ETV Bharat / bharat

ଦିଲ୍ଲୀରେ ଅଡ ଇଭେନ ଯୋଜନା ପାଇଁ ସୁପ୍ରିମକୋର୍ଟଙ୍କ ନୋଟିସ - ଦିଲ୍ଲୀରେ ଅଡ ଇଭେନ ଯୋଜନା ପାଇଁ ସୁପ୍ରିମକୋର୍ଟଙ୍କ ନୋଟିସ

ଦିଲ୍ଲୀ ସରକାରଙ୍କ ଅଡ ଇଭେନ ଯୋଜନାକୁ ଧକ୍କା । ଏହି ଯୋଜନା ବିରୋଧରେ ହୋଇଥିବା ମାମଲାର ଶୁଣାଣି କରି ଦିଲ୍ଲୀ ସରକାର, କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଫଟୋ
author img

By

Published : Nov 13, 2019, 5:35 PM IST

ନୂଆଦିଲ୍ଲୀ: ଅଡ-ଇଭେନ ଯୋଜନାକୁ ନେଇ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମ କୋର୍ଟ । ଏହା ସହିତ ସୁପ୍ରିମକୋର୍ଟ ବାୟୁ ପ୍ରଦୂଷଣର ମାନ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରି ଦାଖଲ କରିବାକୁ ମଧ୍ୟ ଦିଲ୍ଲୀ ସରକାର, କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିଛନ୍ତି କି, ଆମକୁ ପ୍ରଦୂଷଣର ମାତ୍ରା ନଭେମ୍ବର ପର୍ଯ୍ୟନ୍ତ ଦରକାର। କେବଳ ଏ ବର୍ଷର ନୁହେଁ, ଗତ ବର୍ଷର ମଧ୍ୟ ଏହାର ରିପୋର୍ଟ ଆମର ଆବଶ୍ୟକ ରହିଛି । ଏହାର ତାଳମେଳ ପରେ ଏହି ଅଡ-ଇଭେନ ଲାଗୁ କରିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଥିଲେ।

ଦିଲ୍ଲୀ ସରକାରଙ୍କ ଏହି ଯୋଜନା ବିରୋଧରେ ସର୍ବୋଚ୍ଚ କୋର୍ଟରେ ମାମଲା ଦାଖଲ ହୋଇଥିଲା । ଏହାର ଶୁଣାଣି କରି ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଥିଲେ। ସେପଟେ ଦିଲ୍ଲୀ ସରକାର କହିଛନ୍ତି ଏହି ଭୟାବହ ବାୟୂ ପ୍ରଦୁଷଣକୁ ରୋକିବାରେ ଏହା ବେଶ ସହାୟକ ହେବ। ଏହାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଶୁକ୍ରବାର ହେବ ବୋଲି ଜଣାପଡ଼ିଛି।

Intro:Body:

national issue

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.