ETV Bharat / bharat

ମଧୁରତାରୁ ବଞ୍ଚିତ ଆଖୁଚାଷୀ !

ଆଖୁଚାଷୀ ଏବଂ ଚିନିକଳ ପାଇଁ ଅନୁକୂଳ ପରିବେଶ ଅଭାବରୁ ଦୁଇ ତେଲୁଗୁ ରାଜ୍ୟର ଚାଷୀମାନେ ଏହି ଫସଲରୁ ଦୂରେଇ ଯାଉଛନ୍ତି । ଆଉ ଏହା ପଛରେ ରହିଛି ଅନେକ କାରଣ ..

author img

By

Published : Dec 24, 2020, 8:00 PM IST

ମଧୁରତାରୁ ବଞ୍ଚିତ ଆଖୁଚାଷୀ !
ମଧୁରତାରୁ ବଞ୍ଚିତ ଆଖୁଚାଷୀ !

ଦେଶର ପ୍ରାୟ ପାଞ୍ଚ କୋଟି ପରିବାର ଚିନି ଉତ୍ପାଦନ କ୍ଷେତ୍ର ଉପରେ ନିର୍ଭର କରନ୍ତି । ଅଥଚ, ବ୍ରାଜିଲ ପରେ ଦ୍ବିତୀୟ ବୃହତ୍ତମ ଚିନି ଉତ୍ପାଦନକାରୀ ରାଷ୍ଟ୍ର ରୂପେ ପରିଗଣିତ ଭାରତର ଆଖୁଚାଷୀମାନେ ସେଇ ମଧୁରତାର ଅଭାବ ଅନୁଭବ କରନ୍ତି । ବିଶ୍ବରେ ଉତ୍ପାଦିତ ମୋଟ ଚିନିର ପ୍ରାୟ 17% ଭାରତରେ ଉତ୍ପାଦିତ ହୋଇଥାଏ । ବିଗତ କେଇ ବର୍ଷ ହେଲା ଭାରତର ଚିନିକଳ ଏବଂ ଆଖୁଚାଷୀମାନେ ସଂକଟର ସମ୍ମୁଖୀନ ହୋଇଥିବା ଲକ୍ଷ୍ୟ କରାଯାଇଛି । ଆଖୁଚାଷୀଙ୍କୁ ପୋଷେଇବା ଭଳି ଦର ନମିଳିବା ଏବଂ ବଜାରରେ ଚିନିକଳରୁ ଉତ୍ପାଦିତ ଚିନିର ଚାହିଦା ନଥିବା ହିଁ ଏହି ସଂକଟର କାରଣ । ଆଖୁଚାଷୀ ଏବଂ ଚିନିକଳ ପାଇଁ ଅନୁକୂଳ ପରିବେଶ ଅଭାବରୁ ଦୁଇ ତେଲୁଗୁ ରାଜ୍ୟର ଚାଷୀମାନେ ଏହି ଫସଲରୁ ଦୂରେଇ ଯାଉଛନ୍ତି ।

ତିଷ୍ଠି ରହିବା କଷ୍ଟକର..

