ETV Bharat / bharat

ପୋର୍ଟେବଲ୍‌ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲର ସଫଳ ପରୀକ୍ଷଣ - DRDO

ଆନ୍ଧ୍ରପ୍ରଦେଶର କୁର୍ନୁଲ ଫାୟାରିଙ୍ଗ ରେଞ୍ଜଠାରେ ମେନ୍ ପୋର୍ଟେବଲ୍ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲର ସଫଳ ପରୀକ୍ଷଣ କରିଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ(DRDO) ଏହି ମିସାଇଲର ପ୍ରସ୍ତୁତି କରିଛି ।

ଡିଜାଇନ ଫଟୋ
author img

By

Published : Sep 12, 2019, 2:53 AM IST

ନୁଆଦିଲ୍ଲୀ : ବୁଧବାର ଆନ୍ଧ୍ରପ୍ରଦେଶର କୁର୍ନୁଲ ଫାୟାରିଙ୍ଗ ରେଞ୍ଜ ଠାରେ ମେନ୍ ପୋର୍ଟେବଲ୍ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲ ପ୍ରଣାଳୀର ଏହା ତୃତୀୟ ସଫଳ ପରୀକ୍ଷଣ । ସେନାର ଥାର୍ଡ ଜେନେରେସନର ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲର ଆବଶ୍ୟକ କରୁଥିଲା । ଏହାକୁ ନଜରରେ ରଖି ଏହି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ(DRDO) ଏହି ମିସାଇଲର ପ୍ରସ୍ତୁତି କରିଛି ।

ଭିଡିଓ ସୌଜନ୍ୟ: ଟ୍ବିଟର@DefenceMinIndia

ଏହି ମିସାଇଲର ପରୀକ୍ଷଣ ସମୟରେ ମିସାଇଲକୁ ଏକ ଟ୍ରାଇପଡରୁ ଫାୟାର କରାଯାଇଥିଲା ଏବଂ ଏହାର ଟାର୍ଗେଟରେ ଏକ ଟ୍ୟାଙ୍କ ରଖାଯାଇଥିଲା । ମିସାଇଲ ଟପ ଆଟାକ ମୋଡରେ ଲକ୍ଷ୍ୟକୁ ଟାର୍ଗେଟ କରିଛି ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଛି ।

ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ଏହି ମିସାଇଲକୁ ପ୍ରସ୍ତୁତ କରାଯାଇଛି । ଏହା ପ୍ରାୟ ଅଢେଇ କିଲୋମିଟର ଦୂରରେ ନିଜ ଟାର୍ଗେଟରୁ ନିମିଷକ ମଧ୍ୟରେ ସହଜରେ ଧ୍ବସଂ କରିପାରିବ ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହି ମିସାଇଲର ସଫଳ ପରୀକ୍ଷଣ ପରେ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାପୂର୍ବରୁ ସେନା ପୋଖରାଣ ଫିଲ୍ଡ ଫାୟାରିଙ୍ଗ ରେଞ୍ଜରେ ଥାର୍ଡ ଜେନେରେସନର ଆଣ୍ଟି-ଟ୍ୟାଙ୍କ ଗାଇଡେଡ ମିସାଇଲ ‘ନାଗ’ର ସଫଳ ପରୀକ୍ଷଣ କରିଥିଲା । ଏହି ମିସାଇଲକୁ ମଧ୍ୟ ଡିଆରଡିଓ ପ୍ରସ୍ତୁତ କରିଥିଲା ।

Respected Sir/Madam

Here we are sending files

RKC
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.