ETV Bharat / bharat

'ଭାରତର ବୈଦେଶିକ ନୀତିକୁ ପୁଣି ଥରେ ସ୍ଥାପିତ କରିବା ଉଚିତ'

author img

By

Published : Jun 14, 2020, 12:28 PM IST

ଭାରତ ଏବଂ ନେପାଳ ସୀମା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ । କେନ୍ଦ୍ର ସରକାର ଭାରତୀୟ ବୈଦେଶିକ ନୀତିକୁ ନୂଆ ରୂପରେ ମଜବୁତ କରିବା ଦିଗରେ ଜୋର ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

 ସୁବ୍ରମଣ୍ୟମ ସ୍ବାମୀ
ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ : ଭାରତ ଏବଂ ନେପାଳ ସୀମା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ । କେନ୍ଦ୍ର ସରକାର ଭାରତୀୟ ବୈଦେଶିକ ନୀତିକୁ ନୂଆ ରୂପରେ ମଜବୁତ କରିବା ଦିଗରେ ଜୋର ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଭାରତର ବୈଦେଶିକ ନୀତିକୁ ପୁଣି ଥରେ ସ୍ଥାପିତ କରିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ସୁବ୍ରମଣ୍ୟମ ସ୍ବାମୀ ।

ଏନେଇ ସେ ଟ୍ବିଟ କରି କହିଛନ୍ତି, 'ଭାରତୀୟ କ୍ଷେତ୍ର ଅଧିକାର କରିବାକୁ ନେପାଳ କେମିତି ଭାବିପାରୁଛି ? ତାଙ୍କ ଭାବନାକୁ କଣ ଏତେ କଷ୍ଟ ଦିଆ ହେଇଛି ଯେ ସେ ଭାରତ ସହ ସମ୍ପର୍କ ଭଙ୍ଗ କରିବାକୁ ଚାହୁଁଛନ୍ତି ? ଏହା କଣ ଆମ ବିଫଳତା ନୁହେଁ ? ଆମ ବୈଦେଶିକ ନୀତିକୁ ପୁଣିଥରେ ସ୍ଥାପିତ କରିବାର ଆବଶ୍ୟକତା ରହିଛି । '

ତେବେ ସୁବ୍ରମଣ୍ୟମ ସ୍ବାମୀଙ୍କ ଏଭଳି ପ୍ରତିକ୍ରିୟା ଏଭଳି ସମୟରେ ଆସିଛି ଯେତେବେଳେ ଭାରତର ବିରୋଧ ସତ୍ତ୍ବେ ଶନିବାର ନେପାଳ ସଂସଦରେ ନେପାଳର ନୂତନ ମାନଚିତ୍ର ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ନୂଆ ମାନଚିତ୍ରରେ ଭାରତର 3ଟି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି । ସେଗୁଡିକ ହେଉଛି କଳାପାଣି, ଲିପୁଲେଖ ଏବଂ ଲିମ୍ପିୟାଧୁରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.