ETV Bharat / bharat

ଛାତ୍ର ଭିସାରେ ସଂଶୋଧନ ଟ୍ରମ୍ପଙ୍କ ବର୍ଣ୍ଣବୈଷମ୍ୟ ଇମିଗ୍ରେସନ ନୀତିର ଅଂଶବିଶେଷ: ବିଶେଷଜ୍ଞ

author img

By

Published : Jul 9, 2020, 4:55 PM IST

ଭାରତୀୟ-ଆମେରିକୀୟ ସଂପ୍ରଦାୟ ଆମେରିକାର ଏକ ବଡ ଭୋଟବ୍ୟାଙ୍କ୍ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଟ୍ରମ୍ପଙ୍କୁ କ୍ଷତିକାରକ ପ୍ରାର୍ଥୀ ଭାବେ ମନେ କରନ୍ତି ନାହିଁ । ଅଧିକ ପଢନ୍ତୁ...

‘ଛାତ୍ର ଭିସାରେ ସଂଶୋଧନ ଟ୍ରମ୍ପଙ୍କ ବର୍ଣ୍ଣବୈଷମ୍ୟ ଇମିଗ୍ରେସନ ନୀତିର ଅଂଶବିଶେଷ’- ବିଶେଷଜ୍ଞ

ଗତ ସୋମବାର ଦିନ ଟ୍ରମ୍ପ ପ୍ରଶାସନର ଏକ ନୂଆ ଘୋଷଣାକୁ ନେଇ ଆମେରିକାରେ ଆନ୍ତର୍ଜାତିକ ଛାତ୍ରଛାତ୍ରୀଙ୍କ ମଧରେ ହଇଚଇ ସୃଷ୍ଟି ହୋଇଛି । ଷ୍ଟୁଡେଣ୍ଟ ଆଣ୍ଡ ଏକ୍ସଚେଞ୍ଜ୍ ଭିଜିଟର ପ୍ରୋଗ୍ରାମ – ଏସଇଭିପି, ଏକାଡେମିକ କୋର୍ସୱାର୍କ କରୁଥିବା ଏଫ-୧ ନନ୍ ଇମିଗ୍ରାଣ୍ଟ୍ ଛାତ୍ରଛାତ୍ରୀ ଓ ଭୋକେସନାଲ୍ କୋର୍ସୱାର୍କ କରୁଥିବା ଏମ-୧ ଛାତ୍ରଛାତ୍ରୀଙ୍କ ପାଇଁ ଅସ୍ଥାୟୀ ସଂଶୋଧନ କରିଛନ୍ତି । ଏହାଫଳରେ ଚୀନର ଅଧିକାଂଶ ଛାତ୍ରଛାତ୍ରୀ ଓ ୨ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ପ୍ରଭାବିତ ହେବେ । କାରଣ ଆଗାମୀ ଫଲ୍ ସେମିଷ୍ଟାରରେ ବିଶ୍ବବିଦ୍ୟାଳୟଗୁଡିକ ଯଦି ସେମାନଙ୍କୁ କ୍ୟାମ୍ପସ କୋର୍ସ ପ୍ରସ୍ତାବ ନ ଦିଅନ୍ତି, ତାହା ହେଲେ ସେମାନେ ଆମେରିକା ଛାଡିବାକୁ ବାଧ୍ୟ ହେବେ ।

