ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଅଯୋଧ୍ୟା ମାମଲାର ଶୁଣାଣି । ତିନି ଦିନ ଛୁଟି ପରେ କୋର୍ଟରେ ଏହି ଶୁଣାଣି ଜାରି ରହିଛି ।
ଅଯୋଧ୍ୟା ମାମଲାରେ ଦୈନିକ ଶୁଣାଣିର ଆଜି ପଞ୍ଚମ ଦିନ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ 5 ଜଣିଆ ଖଣ୍ଡପୀଠ ମାମଲାର ଦୈନିକ ଶୁଣାଣି କରୁଛି । ଗତ ସପ୍ତାହର ଶେଷ ଶୁଣାଣିରେ ମୁସଲମାନ ପକ୍ଷକାର ରାଜୀବ ଧବନ ଏହି ପାଞ୍ଚ ଦିନ ଶୁଣାଣିର ବିରୋଧ କରିଥିଲେ ।