ETV Bharat / bharat

CISFର 28 ତମ ମହା ନିର୍ଦ୍ଦେଶକ ସୁବୋଧ କୁମାର ଜେସୱାଲ

author img

By

Published : Jan 10, 2021, 7:19 AM IST

ମୁମ୍ବାଇ ପୋଲିସର ପୂର୍ବତନ ମହାନିର୍ଦ୍ଦେଶକ ସୁବୋଧ କୁମାର ଜେସୱାଲ ସିଆଇଏସଏଫ ର 28 ତମ ମହା ନିର୍ଦ୍ଦେଶକ ହୋଇଛନ୍ତି । ଦିଲ୍ଲୀର ସିଜିଓ କମ୍ପ୍ଲେକ୍ସ ସ୍ଥିତ CISF ମୁଖ୍ୟାଳାୟରେ ସେ ପଦଭାର ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

Subodh Kumar Jaiswal becomes 28th Director General of CISF
CISFର 28 ତମ ମହା ନିର୍ଦ୍ଦେଶକ ସୁବୋଧ କୁମାର ଜୟସଓ୍ବାଲ

ନୂଆଦିଲ୍ଲୀ : ମୁମ୍ବାଇ ପୋଲିସର ପୂର୍ବତନ ମହାନିର୍ଦ୍ଦେଶକ ସୁବୋଧ କୁମାର ଜେସୱାଲ ସିଆଇଏସଏଫର 28 ତମ ମହା ନିର୍ଦ୍ଦେଶକ ହୋଇଛନ୍ତି । ଦିଲ୍ଲୀର ସିଜିଓ କମ୍ପ୍ଲେକ୍ସ ସ୍ଥିତ CISF ମୁଖ୍ୟାଳୟରେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । CISF ପ୍ରବକ୍ତାଙ୍କ କହିବା ଅନୁଯାୟୀ, ସୁବୋଧ କୁମାର ଜେସୱାଲ ବିଜନେସ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

1985 ମସିହାରେ 23 ବର୍ଷ ବୟସରେ IPS ରେ ସେ ଯୋଗ ଦେଇଥିଲେ । ଯେଉଁଠାରେ ତାଙ୍କୁ ମହାରାଷ୍ଚ୍ର କ୍ୟାଡରର ଦାୟିତ୍ବ ମିଳିଥିଲା । ସେ ତାଙ୍କର 35 ବର୍ଷ ଡ୍ୟୁଟି ପିରିୟଡରେ ମହାରାଷ୍ଟ୍ର ଓ ଭାରତ ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି ।

ଏହା ବ୍ୟତିତ ସେ ଔରଙ୍ଗାବାଦ ଜିଲ୍ଲା ସହାୟକ ପୋଲିସ ଅଧିକ୍ଷକ ଏବଂ ଅତିରିକ୍ତ ପୋଲିସ ଅଧିକ୍ଷକ ଭାବେ ତଥା ଉସ୍ମାନାବାଦ ଏବଂ ଅତି ସମ୍ବେଦନଶୀଳ ନକ୍ସଲ ପ୍ରଭାବିତ ଜିଲ୍ଲା ଗଢଚିରୌଲି ଠାରେ ମଧ୍ୟ ପୋଲିସ ଅଧିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ଏଥିସହିତ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପଦରେ ମଧ୍ୟ ସେ କାର୍ଯ୍ୟ ତୁଲାଇଛନ୍ତି ।

ସୁବୋଧ କୁମାର ଜେସୱାଲଙ୍କୁ 2001 ଓ 2010 ମସିହାରେ ତାଙ୍କର ସେବା ପ୍ରତି ଥିବା ଗୁଣାତ୍ମକ ମନୋଭାବ ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ପଦକ, 2020 ମସିହାରେ ଅସାଧାରଣ ସୁରକ୍ଷା ସେବା ପ୍ରମାଣପତ୍ର ତଥା ଆନ୍ତରିକ ସୁରକ୍ଷା ପଦକ ଏବଂ ବିଶେଷ ସେବା ପଦକରେ ମଧ୍ୟ ସମ୍ମାନିତ କରାଯାଇଛି । ସୁବୋଧ କୁମାର ଜେସୱାଲଙ୍କୁ CISFର 28 ତମ ମହାନିର୍ଦ୍ଦେଶକ ପଦ ପାଇଁ CISFର ବିଶେଷ ମହାନିର୍ଦ୍ଦେଷକ ସୁଧିର କୁମାର ସକ୍ସେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.