ETV Bharat / bharat

ମଧ୍ୟପ୍ରଦେଶ ମାମଲା: କମଲନାଥ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ, କାଲି ହେବ ଶୁଣାଣି

author img

By

Published : Mar 17, 2020, 12:42 PM IST

ମଧ୍ୟପ୍ରଦେଶ ସରକାରଙ୍କ ଶକ୍ତି ପରୀକ୍ଷଣକୁ ନେଇ ଦାଖଲ ଯାଚିକା ଉପରେ ବୁଧବାରକୁ ଘୁଞ୍ଚିଲା ଶୁଣାଣି । କମଲନାଥ ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ନୋଟିସ ଜାରି । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ମାମଲା: କମଲନାଥ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ, କାଲି ହେବ ଶୁଣାଣି
ମଧ୍ୟପ୍ରଦେଶ ମାମଲା: କମଲନାଥ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ, କାଲି ହେବ ଶୁଣାଣି

ଭୋପାଳ: ମଧ୍ୟପ୍ରଦେଶରେ କମଲନାଥ ସରକାରଙ୍କ ବହୁମତ ପରୀକ୍ଷଣକୁ ନେଇ ସସପେନ୍ସ ଏବେ ବି ଜାରି ରହିଛି । ବହୁମତ ପରୀକ୍ଷଣକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଯାଚିକାର ଶୁଣାଣି ବୁଧବାରକୁ ଘୁଞ୍ଚିଛି । ବୁଧବାର ସକାଳ 10.30ରେ ବିଜେପି ପକ୍ଷରୁ ଦାଖଲ ଯାଚିକା ଉପରେ ଶୁଣାଣି କରିବେ କୋର୍ଟ । ଏହାସହ ସର୍ବୋଚ୍ଚ ଅଦାଲତ ମଧ୍ୟପ୍ରଦେଶ ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି ।

ମଙ୍ଗଳବାର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଆଦେଶ ସତ୍ତ୍ବେ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଏନ.ପି ପ୍ରଜାପତି ବହୁମତ ପରୀକ୍ଷଣ ନ କରାଇବା ସହ କୋରୋନା ଭାଇରସ ପ୍ରକୋପକୁ ଦର୍ଶାଇ ଗୃହକୁ 26 ମାର୍ଚ୍ଚ ଯାଏଁ ସ୍ଥଗିତ କରିଦେଇଥିଲେ । ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ବରେ ବିଜେପିର 106 ବିଧାୟକ ରାଜ୍ୟପାଳଙ୍କୁ ଭେଟିବା ସହ ସୁପ୍ରିମ କୋର୍ଟରେ ଏକ ଯାଚିକ ଦାଖଲ କରିଥିଲେ । ଏହାର ଶୁଣାଣି କୋର୍ଟ ବୁଧବାରକୁ ଘୁଞ୍ଚାଇବା ସହ କମଲନାଥ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.