ତେବେ, ଏ ସମ୍ପର୍କରେ ସ୍ପଷ୍ଟତା ପାଇଁ ବିସ୍ତୃତ ଗାଇଡଲାଇକୁ ଅପେକ୍ଷା କରାଯାଇଥିବା ବେଳେ ଏଭଳି ପଦକ୍ଷେପ ଟ୍ରମ୍ପ ପ୍ରଶାସନର ରଙ୍ଗଭେଦ ଇମିଗ୍ରେସନ ନୀତିର ଅଂଶବିଶେଷ ବୋଲି ମତ ପ୍ରକାଶ ପାଉଛି । ଷ୍ଟୋନି ବ୍ରୁକ୍ ସ୍କୁଲ ଅଫ ଜର୍ଣ୍ଣାଲିଜିମର ଡିଜିଟାଲ ଇନୋଭେସନ ବିଭାଗରେ ଭିଜିଟିଂ ପ୍ରଫେସର ଥିବା ଶ୍ରୀନିବାସନଙ୍କ ମତରେ ଟ୍ରମ୍ପ ପ୍ରଶାସନ ଜାଣିଶୁଣି ଏହି ପଦକ୍ଷେପ ନେଇଛନ୍ତି । ଶ୍ରୀନିବାସନ କଲମ୍ବିଆ ବିଶ୍ବବିଦ୍ୟାଳୟ ଓ ନ୍ୟୁୟର୍କ ବିଶ୍ବବିଦ୍ୟାଳୟରେ କାମ କରିସାରିଛନ୍ତି । ଏହାଛଡା ସେ ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ ଆର୍ଟର ପୂର୍ବତନ ଡିଜିଟାଲ୍ ଅଫିସର । ଜଣେ ପ୍ରମୁଖ ଭାରତ-ଆମେରିକୀୟ ସ୍ବର ଭାବେ ପରିଚିତ ଶ୍ରୀନିବାସନ କହିଛନ୍ତି ଯେ ଛାତ୍ର ଭିସା, ଏଚ-୧ବି ଓ ଏଲ-୧ ଭିସାରେ ବିପର୍ଯ୍ୟୟମୂଳକ ପରିବର୍ତ୍ତନ କରି ରାଷ୍ଟ୍ରପତି ଟ୍ରମ୍ପ ନିଜର ରକ୍ଷଣଶୀଳ ଓ ବିଭାଜନକାରୀ ସମର୍ଥକ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରୁଛନ୍ତି ।

ନ୍ୟୁୟର୍କରୁ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀନିବାସନ କହିଛନ୍ତି ଯେ ଇମିଗ୍ରେସନ ଭିସା ନିୟମରେ ପରିବର୍ତ୍ତନ ଭାରତୀୟ-ଆମେରିକୀୟଙ୍କ ପାଇଁ ଏକ ସତର୍କବାଣୀ । ଭାରତୀୟ-ଆମେରିକୀୟ ସଂପ୍ରଦାୟ ଆମେରିକାର ଏକ ବଡ ଭୋଟବ୍ୟାଙ୍କ୍ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଟ୍ରମ୍ପଙ୍କୁ କ୍ଷତିକାରକ ପ୍ରାର୍ଥୀ ଭାବେ ମନେ କରନ୍ତି ନାହିଁ । ନିର୍ବାଚନ ବର୍ଷରେ ଆମେରିକାର ଆଭନ୍ତରୀଣ ରାଜନୀତିର ଗତି ଓର ପ୍ରମୁଖ ଆନ୍ତର୍ଜାତିକ ଚୁକ୍ତି ଓ ସଂଗଠନରୁ ଆମେରିକା ଓହରିବା ପରେ ଗ୍ଲୋବାଲ ଅର୍ଡରର ସ୍ଥିତି ନେଇ ସାମ୍ବାଦିକ ସ୍ମିତା ଶର୍ମା ପ୍ରଫେସର ଶ୍ରୀନିବାସନଙ୍କ ସହ କଥା ହୋଇଥିଲେ ।

ପ୍ରଶ୍ନ- ଏଫ-୧ ଭିସା ବିଜ୍ଞପ୍ତି ବାବଦରେ ଆପଣ ଆମକୁ ବିସ୍ତୃତରେ କହିପାରିବେ କି ? ଯଦି ବିଶ୍ବବିଦ୍ୟାଳଗୁଡିକ ଫଲ୍ ସେମିଷ୍ଟାର ପାଇଁ ସଂପୂର୍ଣ୍ଣ ଅନଲାଇନ ଯାଆନ୍ତି, ତାହା ହେଲେ ସକ୍ରିୟ ଛାତ୍ରଛାତ୍ରୀଙ୍କୁ ଆମେରିକା ଛାଡିବାକୁ ପଡିବ ?

