ETV Bharat / bharat

ସେଓ ଚାଷରୁ କୋଟିପତି, ଜାଣନ୍ତୁ ରାମଲାଲଙ୍କ କାହାଣୀ... - ସେଓ ଚାଷରୁ କୋଟିପତି

ସେଓ ଚାଷରୁ କୋଟିପତି। ହିମାଚଳ ପ୍ରଦେଶ ସିମଲା ଜିଲ୍ଲାର ରାମଲାଲ ଚୌହାନ ଦୀର୍ଘ ଦିନ ଧରି ସେଓ ଚାଷ କରିଆସୁଛନ୍ତି । ଏହି ଚାଷରୁ ସେ କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ ବେକାର ଯୁବପୀଢୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 13, 2019, 8:39 PM IST

ସିମଲା: ବେକାରୀ ତଥା ଚାକିରି ଆଶାୟୀଙ୍କ ପାଇଁ ପ୍ରେରଣା ତଥା ଉଦାହରଣ ସାଜିଛନ୍ତି ହିମାଚଳ ପ୍ରଦେଶର ବିଶିଷ୍ଟ ସେଓ ବ୍ୟବସାୟୀ ରାମଲାଲ ଚୌହାନ । ନିଜ ଗ୍ରାମରେ ସେ ସେଓ ଚାଷ କରି ଏବେ ରାଜ୍ୟର ପ୍ରମୁଖ କୋଟିପତିଙ୍କ ମଧ୍ୟରେ ନିଜର ସ୍ଥାନକୁ ପକ୍କା କରିସାରିଛନ୍ତି । କୁହାଯାଏ ଗଛରେ ଟଙ୍କା ଫଳେ ନାହିଁ । କିନ୍ତୁ ରାମଲାଲଙ୍କ ସେଓ ବଗିଚାକୁ ଦେଖିଲେ ଏଠି ଗଛରେ ଟଙ୍କା ଫଳିଥାଏ ।

hp story
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମିଳିଥିବା ସୂଚନା ମୁତାବକ ରାମଲାଲ ହେଉଛନ୍ତି ସିମଲା ଜିଲ୍ଲାର କୋଟଖାଇ ତହସିଲର ଢାଙ୍ଗଓ୍ବି ଅଞ୍ଚଳର ବାସିନ୍ଦା । ଏକ ମଧ୍ୟମ ବର୍ଗୀୟ ପରିବାରର ରାମଲାଲ । ତେବେ ସେ ରୋଜଗାର ପଛରେ ଗୋଡ଼ାଇ ଗୋଡ଼ିଆ ହତାସ ହେବା ପରେ ନିଜ ଜମିବାଡ଼ିରେ ସେଓ ଚାଷ କରିବାକ ପାଇଁ ଆଗ୍ରହ ଦେଖାଇଥିଲେ । ଏହି ଚାଷ ଦିନକୁ ଦିନ ସଫଳ ହେବା ସହିତ ବିଭିନ୍ନ ପ୍ରଜାତିର ସେଓ ମଧ୍ୟ ଚାଷ କରୁଛନ୍ତି ସେ । ଋତୁକାଳୀନ ବ୍ୟବସାୟକୁ ଦୃଷ୍ଟିରେ ରଖି ସେ ବିଭିନ୍ନ କମ୍ପାନୀକୁ ସେଓ ବିକ୍ରି କରିଥାନ୍ତି ।

hp story
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଅଧିକ ପଢନ୍ତୁ: 50 ବର୍ଷର ପେସାକୁ ପ୍ରଣାମ; 32 ଫୁଟ ଫ୍ରକ ତିଆରି ଚର୍ଚ୍ଚାରେ ଟେଲର ମାଷ୍ଟର

