦେଇଥିଲା । ଏହା ପରେ ଆଇପିଏସ ଅଫିସର ଏମ.ନାଗେଶ୍ବର ରାଓ ପୁଣିଥରେ ଗତ ଜାନୁୟାରୀ ମାସରେ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା ।

Intro:Body:

ନିଜ ପଦରେ ଅଧିକ ସମୟ ରହିପାରିବେନି ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ: ସୁପ୍ରିମକୋର୍ଟ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.