ଉତ୍ତର- ବର୍ତ୍ତମାନ ଅରାଜକତାର ସମୟ ଚାଲିଛି । ଟ୍ରମ୍ପ ପ୍ରଶାସନ ଏଭଳି ହିଁ କରେ । ଅରାଜକତା ହିଁ ସେମାନଙ୍କର ବୈଶିଷ୍ଟ୍ୟ । ବିଭ୍ରାନ୍ତିକର ସୂଚନା ପ୍ରସାର କରି ଟ୍ରମ୍ପ ପ୍ରଶାସନ ସକ୍ରିୟ ଭାବେ ରଙ୍ଗଭେଦ ଓ ଅନ୍ୟାନ୍ୟ ନୀତି କାଯ୍ୟ ର୍କାରୀ କରିବାକୁ ଉଦ୍ୟମ କରୁଛନ୍ତି । ଆମେରିକା ସ୍ବାସ୍ଥ୍ୟ ଓ ଅର୍ଥନୀତିରେ ବିଫଳ ହୋଇଥିବା ଆମେ ଦେଖୁଛେ । ଏହାଛଡା କୃଷ୍ଣକାୟ ପ୍ରସଙ୍ଗରେ ମଧ୍ୟ ବିଫଳ ହୋଇଛି ଟ୍ରମ୍ପ ପ୍ରଶାସନ । ଇମିଗ୍ରେସନ ପ୍ରସଙ୍ଗରେ ଟ୍ରମ୍ପ ଓ ତାଙ୍କ ଟିମ୍ ଯାହା କରୁଛନ୍ତି ନା, ସେ ନେଇ ସମସ୍ତେ ଚିନ୍ତିତ ହେବା ଦରକାର । ଇମିଗ୍ରେସନ ଛାତ୍ର ଭିସା ନେଇ କିଛି ସ୍ପଷ୍ଟୀକରଣ ଆସିବ ବୋଲି ଆଶା କରାଯାଏ । ଛାତ୍ରମାନେ ଆମେରିକା ଛାଡିବେ ନ ହେଲେ ଆଉ ଏକ ସ୍କୁଲକୁ ଯାଇପାରିବେ, ଯେଉଁଠି କି ଅଧିକ ଇନ୍ ପର୍ସନ କ୍ଲାସ ହେଉଥିବ । ଭଲ ଖବର ହେଲା ଯେ, ଅଧିକାଂଶ ସ୍କୁଲ ଏବେ ଇନ୍ ପର୍ସନ କ୍ଲାସ କରୁଛନ୍ତି । ହେଲେ ଏଠାରେ ଶୀଘ୍ର ଆରମ୍ଭ ହେଉଥିବା ଫଲ୍ ସେମିଷ୍ଟର୍ ଛାତ୍ରମାନଙ୍କ ପାଇଁ ଭଲ ଖବର ନୁହେଁ ।