ଦେଶର ଚିନି ଶିଳ୍ପ ଏକ ଅଭୂତପୂର୍ବ ସଂକଟର ସମ୍ମୁଖୀନ ହୋଇଛି । ଆଖୁଚାଷ, ଚିନି ଉତ୍ପାଦନ ଏବଂ ଆଖୁରୁ ଉପଲବ୍‌ଧ ଚିନିର ପ୍ରତିଶତ କ୍ଷେତ୍ରରେ, ଶୀର୍ଷ ତିନିଟି ସ୍ଥାନରେ ରହିଛନ୍ତି ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ । ଏହି ତିନିଟି ରାଜ୍ୟରେ ଦେଶର 80% ଚିନି ଉତ୍ପାଦିତ ହୋଇଥାଏ । 2015-16ରେ ଦେଶର ଚିନି ଉତ୍ପାଦନ ପରିମାଣ 2 କୋଟି 48 ଲକ୍ଷ ଟନ୍‌ ଥିଲା ଏବଂ 2017-18ରେ ଏହା 3 କୋଟି 23 ଲକ୍ଷ ଟନ୍‌କୁ ବୃଦ୍ଧି ପାଇଥିଲା । ହେଲେ 2019-20 ବେଳକୁ ଏହି ପରିମାଣ 2 କୋଟି 72 ଲକ୍ଷ ଟନ୍‌କୁ ଖସି ଆସିଥିଲା । ଦେଶରେ ଆଖୁ ଫସଲ ବର୍ଷ ଆରମ୍ଭ ହେବାର ଦୁଇ ମାସ ପରେ ଉଭୟ ତେଲୁଗୁ ରାଜ୍ୟର ମାତ୍ର ଆଠଟି ଚିନିକଳରେ ଆଖୁ ପେଡ଼ା ଆରମ୍ଭ ହୋଇଥିଲା । ଆନ୍ଧ୍ର ପ୍ରଦେଶର ମୋଟ 29ଟି ଚିନିକଳ ମଧ୍ୟରୁ 17ଟି ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଅବଶିଷ୍ଟ 12ଟିରୁ କେବଳ ନଅଟି ଚିନିକଳରେ ଏଥର କାମ ଆରମ୍ଭ ହୋଇଛି । ତେଲଙ୍ଗାନାରେ ଏ ବର୍ଷ ମାତ୍ର ସାତଟି ଚିନିକଳ ଚାଲୁ ହେବ । ଅତୀତରେ ବର୍ଷ ବର୍ଷ ଧରି ସମୃଦ୍ଧି ହାସଲ କରିଆସିଥିବା ବହୁ ଚିନିକଳ କ୍ଷତି ସହି ନପାରି ବନ୍ଦ ହୋଇଯାଇଛି । ଏଥିରୁ ଅନେକ ଚିନିକଳ ଆଧୁନିକୀକରଣ କରିବାରେ ସକ୍ଷମ ହୋଇପାରି ନଥିଲେ । ପରିଚାଳନାଗତ ସାମର୍ଥ୍ୟ ଅଭାବରୁ ଚିନିକଳଗୁଡ଼ିକ କ୍ଷତି ସହିଲେ । ଗୋଟିଏ ଟନ୍‌ ଆଖୁରୁ 100 କିଲୋଗ୍ରାମ ଚିନି ଉତ୍ପାଦିତ ହୋଇଥାଏ ଏବଂ ଚିନି ଉପଲବ୍‌ଧତା ହାର 10 ପ୍ରତିଶତ ରହିଥାଏ । ଚିନିର ଉପଲବ୍‌ଧତା ହାରରେ ଉତ୍ତର ପ୍ରଦେଶ (13 ପ୍ରତିଶତ), ମହାରାଷ୍ଟ୍ର (12 ପ୍ରତିଶତ) ଏବଂ କର୍ଣ୍ଣାଟକ (11 ପ୍ରତିଶତ) ସର୍ବାଗ୍ରେ ରହିଛନ୍ତି । ତେଲୁଗୁଭାଷୀ ରାଜ୍ୟରେ ଏହା 9ରୁ 9.5 ପ୍ରତିଶତରୁ ଅଧିକ ହୁଏନାହିଁ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ସମର୍ଥନ ମୂଲ୍ୟ ବି ଚାଷୀମାନଙ୍କୁ ଆଘାତ ଦେଇଛି । କେନ୍ଦ୍ର ଦ୍ବାରା ଘୋଷିତ 10 ପ୍ରତିଶତ ଉପଲବ୍‌ଧ ହାର ଯୋଗ୍ୟତା ସଂପନ୍ନ ଆଖୁର ସମର୍ଥନ ମୂଲ୍ୟ କୁଇଣ୍ଟାଲ ପିଛା 285 ଟଙ୍କା । 