ETV Bharat / bharat

ପବଜିରେ ହାରିବା ପରେ ମେଡିକାଲରେ ଛାତ୍ର

ସାଙ୍ଗଙ୍କ ଠାରୁ ପବଜିରେ ହାରିବା ପରେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଜଣ ଛାତ୍ର।

author img

By

Published : Sep 3, 2019, 6:35 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାଞ୍ଚି: ଅନଲାଇନ ମୋବାଇଲ ଗେମ ପବଜି ଦିନକୁ ଦିନ ଯେତିକି ଲୋକପ୍ରିୟ ହେବାରେ ଲାଗିଛି, ଏହାକୁ ଖେଳିବା ଦ୍ବାରା ମଧ୍ୟ ୟୁଜର୍ସଙ୍କ ଉପରେ ଏହାର କୁପ୍ରଭାବ ପଡୁଛି । ଏହାକୁ ଖେଳୁଥିବା ୟୁଜର୍ସ ପାଗଳାମିର ଶିକାର ହେଉଥିବା ବେଳେ ଆଉ କେତେକ ମୃତାହତ ହେଉଛନ୍ତି । ଯାହାକୁ ନେଇ ଚିନ୍ତାରେ ଅଭିଭାବକ।

ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଝାଡଖଣ୍ଡ ସ୍ଥିତ ଗିରିଡିହ ସହରରେ । ଜଣେ ଛାତ୍ର ତାର ସାଙ୍ଗଙ୍କ ସହ ମିଶି ପବଜି ଖେଳୁଥିଲା । ହେଲେ ଏହି ଗେମରେ ହାରିଯିବାରୁ ତାର ମାନସିକ ସ୍ଥିତି ବିଗିଡି ଯାଇଥିଲା। ଏହାପରେ ତା’ର ସ୍ବାସ୍ଥାବସ୍ଥା ବିଗିଡି ଯିବାରୁ ତାକୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପବଜି ଯୋଗୁଁ ମେଡିକାଲରେ ଚିକିତ୍ସିତ ହେଉଥିବା ଛାତ୍ର ଜଣକ ହେଉଛନ୍ତି ପ୍ରେମ ମଣ୍ଡଳ। ସେ ମର୍ଡନ ପବ୍ଲିକ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ର। ସେ ଗତ ମାସେ ଧରି ତା ସାଙ୍ଗଙ୍କ ସହ ପବଜି ଖେଳୁଥିଲା। ତା’ର ବାପାଙ୍କ କହିବା କଥା, ବାରମ୍ବାର ମନା କରିବା ସତ୍ତ୍ବେ ମଧ୍ୟ ସେ ଏହାକୁ ଖେଳିବା ଜାରି ରଖିଥିଲା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ତେବେ ଏଥିରେ ହାରିବା ପରେ ସେ ଅନେକ ସମୟ ଧରି ଚୁପଚାପ ରହୁଥିଲା । ମୁଣ୍ଡ ବୁଲାଇବାରୁ ସେ ପଡିଯାଇଥିଲା । ଏହା ପରେ ଚିକିତ୍ସା ପାଇଁ ତାକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅସୁସ୍ଥ ଛାତ୍ରର ଚିକିତ୍ସା କରୁଥିବା ଡାକ୍ତର ରବି ମହର୍ଷି କହିଛନ୍ତି ଯେ, ଗେମରେ ହାରିଯିବାରୁ ପ୍ରେମଙ୍କ ମାନସିକ ଅବସ୍ଥା ବିଗିଡି ଯାଇଥିଲା । ଯେଉଁଥିପାଇଁ ତାଙ୍କର ଏପରି ଅବସ୍ଥା ହୋଇଛି । ଏହା ସହିତ ଏହି ଗେମ ଠାରୁ ପ୍ରେମଙ୍କୁ ଦୂରେଇ ରଖିବାକୁ ସେ ତାଙ୍କ ପିତାମାତାଙ୍କୁ କହିଛନ୍ତି । ଏହାସହ ତାଙ୍କ ଛୁଆ ମୋବାଇଲ ନେବା ପରେ କ'ଣ କରୁଛି ଅଭିଭାବକ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.