କିନ୍ତୁ ଏବେ ବି ଏ ପ୍ରସଙ୍ଗରେ ସଂଶୟ ଜାରି ରହିଛି । ହୋଇପାରେ ଯେ, କିଛି ସଂଶୋଧନ ବି ହୋଇପାରେ । କିନ୍ତୁ ପ୍ରଶାସନ ହେଉଛି ଇମିଗ୍ରେସନ ବିରୋଧୀ । ଇମିଗ୍ରେସନ ନୀତି ଯୋଗୁଁ ହିଁ ବାହାର ଦେଶର ଯୋଗ୍ୟ ଛାତ୍ରଛାତ୍ରୀମାନେ ଆମେରିକାକୁ ଆସି ପଢାପଢି କରିବା ସହ ନିଜ ନିଜର ଛାପ ଛାଡୁଛନ୍ତି । କିନ୍ତୁ ଏହା ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ବାର୍ଥରେ ଯାଉନାହିଁ । ସେ ଭାରତୀୟ ଆଇଆଇଟି ଇଂଜିନିୟରଙ୍କୁ ଚାହୁଁନାହାନ୍ତି । ସେ ନରୱେର ମତ୍ସ୍ୟଜୀବୀଙ୍କୁ ସିନା ଚାହିଁବେ, କିନ୍ତୁ ଭାରତୀୟ ଆଇଆଇଟି ଇଞ୍ଜିନିୟରଙ୍କୁ ନୁହେଁ ।

ପ୍ରଶ୍ନ- ନୂଆ ଇମିଗ୍ରେସନ ଛାତ୍ର ଭିସା ନେଇ ଆନ୍ତର୍ଜାତିକ ଛାତ୍ରଛାତ୍ରୀ କେତେ ଚିନ୍ତିତ? ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଚୀନ ଓ ଭାରତୀୟ ଅଛନ୍ତି ।

ଉତ୍ତର- ଛାତ୍ରଛାତ୍ରୀମାନେ ବଡ ଆତଙ୍କ ଓ ସଂଶୟରେ ଅଛନ୍ତି । ଏଠାକୁ ଆସିଯାଇଥିବା ଛାତ୍ରଛାତ୍ରୀମାନେ ଆଗକୁ କଣ ହେବ ଜାଣିପାରୁନାହାନ୍ତି । ଆଡମିସନ ପାଇଲେ ବି ଭିସା ପାଇବା ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । କାରଣ ଭିସା ଅଫିସ ଖୋଲିନାହିଁ । ତେଣୁ ଅରାଜକତା ସ୍ଥିତି ସୃଷ୍ଟି ହୋଇଛି । ମୋତେ ଏ ବାବଦରେ ଯୋଗାଯୋଗ କରୁଥିବା ଛାତ୍ରଛାତ୍ରୀଙ୍କୁ ଶାନ୍ତ ରହିବା ପାଇଁ ମୁଁ ନିବେଦନ କରୁଛି । ପ୍ରକୃତରେ ଗାଇଡଲାଇନ କଣ ରହିଛି, ସେ ସଂପର୍କରେ ସ୍ପଷ୍ଟ ଭାବ ଜାଣିବା ପରେ କଣ ହେଉଛି ଅପେକ୍ଷା କରିବାକୁ ମୁଁ ସେମାନଙ୍କୁ କହୁଛି । ଅରାଜକତାର ସ୍ଥିତି ସୃଷ୍ଟି କରିବାକୁ ଭଲ ପାଆନ୍ତି ଟ୍ରମ୍ପ । ଯଦି ଇମିଗ୍ରେସନ ଛାତ୍ର ଭିସା ନୀତିରେ ପରିଣତ ହୁଏ, ତାହା ହେଲେ ଏହା ବଡ ଧରଣର ସମସ୍ୟା ସୃଷ୍ଟି କରିବ । କେବଳ ଭାରତୀୟଙ୍କ ପାଇଁ ନୁହେଁ, ବରଂ ଆମେରିକା ପାଇଁ ବି ଏହା ବିପର୍ଯ୍ୟୟ ସୃଷ୍ଟି କରିବ ।

ପ୍ରଶ୍ନ- ଅନେକ କଲେଜ ଆଗାମୀ ଫଲ୍ ସେମିଷ୍ଟର ପାଇଁ ଆଡମିସନ ପ୍ରକ୍ରିୟା ଶେଷ କରିସାରିଲେଣି । ଏଭଳି ସ୍ଥଳେ ଛାତ୍ରମାନେ କିପରି ଟ୍ରାନସଫର ଲୋଡିପାରିବେ ? ଏବେ ଲକଡାଉନ ଚାଲିଛି । ଭାରତ ପାଇଁ ଆମେରିକାରୁ କେବେ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ ହେବ, ତାହା ଆମେ ଜାଣିନେ । ତେଣୁ ଛାତ୍ରମାନେ ଆମେରିକାରୁ କେମିତି ଯିବେ ?