ତେବେ ଚଳିତ ବର୍ଷ ସେ ଲୁଧିଆନାର ଏକ କମ୍ପାନୀକୁ 2500 ପେଟି ବିକ୍ରି କରିଛନ୍ତି । ଯାହାର ଦାମ 80 ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । କେବଳ ଏତିକି ନୁହେଁ ଆଉ ଏକ ବଗିଚାରୁ ପାଖାପାଖି 3 ହଜାର ପେଟି ସେଓ ବିକ୍ରି କରିବାକୁ ଲକ୍ଷ ରଖିଥିବା ବେଳେ ଏହାର ଦାମ ପାଖାପାଖି କୋଟିଏ ଟଙ୍କା ହେବ ବୋଲି ସେ କହିଛନ୍ତି । ତେବେ ଏହି ସେଓକୁ ନେବାପାଇଁ ଅନେକ କମ୍ପାନୀ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି ।

" ହିମାଚଳ ପ୍ରଦେଶରେ ଚାଷ ପାଇଁ ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ଯୁବକମାନେ ଚାକିରି ପଛରେ ନ ଗୋଡ଼ାଇ ଏହି ଚାଷରେ ଧ୍ୟାନ ଦେଲେ ସେମାନେ ନିଶ୍ଚିତ ଭାବେ କୋଟି କୋଟି ଟଙ୍କା ରୋଜଗାର କରିପାରିବେ । "

ଏହି ସଫଳତା ପାଇବା ପାଇଁ ରାମଲାଲଙ୍କୁ ପାଖାପାଖି 3 ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ସେ ଏହି ବ୍ୟବସାୟରେ ଧ୍ୟାନ ଦେଇ ଆସୁଛନ୍ତି । ଏନେଇ ରାମଲାଲ କହିଛନ୍ତି, ପ୍ରାରମ୍ଭିକ ସମୟ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା । ଚ୍ୟାଲେଞ୍ଜ ମଧ୍ୟ ଅନେକ ରହିଥିଲା । ଏହି ସେ ଚାଷ ପାଇଁ ବିଭିନ୍ନ ଦେଶ ଗସ୍ତ କରିବା ସହିତ ବିଭିନ୍ନ ପ୍ରକାର ଚାଷ ସମ୍ବନ୍ଧୀୟ ବହି ମଧ୍ୟ ପଢାପଢି କରିଥିବା କହିଛନ୍ତି । ଏପରିକି ସେ ଆମେରିକାରେ ଥିବା ସବୁଠାରୁ ବଡ଼ ସେଓ ନର୍ସରୀ ଓ୍ବନଓ୍ବେଲକୁ ମଧ୍ୟ ୟାଇଛନ୍ତି । ବିଭିନ୍ନ ବିଶେଷଜ୍ଞଙ୍କ ସହିତ ଆଲୋଚନା କରିବା ସହିତ ବିଭିନ୍ନ ପ୍ରକାର ଆଧୁନିକ ପ୍ରଣାଳୀ ସମ୍ବନ୍ଧରେ ମଧ୍ୟ ସେ ଜ୍ଞାନ ନେଇଥିବା କହିଛନ୍ତି ।

ରାମଲାଲ ଆହୁରି ମଧ୍ୟ କହିଛନ୍ତି କି ହିମାଚଳ ପ୍ରଦେଶରେ ଚାଷ ପାଇଁ ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ଯୁବକ ମାନେ ଚାକିରି ପଛରେ ନ ଗୋଡ଼ାଇ ଏହି ଚାଷରେ ଧ୍ୟାନ ଦେଲେ ସେମାନେ ନିଶ୍ଚିତ ଭାବେ କୋଟି କୋଟି ଟଙ୍କା ରୋଜଗାର କରିପାରିବେ ବୋଲି ସେ କହିଛନ୍ତି । 3 ଦଶନ୍ଧିର ପରିଶ୍ରମରୁ ତାଙ୍କୁ ଆଜି ଅନେକ ସଫଳତା ମିଳିଛି । ସୌଖିନ ଗାଡ଼ି ସହିତ ଘର ଏହି ଚାଷରୁ କରିପାରିଛନ୍ତି ବୋଲି ସେ କହିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.