2018-19ରେ ଏହା ଥିଲା 275 ଟଙ୍କା । ଆଖୁ କଟାଳି ଶ୍ରମିକମାନଙ୍କ ଚାହିଦା ବୃଦ୍ଧି ଯୋଗୁଁ ଆଖୁଚାଷୀଙ୍କର ଖର୍ଚ୍ଚ ବଢ଼ିଯାଇଛି । ବର୍ଷକରେ ସରକାର କୁଇଣ୍ଟାଲ ପିଛା ସମର୍ଥନ ମୂଲ୍ୟରେ ମାତ୍ର 10 ଟଙ୍କା ବୃଦ୍ଧି କରିବା ଆଦୌ ସମୀଚୀନ ନୁହେଁ । ଏହା ସହିତ, ପୂର୍ବରୁ ଉପଲବ୍‌ଧତା ହାର 9.5 ପ୍ରତିଶତ ରହିଥିବା ବେଳେ ଗତ ତିନି ବର୍ଷ ହେଲା ଏହାକୁ 10 ପ୍ରତିଶତ ରଖିବା ଏବଂ 9.5 ପ୍ରତିଶତରୁ କମ୍‌ ହେଲେ କୁଇଣ୍ଟାଲ ପ୍ରତି ଦର 270 ଟଙ୍କା 75 ପଇସା ସ୍ଥିର କରିବା ଯୋଗୁଁ ବି ଚାଷୀମାନଙ୍କୁ ଅଧିକ କ୍ଷତି ସହିବାକୁ ପଡୁଛି । ଯଦି ଶ୍ରମିକ ନ ମିଳନ୍ତି ଏବଂ ଫସଲ ଚିନି କଳରେ ପହଞ୍ଚି ପାରେ ନାହିଁ, ତେବେ ଆଖୁରେ ଶର୍କରା ହାର କମିଯାଏ ଏବଂ ପରିଣାମରେ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼େ । ଆମ ଚିନିକଳରେ ଗୋଟିଏ କିଲୋଗ୍ରାମ ଚିନି ଉତ୍ପାଦନ ଲାଗି 37-38 ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ବିକ୍ରିରୁ କିଲୋଗ୍ରାମ ପିଛା 31-32 ଟଙ୍କା ମିଳେ । ଏସବୁ କ୍ଷତି ଯୋଗୁଁ ଚିନିକଳ ତିଷ୍ଠି ରହିବା ଉପରେ ପ୍ରଶ୍ନବାଚୀ ଲାଗି ରହିଛି । ଚିନି ଶିଳ୍ପ ପରିଚାଳକମାନେ ଏଥିପାଇଁ ଚିନ୍ତିତ ଯେ, କେନ୍ଦ୍ର ସରକାର କ୍ଷତିଭରଣା କରିବାର କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଉନାହାନ୍ତି । ବର୍ତ୍ତମାନର ପରିବର୍ତ୍ତିତ ସ୍ଥିତିରେ କେନ୍ଦ୍ର ସରକାର ଚିନି ଉତ୍ପାଦନ ଅପେକ୍ଷା ଇଥାନଲ୍‌ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବ ଦେଉଛନ୍ତି । ଏ ସଂକ୍ରାନ୍ତରେ, ଗତ ବର୍ଷ କେନ୍ଦ୍ର ସରକାର ଚିନି ଶିଳ୍ପକୁ ସହାୟତା ପ୍ରଦାନ ନିମନ୍ତେ 8,000 କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ । ଏହି ପ୍ୟାକେଜ୍‌ରେ ଇଥାନଲ ଉତ୍ପାଦନ ବୃଦ୍ଧି ନିମନ୍ତେ ଚିନି ଶିଳ୍ପ କ୍ଷେତ୍ରକୁ କେନ୍ଦ୍ର ସରକାର 5,732 କୋଟି ଟଙ୍କା ସହାୟତା ଦେବାର ବ୍ୟବସ୍ଥା ସାମିଲ ହୋଇଥିଲା । ଆଗାମୀ ଦଶ ବର୍ଷ ଭିତରେ ପେଟ୍ରୋଲରେ 20 ପ୍ରତିଶତ ଇଥାନଲ୍‌ ମିଶ୍ରଣ କରିବା ସହିତ ଅଶୋଧିତ ତୈଳ ଆମଦାନୀର ବୋଝ ହାଲୁକା କରିବାକୁ ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଇଥାନଲ୍‌ ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ଜୋର ଦେଉଛନ୍ତି ।