ଉତ୍ତର- ଠିକ୍ କଥା । କଣ ସବୁ ହେଉଛି, ସେ ନେଇ କୌଣସି ସ୍ପଷ୍ଟତା ନାହିଁ । କିନ୍ତୁ ଏହା ଆକସ୍ମିକ ଭାବେ କରାଯାଇନାହିଁ । ସବୁ ଉଦ୍ଦେଶ୍ୟମୂଳକ ଭାବେ ହୋଇଛି । ମହାମାରୀ ପ୍ରକୋପ ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଓହରି ଆସିବା ନିଷ୍ପତି ଏଭଳି ପ୍ରଶାସନ ହିଁ ନେଇପାରିବ ।

ପ୍ରଶ୍ନ- ପୂର୍ବରୁ ଟ୍ରମ୍ପ ପ୍ରଶାସନ ଏଚ-୧ବି, ଏଲ-୧ ଭିସା ଏବର୍ଷ ଶେଷ ଯାଏଁ ସସପେଣ୍ଡ୍ କରିଥିଲେ । ଗ୍ରୀନ କାର୍ଡ ଆବେଦନକାରୀଙ୍କ ଭାଗ୍ୟ ବି ଏଯାଏଁ ଜଣାପଡିନାହିଁ । ନିର୍ବାଚନ ବର୍ଷରେ ଘରୋଇ ଭୋଟରଙ୍କୁ ସୁହାଇବା ପାଇଁ ଏସବୁ କରାଯାଉଛି କି ?

ଉତ୍ତର- ଶତ ପ୍ରତିଶତ । ଟ୍ରମ୍ପଙ୍କ ସମର୍ଥକ ଭୋଟ ବ୍ୟାଙ୍କର ଲୋକେ ବର୍ଣବୈଷମ୍ୟବାଦୀ, ବିଦେଶୀଙ୍କୁ ଘୃଣା କରନ୍ତି ଓ ନିଜ କର୍ମ ସଂସ୍ଥାନ ନେଇ ଚିନ୍ତିତ । ଏ ପ୍ରକାର ଲୋକେ ଟ୍ରମ୍ପଙ୍କ ବଡ ସମର୍ଥକ । ଟ୍ରମ୍ପ ଆମେରିକାର ସଂଖ୍ୟାଲଘୁ ଓ ଇମିଗ୍ରାଣ୍ଟଙ୍କୁ ଶତ୍ରୁରେ ପରିଣତ କରିଛନ୍ତି । ପ୍ରତିଦିନ ଏମାନଙ୍କ ବିରୋଧରେ ତାଙ୍କ ପକ୍ଷରୁ ଟେଲିଭିଜନ ଚ୍ୟାନେଲରେ ବିଭ୍ରାନ୍ତିକର ସୂଚନା ପ୍ରସାର କରାଯାଉଛି । ଟ୍ରମ୍ପ ସମର୍ଥକ ମିଡିଆ ଓ ସୋସିଆଲ ମିଡିଆ ତାଙ୍କ ପାଇଁ ମିଛ କଥା କହୁଛନ୍ତି । ଏଚ-୧ ଓ ଏଲ-୧ ଭିସା ବାବଦରେ ଟ୍ରମ୍ପଙ୍କ ନିଷ୍ପତି ବିପର୍ଯ୍ୟୟ ହିଁ ଡାକିଆଣିଛି । ତେବେ, ଇମିଗ୍ରାଣ୍ଟଙ୍କ ମୂଲ୍ୟ ବୁଝୁଥିବା ଗୋଷ୍ଠୀ ବି ଅଛନ୍ତି । ଟେକ୍ ଇଣ୍ଡଷ୍ଟ୍ରି ଟ୍ରମ୍ପଙ୍କ ଭିସା ନୀତିକୁ ବିରୋଧ କରୁଛି । କାରଣ ସେମାନେ ଏଭଳି ୱାର୍କର ଦରକାର କରନ୍ତି । ଟେକ୍ ବିଜିନେସରେ ବେରୋଜଗାରୀର ସ୍ତର ଏବେ ବି କମ୍ ରହିଛି । ଟେକ୍ ଜବ୍ ଗୁଡିକ ଏବେ ବିଦେଶକୁ ଯାଉଛି । ଟେକ୍ କମ୍ପାନୀଗୁଡିକର ମତ ଯେ, ଏଚ-୧ବି ଭିସା ଉପରେ କଟକଣା ଦ୍ବାରା ଆମେରିକୀୟଙ୍କୁ ମଧ୍ୟ କାମ ମିଳୁନାହିଁ ।

