ETV Bharat / bharat

ଚୀନ ଛାତିରେ ଛନକା: ବଢିଲା ବ୍ରହ୍ମୋସର ଲକ୍ଷ୍ଯଭେଦ କ୍ଷମତା, ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ - ବ୍ରହ୍ମୋସ ସଫଳ ପରୀକ୍ଷଣ

ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ବ୍ୟବହାରିକ ପରୀକ୍ଷଣ ନେଇ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଅଧିକ ପଢନ୍ତୁ...

ବ୍ରହ୍ମୋସର ସଫଳ ପରୀକ୍ଷଣ ଆତ୍ମନିର୍ଭର ଭାରତ ସଂକଳ୍ପକୁ ପ୍ରୋତ୍ସାହନ ଦେବ: ରାଜନାଥ

author img

By

Published : Sep 30, 2020, 4:33 PM IST

Updated : Sep 30, 2020, 5:23 PM IST

ନୂଆଦିଲ୍ଲୀ: ବାଲେଶ୍ବରର ଚାନ୍ଦିପୁରର କ୍ଷପଣାସ୍ତ୍ର ଘାଟିରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ବ୍ୟବହାରିକ ପରୀକ୍ଷଣ । ଏନେଇ ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂସ୍ଥାକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ଟ୍ବିଟ କରି ଲେଖିଛନ୍ତି, ବ୍ରହ୍ମୋସର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଶୁଭେଚ୍ଛା । ଏହି ସଫଳତା ଦେଶର ଆତ୍ମନିର୍ଭର ଭାରତର ପ୍ରତିଶ୍ରୁତିକୁ ପ୍ରୋତ୍ସାହନ ଦେବ ବୋଲି କହିଛନ୍ତି ରାଜନାଥ ।

ବ୍ରହ୍ମୋସର ସଫଳ ପରୀକ୍ଷଣ ଆତ୍ମନିର୍ଭର ଭାରତ ସଂକଳ୍ପକୁ ପ୍ରୋତ୍ସାହନ ଦେବ: ରାଜନାଥ
ବ୍ରହ୍ମୋସର ସଫଳ ପରୀକ୍ଷଣ ଆତ୍ମନିର୍ଭର ଭାରତ ସଂକଳ୍ପକୁ ପ୍ରୋତ୍ସାହନ ଦେବ: ରାଜନାଥ

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି । ଶାହ ଟ୍ବିଟ କରି ଲେଖିଛନ୍ତି, ସ୍ୱଦେଶୀ ବିକଶିତ ବିସ୍ତାରିତ ପରିସର ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରକୁ ସଫଳତାର ସହିତ ପରୀକ୍ଷା କରିବା ନେଇ ଡିଆରଡିଓ ଉପରେ ଭାରତ ଅତ୍ୟନ୍ତ ଗର୍ବିତ । ଏହା ହେଉଛି ଭାରତର ପ୍ରତିରକ୍ଷା ସମ୍ଭାବନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ସଂକଳ୍ପ ।

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ବିଟ
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ବିଟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଲେଖିଛନ୍ତି, ଏହି ଉଲ୍ଲେଖନୀୟ କାର୍ଯ୍ୟ ଆମର ଜାତୀୟ ସୁରକ୍ଷାକୁ ଆହୁରି ମଜବୁତ କରିବ ଏବଂ ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ

ଏହି ପରୀକ୍ଷା ପାଇଁ ପ୍ରତିରକ୍ଷା ବିଭାଗ ତରଫରୁ ପ୍ରସ୍ତୁତି ଚୂଡାନ୍ତ କରାଯାଇଥିଲା । ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳ ଲଞ୍ଚରରୁ ଉତକ୍ଷେପଣ କରାଯାଇପାରିବ।

ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରୁଥିବା ବ୍ରହ୍ମସ ମିସାଇଲରେ ଦୁଇଟି ଷ୍ଟେଜ ବିଶିଷ୍ଟ ଇଞ୍ଜିନ ବ୍ୟବହାର କରାଯାଇଛି । ୩ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଛି। ସ୍ଥଳଭାଗରୁ ୪୫୦ କିଲୋମିଟର ଓ ୬୦୦ କିଲୋମିଟର ଲକ୍ଷ୍ୟଭେଦ କରିପାରୁଥିବା ବେଳେ, ବାୟୁସେନାର ଯୁଦ୍ଧ ବିମାନରୁ ୪ ଶହ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ ହିଟ କରିପାରିବାର କ୍ଷମତା ରଖିଛି।

Last Updated : Sep 30, 2020, 5:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.