ଅନିଶ୍ଚିତ ଚାଷ ଜମି ପରିମାଣ

ଚିନିକଳରେ ଆଖୁ ପହଞ୍ଚାଇ ଦେବା ପରେ ବି ସେମାନଙ୍କୁ ସେ ବାବଦ ଅର୍ଥ ଠିକ୍‌ ସମୟରେ ମିଳୁ ନଥିବାରୁ ଚାଷୀମାନେ ଆଗକୁ ଆଖୁଚାଷ କାମ ହାତକୁ ନେବା ଲାଗି ଭୟ କରୁଛନ୍ତି । ପରିଣାମରେ, ତେଲୁଗୁ ରାଜ୍ୟ ଦୁଇଟିରେ ଆଖୁଚାଷ କରାଯାଉଥିବା ଜମିର ପରିମାଣ ଏବଂ ଉତ୍ପାଦିତ ଚିନି ପରିମାଣରେ ସ୍ଥିରତା ରହୁନାହିଁ । ଆନ୍ଧ୍ର ପ୍ରଦେଶରେ 2006-07ରେ ଏକ ଲକ୍ଷ ହେକ୍‌ଟର ଜମିରେ ଆଖୁଚାଷ କରାଯାଉଥିବା ବେଳେ ଏବେ ତାହା ପ୍ରାୟ 49 ହଜାର ହେକ୍‌ଟରକୁ ହ୍ରାସ ପାଇଥିବା କଥାରୁ ହିଁ ସ୍ଥିତିର ଗମ୍ଭୀରତା ସହଜରେ ବୁଝିହୁଏ । ଏହା ସହିତ ଅଶୋଧିତ ଚିନିର ବିଶୋଧନ, ଗୁଡ଼, ଇଥାନଲ୍‌ ଓ ଆଖୁ ମଣ୍ଡ ଉତ୍ପାଦନ ଏବଂ ବିଦ୍ୟୁତ ଶକ୍ତି ଉତ୍ପାଦନରୁ ବି ଅତିରିକ୍ତ ଆୟ କରାଯାଇପାରେ । କିନ୍ତୁ ଚାଷୀଙ୍କ ପାଖରେ ଅନ୍ୟ କୌଣସି ଉତ୍ସ ନାହିଁ । ଚିନି ଉତ୍ପାଦନ ସହିତ, ଗୁଡ଼, ଇଥାନଲ, ଆଲକୋହଲ ଉତ୍ପାଦନରୁ ଏବଂ ଦ୍ରବ୍ୟ ଓ ସେବାକର (ଜିଏସ୍‌ଟି) ବାବଦରେ କେନ୍ଦ୍ର ଓ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ବ ଲାଭ କରୁଛନ୍ତି । ହେଲେ, ବିଭିନ୍ନ ଚାଷୀ ସଂଗଠନ ଅଭିଯୋଗ କରନ୍ତି ଯେ, ଆଖୁଚାଷୀଙ୍କ ବର୍ଦ୍ଧିତ ଖର୍ଚ୍ଚ ଭରଣା ନିମନ୍ତେ ଆଖୁର ସମର୍ଥନ ମୂଲ୍ୟ ସ୍ଥିର କରାଯାଉ ନାହିଁ । ଆଖୁଚାଷ କ୍ଷେତ୍ରରେ ଫସଲ ବୀମା ଲାଗୁ କରାଯିବା ଉଚିତ । ଉତ୍ତର ପ୍ରଦେଶ ଭଳି ଚାଷୀଙ୍କୁ ଉନ୍ନତ ଏବଂ ଅଧିକ ଅମଳକ୍ଷମ କିସମର ଆଖୁ ବିହନ ଯୋଗାଣ ସହିତ ସମୁଚିତ ସମର୍ଥନ ମୂଲ୍ୟ ପ୍ରଦାନ କରାଯିବା ଉଚିତ । ଆଖୁଚାଷୀଙ୍କ ପାଇଁ ସେମାନଙ୍କ ଅଞ୍ଚଳରେ ପ୍ରୋତ୍ସାହନ ଘୋଷଣା କରିବା ଦ୍ବାରା ସେମାନଙ୍କୁ ଆଖୁଚାଷରୁ ଦୂରେଇ ଯିବାରୁ ରୋକାଯାଇ ପାରିବ ଏବଂ ଚିନିକଳ ବି ତିଷ୍ଠି ରହିପାରିବ । ଶ୍ରମିକ ଅଭାବରୁ ଠିକ୍‌ ସମୟରେ ଆଖୁକଟା ହୋଇପାରୁ ନଥିବା ବିଷୟକୁ ଦୃଷ୍ଟିରେ ରଖି ଚିନିକଳ ପକ୍ଷରୁ ଆଖୁଚାଷୀଙ୍କୁ ଆଖୁକଟା ଯନ୍ତ୍ର ଯୋଗାଇ ଦିଆଯାଉ ବୋଲି ଚାଷୀମାନେ ଚାହାଁନ୍ତି । ଚିନିକଳର ଆଧୁନିକୀକରଣ ସହିତ ଆଖୁଚାଷୀଙ୍କୁ ଆଧୁନିକ ଯନ୍ତ୍ର ଯୋଗାଣ ପୂର୍ବକ ସେମାନଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ଲାଗି ଆର୍ଥିକ ସହାୟତାର ପ୍ରତିଶ୍ରୁତି ନିମନ୍ତେ ବିଭିନ୍ନ ଚିନି ଶିଳ୍ପ ମଣ୍ଡଳୀ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏସବୁ ଚିନିକଳ ଏବଂ ଆଖୁଚାଷୀଙ୍କ ଉନ୍ନତି ଦିଗରେ କେନ୍ଦ୍ର ସରକାରଙ୍କ ଅନୁକୂଳ ପଦକ୍ଷେପ ହିଁ ଗୁରୁତ୍ବପୂର୍ଣ୍ଣ ।