ପ୍ରଶ୍ନ- ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ କହିଛନ୍ତି ଯେ, ସେ ଯଦି ନିର୍ବାଚିତ ହୁଅନ୍ତି, ତାହା ହେଲେ ଏଚ-୧ବି ଭିସା ପ୍ରସଙ୍ଗରେ ସେ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବେ । ତେବେ, ଭାରତୀୟ-ଆମେରିକୀୟ ସମ୍ପ୍ରଦାୟ ଏକ ନିର୍ବାଚନ ବର୍ଷରେ ଟ୍ରମ୍ପ-ମୋଦି କେମିଷ୍ଟ୍ରିକୁ କେମିତି ଦେଖନ୍ତି ?

ଉତ୍ତର- ଭାରତୀୟ ସଂପ୍ରଦାୟ ବିଭାଜିତ । ସେମାନଙ୍କ ମଧ୍ୟରୁ କିଛି ଟ୍ରମ୍ପ ଓ ତାଙ୍କର କିଛି ନୀତିକୁ ସମର୍ଥନ କରନ୍ତି । ଟ୍ରମ୍ପଙ୍କ ଟିକସ ହ୍ରାସ ନୀତି ଅନେକଙ୍କୁ ସୁହାଇଛି । ଅନେକ ପ୍ରଗତିଶୀଳ ଚିନ୍ତାଧାରା ସମ୍ପନ୍ନ ଲୋକ ଅଛନ୍ତି, ଯେଉଁମାନେ କି ଟ୍ରମ୍ପଙ୍କ ନୀତି ଓ କଟକଣାକୁ ଜୋରଦାର ବିରୋଧ କରୁଛନ୍ତି । ତେବେ, ଭାରତୀୟ ବଂଶୋଦ୍ଭବ ଲୋକଙ୍କ ମଧ୍ୟରୁ ହିଁ ବଡ ବଡ ସାମାଜିକ କର୍ମୀ ଓ କର୍ମକର୍ତା ରହିଛନ୍ତି । କିନ୍ତୁ ଏମିତି ବି ଭାରତୀୟ ବଂଶୋଦ୍ଭବ ଅଛନ୍ତି, ଯେଉଁମାନେ କି କୌଣସି କଥାରେ ମୁଣ୍ଡ ପୁରାନ୍ତି ନାହିଁ । ସେମାନେ ଆମେରିକାର ରାଜନୀତି ବାବଦରେ ଖବର ଜାଣନ୍ତି ନାହିଁ କି ଭୋଟିଂ ବାବଦରେ ଗମ୍ଭୀର ନୁହଁନ୍ତି । କିନ୍ତୁ ଯେଉଁମାନେ ଟ୍ରମ୍ପକୁ ସେତେ କ୍ଷତିକାରକ ପ୍ରାର୍ଥୀ ବୋଲି ଭାବୁନଥିଲେ, ସେମାନେ ତାଙ୍କ ମତ ବଦଳାଇଛନ୍ତି । ସେମାନଙ୍କ ପାଇଁ ଟ୍ରମ୍ପଙ୍କ ଭିସା ପଦକ୍ଷେପ ସତର୍କବାଣୀ ସଦୃଶ ହୋଇଛି । ତେବେ ଟ୍ରମ୍ପଙ୍କ ନୀତି ଓ ଆଭିମୁଖ୍ୟ ଜାଣି ସୁଦ୍ଧା ତାଙ୍କୁ ଅନେକ ଭାରତୀୟଙ୍କ ସମର୍ଥନ ଚିନ୍ତାର କାରଣ । କୋଭିଡ-୧୯ ମହମାରୀ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ ଆମେରିକା ପାଇଁ ଟ୍ରାଜେଡିରେ ପରିଣତ ହୋଇଛି । ଦକ୍ଷିଣ କୋରିଆ ଓ ଆମେରିକାରେ ଏକାଦିନ କୋରୋନା ମାମଲା ଆସିଥିଲା । କିନ୍ତୁ ଦକ୍ଷିଣ କୋରିଆରେ ମୃତ୍ୟୁସଂଖ୍ୟା ୨୦୦ ଥିଲା ବେଳେ ଆମେରିକାରେ ଏହି ସଂଖ୍ୟା ଥିଲା ୫୦ହଜାର । ଏହିଭଳି ଟ୍ରାଜେଡି ଆମ ଆଖି ଆଗରେ ଘଟୁଛି ।

