ETV Bharat / bharat

ଅଯୋଧ୍ୟା ରାୟ: ନିଷ୍ପତ୍ତିକୁ ସ୍ବାଗତ କଲା ୟୁପି ସୁନ୍ନୀ ସେଣ୍ଟ୍ରାଲ ୱାକଫ ବୋର୍ଡ

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛି ଉତ୍ତର ପ୍ରଦେଶ ସୁନ୍ନୀ ସେଣ୍ଟ୍ରାଲ ୱାକଫ ବୋର୍ଡ । ଏହି ନିଷ୍ପତ୍ତି ବିରୋଧରେ ପୁନର୍ବିଚାର ଯାଚିକା ଦାଖଲ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ବୋର୍ଡ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 9, 2019, 5:55 PM IST

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛି ଉତ୍ତର ପ୍ରଦେଶ ସୁନ୍ନୀ ସେଣ୍ଟ୍ରାଲ ୱାକଫ ବୋର୍ଡ । ଏହା ସହିତ ରାମ ଜନ୍ମଭୂମି-ବାବ୍ରୀ ମଜଜିଦରେ ପକ୍ଷକାର ରହିଥିବା ୟୁପି ସୁନ୍ନୀ ସେଣ୍ଟ୍ରାଲ ୱାକଫ ବୋର୍ଡ ଏହି ନିଷ୍ପତ୍ତି ବିରୋଧରେ ପୁନର୍ବିଚାର ଯାଚିକା ଦାଖଲ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ।

ଏନେଇ ବୋର୍ଡ ଅଧ୍ୟକ୍ଷ ଜୁଫର ଫାରୁକି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆମେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିର ସ୍ବାଗତ କରୁଛୁ ଏବଂ ବୋର୍ଡ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ଉପରେ ବିଚାର କରିବ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଶନିବାର ସୁପ୍ରିମକୋର୍ଟରେ ବହୁ ପ୍ରତିକ୍ଷିତ ଅଯୋଧ୍ୟା ମାମଲାରେ ରାୟ ପ୍ରକାଶ ପାଇଛି । ସୁପ୍ରିମକୋର୍ଟ ବିବାଦୀୟ ଜମି ହିନ୍ଦୁ ପକ୍ଷଙ୍କୁ ଦେଇଥିବା ବେଳେ ମୁସଲିମ୍ ପକ୍ଷଙ୍କୁ ୫ ଏକର ଜମି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Intro:Body:

KAMI

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.