ETV Bharat / bharat

ପୁଣେ ରୋଗୀଙ୍କ ଜୟପୁରରେ ଅସ୍ତ୍ରୋପଚାର, ସଫଳ ହେଲା ଚିକିତ୍ସା

author img

By

Published : May 2, 2020, 1:16 AM IST

ଗମ୍ଭୀର କର୍କଟ ରୋଗରେ ଆକ୍ରାନ୍ତ ରୋଗୀଙ୍କ ଦୀର୍ଘ 6 ଘଣ୍ଟା ଧରି ଚାଲିଥିବା ଅପରେସନ ଜୟପୁରର ଡାକ୍ତରଙ୍କ ଦ୍ବାରା ସଫଳ ହୋଇଛି । ଏହି ରୋଗ 25 ଲକ୍ଷଙ୍କ ମଧ୍ୟରୁ ଜଣଙ୍କ ଠାରେ ଦେଖାଯାଇଥାଏ । ଅଧିକ ପଢନ୍ତୁ...

successful surgery for cancer in jaipur hospital
ଜୟପୁର ଡାକ୍ତରଙ୍କ ଦ୍ବାରା କର୍କଟ ରୋଗର ସଫଳ ଅସ୍ତ୍ରୋପଚାର

ଜୟପୁର: ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମରେ ସଫଳ ହୋଇଛି ନିଆରା ଅସ୍ତ୍ରୋପଚାର । ଗମ୍ଭୀର କର୍କଟ ରୋଗରେ ଆକ୍ରାନ୍ତଙ୍କର ଅସ୍ତ୍ରୋପଚାର ଜୟପୁରର ଡାକ୍ତରଙ୍କ ଦ୍ବାରା ସଫଳ ହୋଇଛି । ରୋଗୀ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସ୍ୱତନ୍ତ୍ର ଅନୁମତି ପରେ ତାଙ୍କୁ ଏୟାର ଲିଫ୍ଟ ଦ୍ବାରା ପୁଣେରୁ ଜୟପୁରକୁ ଅଣାଯାଇଥିଲା । ଦୀର୍ଘ 6 ଘଣ୍ଟା ଧରି ଚାଲିଥିବା ଏହି ଅପରେସନ ପରେ ଅନିଲ ଆନାପା ରାଓଙ୍କ ସଫଳ ଅସ୍ତ୍ରୋପଚାର ହୋଇଥିଲା ।

ଅସ୍ତ୍ରୋପଚାର କରାଯାଇଥିବା ଜୈନ ଇଏନଟି(ENT) ହସ୍ପିଟାଲର ଡାକ୍ତର ସତୀଶ ଜୈନ କହିଛନ୍ତି ଯେ, ରୋଗୀ ଜଣକ ଏକ ଗମ୍ଭୀର ରୋଗରେ ଆକ୍ରାନ୍ତ ଥିଲେ । ଗତ ଏକ ମାସ ଧରି ତାଙ୍କ ନାକରୁ ରକ୍ତସ୍ରାବ ହେଉଥିଲା, ଯେଉଁ ରୋଗ 25 ଲକ୍ଷଙ୍କ ମଧ୍ୟରୁ ଜଣଙ୍କ ଠାରେ ଦେଖାଯାଏ । ଏହି ରୋଗରେ ନାକ ଭିତରେ କ୍ୟାନସର ହୋଇଯାଇ ଥାଏ, ଯାହା ପର ମୁହୂର୍ତ୍ତରେ ମସ୍ତିଷ୍କକୁ ଚଢି ଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.