ETV Bharat / bharat

ରାଜସ୍ଥାନ ବାଚସ୍ପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ - ବିଏସପି ବିଧାୟକଙ୍କ ଦଳ ବଦଳ ପ୍ରସଙ୍ଗ

ବହୁଜନ ସମାଜବାଦୀ ପାର୍ଟିର 6 ବିଧାୟକ କଂଗ୍ରେସର ସାମିଲ ହେବା ଘଟଣାରେ ରାଜସ୍ଥାନ ବାଚସ୍ପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ । ଅଧିକ ପଢନ୍ତୁ....

ରାଜସ୍ଥାନ ବାଚସ୍ପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

author img

By

Published : Jan 7, 2021, 4:18 PM IST

ଜୟପୁର: ବହୁଜନ ସମାଜବାଦୀ ପାର୍ଟିର 6 ବିଧାୟକ କଂଗ୍ରେସର ସାମିଲ ହେବା ଘଟଣାରେ ରାଜସ୍ଥାନ ବାଚସ୍ପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ । ବିଧାୟକଙ୍କ ଦଳବଦଳ ମାମଲାରେ ବିସ୍ତୃତ ତଥ୍ୟ ରଖିବାକୁ ନୋଟିସରେ କୁହାଯାଇଛି । ରାଜସ୍ଥାନ ବାଚସ୍ପତିଙ୍କ ସହ ମୁଖ୍ୟ ସଚିବ ଓ ଦଳ ବଦଳାଇଥିବା ବିଏସପିର 6 ବିଧାୟକଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ଅବଦୁଲ୍ଲୁ ନଜିର ଓ ଜଷ୍ଟିସ କେ ଏମ ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ନୋଟିସ ଜାରି କରିଛନ୍ତି ।

ଏହି ମାମଲା ପୂର୍ବରୁ ରାଜସ୍ଥାନ ହାଇକୋର୍ଟଙ୍କ ନିକଟରେ ଆବେଦନ ହୋଇଥିବା ବେଳେ କୋର୍ଟ ଏହାର ସମାଧାନ କରିବା ପାଇଁ ବାଚସ୍ପତିଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରିଥିଲେ । ପରେ କିନ୍ତୁ ବାଚସ୍ପତିଙ୍କ ପକ୍ଷରୁ ଏହାର ସମାଧାନ କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେବା ସହ ମାମଲା ସୁପ୍ରିମକୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲା ।

ଦଳବଦଳ ନେଇ ବିଏସପି ଓ ଏସଏସପି ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ କୋର୍ଟ ଏହି ନୋଟିସ ଜାରି କରିଛନ୍ତି । ବିଏସପି ସହ ସ୍ବର ମିଳାଇଛି ଏସଏସପି । ବିଏସପିରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ କ୍ଷମତା ଲୋଭରେ କଂଗ୍ରେସରେ ସାମିଲ ହୋଇଛନ୍ତି । ସେହିପରି କଂଗ୍ରେସ ରାଜ୍ୟରେ କ୍ଷମତାରେ ଥିବାରୁ ବିଧାୟକ ମାନଙ୍କୁ ଦଳ ବଦଳାଇବା ପାଇଁ ପ୍ରଲୋଭିତ କରୁଥିବା କଥା ମଧ୍ୟ ଅଭିଯୋଗ କରିଛି ଏଲଏସପି ।

ବିଧାୟକ ଦଳବଦଳ ମାମଲାରେ ବାଚସ୍ପତି କି ପ୍ରକାର ପଦକ୍ଷେପ ନେଇଛନ୍ତି ତାହା ଜଣାଇବା ପାଇଁ ନୋଟିସରେ କହିଛନ୍ତି ସର୍ବୋଚ୍ଚ କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.