ଆର୍ଥିକ ସହାୟତାର ପ୍ରତିଶ୍ରୁତି ଅନିବାର୍ଯ୍ୟ

ସଂପ୍ରତି ଦେଶରେ ରହିଥିବା 500ରୁ ଅଧିକ ଚିନିକଳ ମଧ୍ୟରୁ 201ଟିରେ ପାତନ ପ୍ରକ୍ରିୟା (ଡିଷ୍ଟିଲେସନ୍‌) କ୍ଷମତା ରହିଛି । ଏଥିରୁ 121ଟି ଚିନିକଳରେ ଇଥାନଲ ଉତ୍ପାଦିତ ହେଉଛି । ମିଳିତ ଭାବରେ ସେମାନଙ୍କର ଇଥାନଲ ଉତ୍ପାଦନ କ୍ଷମତା ପ୍ରାୟ 380 କୋଟି ଲିଟର । ଦେଶର ଚିନିକଳଗୁଡ଼ିକ ମୁଖ୍ୟତଃ ଚିନି ଉତ୍ପାଦନ, ଅଶୋଧିତ ଚିନି ପ୍ରକ୍ରିୟାକରଣ ଏବଂ ପୃଥକୀକରଣ, ଆଖୁରୁ ପ୍ରସ୍ତୁତ ଗୁଡ଼ ଏବଂ ଆଖୁମଣ୍ଡ ପ୍ରସ୍ତୁତିରୁ ଆୟ କରିଥାଆନ୍ତି । ପରିବର୍ତ୍ତିତ ପରିସ୍ଥିତି ଉପଯୋଗୀ ହେବା ସକାଶେ ଚିନିକଳଗୁଡ଼ିକ ଆଧୁନିକୀକରଣ ଦିଗରେ ପ୍ରଚେଷ୍ଟା କରୁଛନ୍ତି । ଏ କ୍ଷେତ୍ରରେ କେନ୍ଦ୍ର ସରକାର ସେମାନଙ୍କର ସହାୟତା କରନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି । ବିଭିନ୍ନ ତୈଳ କମ୍ପାନି ସେମାନଙ୍କର ବକେୟା ଅର୍ଥ ତୁରନ୍ତ ପ୍ରଦାନ କରୁଥିବାରୁ, ଚିନି ବଦଳରେ ଇଥାନଲ ଉତ୍ପାଦନ କଲେ ସେମାନଙ୍କର ଫାଇଦା ହେବ ବୋଲି ଚିନିକଳ ପରିଚାଳକମାନେ ଅନୁଭବ କରୁଛନ୍ତି । ଚିନି ବିକ୍ରିରୁ ଉପଲବ୍‌ଧ ଅର୍ଥରେ ଆଖୁଚାଷୀମାନଙ୍କୁ ଠିକ୍‌ ସମୟରେ ସେମାନଙ୍କର ବକେୟା ପ୍ରାପ୍ୟ ଦେବାରେ ଅସମର୍ଥ ହୋଇ ଦେଶର ଅଧିକାଂଶ ଚିନିକଳ କ୍ଷତିଗ୍ରସ୍ତ ଓ ଅଚଳ ହୋଇପଡ଼ିଛନ୍ତି । ଏହି ସବୁ କାରଣରୁ ଗତ ପାଞ୍ଚ ବର୍ଷ ଭିତରେ ଦେଶର ଅନେକ ଚିନିକଳ ବନ୍ଦ ହୋଇଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.