ETV Bharat / bharat

କୃଷି ଆଇନ ବିରୋଧରେ ଯାଚିକା, କେନ୍ଦ୍ରକୁ ଜବାବ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Oct 12, 2020, 2:51 PM IST

କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ନେଇ ରାଜନୈତିକ ମାହୋଲ୍ ସରଗରମ୍ ରହିଛି। ମୋଦି ସରକାର ଆଣିଥିବା ଏହି ଆଇନକୁ ଅନେକ ବିରୋଧୀ ଦଳ ଏବଂ କୃଷକ ସଂଗଠନ ବିରୋଧ କରୁଛନ୍ତି।

କୃଷି ଆଇନ ବିରୋଧରେ ଯାଚିକା
କୃଷି ଆଇନ ବିରୋଧରେ ଯାଚିକା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ନେଇ ରାଜନୈତିକ ମାହୋଲ୍ ସରଗରମ୍ ରହିଛି। ମୋଦି ସରକାର ଆଣିଥିବା ଏହି ଆଇନକୁ ଅନେକ ବିରୋଧୀ ଦଳ ଏବଂ କୃଷକ ସଂଗଠନ ବିରୋଧ କରୁଛନ୍ତି। ଏହି ସମୟରେ ରାଜ୍ୟସଭା ସାଂସଦ ମନୋଜ ଝା ଏବଂ ଟି. ଶିବା ଏହି ଆଇନ ବିରୋଧରେ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ । ବର୍ତ୍ତମାନ ଏହି ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଦେଇଛନ୍ତି।

ସୋମବାର ଶୁଣାଣି ପରେ ସୁପ୍ରିମକୋର୍ଟ ଆବେଦନକାରୀ ଉଠାଇଥିବା ପ୍ରସଙ୍ଗରେ ଉତ୍ତର ଦେବାକୁ କହିଛନ୍ତି। କେବଳ ଏତିକି ନୁହେଁ, କୃଷି ଆଇନ୍ ବିରୋଧରେ ଦେଶର ସମସ୍ତ ହାଇକୋର୍ଟରେ ଦାଖଲ ହୋଇଥିବା ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ସୁପ୍ରିମକୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ କହିଛନ୍ତି।

ନିକଟ ଅତୀତରେ ମୋଦି ସରକାର ତିନୋଟି କୃଷି ଆଇନ ପ୍ରଣୟନ କରିଥିଲେ। ଯେଉଁଥିରେ ମଣ୍ଡି ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା ଫଳରେ ବର୍ତ୍ତମାନ କୃଷକ ଯେକୌଣସି ସ୍ଥାନରେ ନିଜ ଫସଲ ବିକ୍ରି କରିପାରିବେ । ଏଥିସହ କୃଷକ ସିଧାସଳଖ ଘରୋଇ କମ୍ପାନୀ ଗୁଡିକ ସହିତ ଆପୋଷ ବୁଝାମଣା କରିପାରିବେ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ଦଳ ଏହି ଆଇନ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ରାହୁଲ ନିକଟରେ ପଞ୍ଜାବରେ ତିନି ଦିନ ଧରି ଏକ ଟ୍ରାକ୍ଟର ରାଲି କରିଥିଲେ ପରେ ହରିୟାଣା ଏବଂ ଦିଲ୍ଲୀରେ ମଧ୍ୟ ଏହି କୃଷି ଆଇନକୁ ବିରୋଧ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.