ETV Bharat / bharat

ଭାରତକୁ ଆସିଲା ପ୍ରଥମ ସୁପର କମ୍ପ୍ୟୁଟର - iit

ଉଦଘାଟିତ ହୋଇଯାଇଛି ଭାରତର ପ୍ରଥମ ସୁପର କମ୍ପ୍ୟୁଟର

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Feb 19, 2019, 11:38 PM IST

ବାରଣାସୀ: ଉଦଘାଟିତ ହୋଇଯାଇଛି ଭାରତର ପ୍ରଥମ ସୁପର କମ୍ପ୍ୟୁଟର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଇଆଇଟି ବିଏଚୟୁ, ବାରଣାସୀ ପରିସରରେ ଏହାକୁ ଆରମ୍ଭ କରିଛନ୍ତି । ନ୍ୟାସନାଲ କମ୍ପ୍ୟୁଟର ମିଶନରେ ପ୍ରସ୍ତୁତ ହୋଇଥିବା ଏହି କମ୍ପ୍ୟୁଟରକୁ ନେଇ ବେଶ ଆଶାବାଦୀ ଅଛନ୍ତି କେନ୍ଦ୍ର ସରକାର ।

କାରଣ ଫ୍ରାନ୍ସ ସହ ମିଶି ୪୫୦୦ କୋଟି ଟଙ୍କାରେ ଭାରତ ଏହି ବୁଝାମଣା ସ୍ଵାକ୍ଷର କରିଥିଲା । ମିଳିଥିବା ସୂଚନା ମୁତାବକ ଭାରତର ଆଡ଼ଭାନ୍ସ କମ୍ପ୍ୟୁଟିଙ୍ଗ ଡେଭଲପମେଣ୍ଟ ସେଣ୍ଟର ଓ ଫ୍ରାନ୍ସର ଆଇଟି ସର୍ଭିସ କମ୍ପାନୀ ଏଟୋସ ମଧ୍ୟରେ ଏକ ତିନିବର୍ଷିୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଆଉ ଏହି ଚୁକ୍ତିନାମା ଅନୁଯାୟୀ ଉଚ୍ଚ କ୍ଷମତାସମ୍ପନ୍ନ କମ୍ପ୍ୟୁଟରର ଡିଜାଇନ ଓ ଇଂସ୍ଟଲିଙ୍ଗ ଉପରେ କାର୍ଯ୍ୟ କରାଯିବ ।

ତେବେ ୪୫୦୦ କୋଟି ଟଙ୍କାରେ ହୋଇଥିବା ଏହି ଚୁକ୍ତି ଅନୁସାରେ ଦେଶର ବଡ ବଡ ଶିକ୍ଷାନୁଷ୍ଠାନମାନଙ୍କରେ ପାଖାପାଖି ୭୦ଟି ସୁପର କମ୍ପ୍ୟୁଟର ନିର୍ମାଣ କରାଯିବ। ଆଉ ଏହାରି ପରିପ୍ରେକ୍ଷୀରେ ଆଇଆଇଟି ବାରଣାସୀ କ୍ୟାମ୍ପସରେ ପ୍ରଥମ କମ୍ପ୍ୟୁଟର ଆରମ୍ଭ କରାଯାଇଛି। ବିଶେଷ କରି ବିଶ୍ୱରେ ଡିଜିଟାଲ ଟ୍ରାନ୍ସଫରମେସନ କ୍ଷେତ୍ରରେ ଆଗୁଆ ହେବାକୁ ଏହି ମିଶନ କରାଯାଉଛି ।

Intro:Body:

'ଇନ୍ଦିରା ଜୈସା ଫେସ୍, ପତି ପେ ଉସକା କେସ୍'

ନୂଆଦିଲ୍ଲୀ: ଟ୍ବିଟରରେ ଏଣ୍ଟ୍ରି କରୁ କରୁ ଟ୍ରେଣ୍ଡରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ତାଙ୍କର ଫଲୋୟର୍ସଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ହେଲେ ଘରେ ନ ପଶୁଣୁ ଚାଳ ବାଜିବା ଭଳି ଅବସ୍ଥା ହୋଇଛି ତାଙ୍କର । '#IndraJesaFacePatiPeUskeCase' ଏଭଳି ଢଙ୍ଗରେ ତାଙ୍କୁ ସ୍ବାଗତ କରାଯାଇଛି ।

ସୂଚନାଯୋଗ୍ୟ, ଟ୍ବିଟରରେ ଆକାଉଣ୍ଟ ଖୋଲିବାର ଦିନକ ମଧ୍ୟରେ ପ୍ରିୟଙ୍କାଙ୍କ ଅନୁଗାମୀଙ୍କ ସଂଖ୍ୟା 1 ଲକ୍ଷ 51 ହଜାରରେ ପହଞ୍ଚି ସାରିଲାଣି । ଯାହାକି ଏକ ରେକର୍ଡ଼ ସୃଷ୍ଟି କରିଛି । ତେବେ ଆସୁଆସୁ ତାଙ୍କୁ ଏହି ପ୍ଲାଟଫର୍ମରେ ଘେରିବା ଆରମ୍ଭ କରିଦେଲେଣି ସମାଲୋଚକ । #IndraJesaFacePatiPeUskeCase ଏହି ହାସ୍ ଟ୍ୟାଗ ବ୍ୟବହାର କରି ଦିଲ୍ଲୀ ବିଜେପି ମୁଖପାତ୍ର ତାଜିନ୍ଦର ପାଲ୍ ସିଂ ବାଗା ପ୍ରିୟଙ୍କାଙ୍କୁ କଟାକ୍ଷ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଅନେକ ୟୁଜର୍ସ ଏହାକୁ ବ୍ୟବହାର କରି କମେଣ୍ଟ ଏବଂ ରି-ଟ୍ବିଟ୍ କରିବାରେ ଲାଗିଛନ୍ତି । ଯାହାକି ଟପ୍ ଟ୍ରେଣ୍ଡରେ ଦୀର୍ଘ ସମୟ ଧରି ରହିଛି ।

କହିବାକୁ ଗଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜ ଜେଜେ ମା' ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ଭଳି ଦେଖାଯାଆନ୍ତି । ତେଣୁ ଅନେକ ସମର୍ଥକ ତାଙ୍କୁ ଦେବୀ ଦୁର୍ଗାଙ୍କ ସ୍ବରୂପ ଇତ୍ୟାଦି କହି ପୋଷ୍ଟର ମାରିଥିବାର ଗତକାଲି ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଥିଲା । ନୂଆକରି ତାଙ୍କୁ ଏଆଇସିସିର ସାଧାରଣ ସଂପାଦିକା ପଦ ଏବଂ ପୂର୍ବ ୟୁପିର ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ପ୍ରଦେଶରେ ତାଙ୍କର କ୍ରେଜ ବଢ଼ି ଚାଲିଥିବାବେଳେ ସ୍ବାମୀ ରବର୍ଟ ଭଦ୍ରା ମନି ଲଣ୍ଡ୍ରିଂ ମାମଲାରେ ଫସିବା ନେଇ ତାଙ୍କୁ ଅନେକେ ସମାଲୋଚନା ମଧ୍ୟ କରିଚାଲିଛନ୍ତି ।       

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.