ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋରୋନାକୁ ନେଇ ସ୍ଥିତି ଗମ୍ଭୀର ରହିଛି । ସାରାଦେଶରେ ଲାଗୁ ହୋଇଛି ଲକ ଡାଉନ । ଭୂତାଣୁ ସଂକ୍ରମଣର ଆଶଙ୍କାରେ ଲୋକେ ଆତଙ୍କିତ ଅଛନ୍ତି । ଏପରି ସମୟରେ ଲୋକଙ୍କୁ ଅଧିକ ଭୟଭୀତ ନକରିବାକୁ ସୁପ୍ରିମକୋର୍ଟ ସମସ୍ତ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି ।
ବୁଧବାର ଦେଶର ସମସ୍ତ ଗଣମାଧ୍ୟମକୁ ସୁପ୍ରିମକୋର୍ଟ କହିଛନ୍ତି ଯେ ନିଜ ଦାୟିତ୍ବବୋଧ ବଜାୟ ରଖନ୍ତୁ । କର୍ତ୍ତବ୍ୟ ପ୍ରତି ସଚେତନ ରୁହନ୍ତୁ । ଲୋକଙ୍କୁ ଅଯଥା ଖବର ପରିବେଷଣ କରି ଭୟଭୀତ କରନ୍ତୁ ନାହିଁ । ଯେଉଁ ଖବରର ସତ୍ୟତା କିମ୍ବା ବୈଧତା ନାହିଁ ତାହାକୁ ପ୍ରସାରଣ କରି ଲୋକଙ୍କୁ ଡରାନ୍ତୁ ନାହିଁ । ଉପଯୁକ୍ତ ଖବର ଉପରେ ଗୁରୁତ୍ବ ଦିଅନ୍ତୁ ।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶ ସମସ୍ତ ମିଡିଆ ପାଇଁ ଉଦ୍ଦିଷ୍ଟ ଥିବା ଜଣାପଡିଛି । ପ୍ରିଣ୍ଟ, ଇଲେକ୍ଟ୍ରୋନିକ ଏବଂ ସୋସିଆଲ ମିଡିଆକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।