ପ୍ରଶ୍ନ- ହାଭାର୍ଡ ବିଶ୍ବବିଦ୍ୟାଳୟକୁ ଜୋରଦାର ସମାଲୋଚନା କରି ସ୍କୁଲ ଖୋଲିବା ସହ କ୍ଲାସ ଆରମ୍ଭ କରିବାକୁ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଏଫ-୧ ଭିସା ସଂଶୋଧନ ପାଇଁ ଚାପ ପ୍ରୟୋଗ କୌଶଳ ଫଳରେ ଶିକ୍ଷା ପ୍ରତିଷ୍ଠାନଗୁଡିକ ଖୋଲିବ କି ? ବର୍ତମାନ କୋଭିଡ-୧୯ ସ୍ଥିତିରେ ଫିଜିକାଲ କ୍ଲାସ ସମ୍ଭବ କି ?

ଉତ୍ତର- ମୁଁ ଭାବୁନାହିଁ ଯେ, ଶିକ୍ଷା ପ୍ରତିଷ୍ଠାନଗୁଡିକ ଏହା ଗ୍ରହଣ କରିବେ । କିନ୍ତୁ ସେ କଲେଜଗୁଡିକୁ ଖୋଲିବା ପାଇଁ କେବଳ ବାଧ୍ୟ କରୁନାହାନ୍ତି, ବରଂ ଏଥିପାଇଁ ଗଭର୍ନରମାନଙ୍କ ଉପରେ ଚାପ ପ୍ରୟୋଗ କରିବେ ବୋଲି ମଧ୍ୟ ସେ କହୁଛନ୍ତି । କିନ୍ତୁ ଆମେରିକାରେ ମହାମାରୀର ପ୍ରକୋପ ଜାରି ରହିଛି । ଅନ୍ୟ କୌଣସି ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ମାମଲା ବୃଦ୍ଧି ପାଇନାହିଁ । ଆମେ କିଛି କରିନାହୁଁ । ସବୁ କଥା ରାଜନୈତିକ ହୋଇଯାଇଛି ।

ପ୍ରଶ୍ନ- ସାରା ବିଶ୍ବ ମହାମାରୀ ଦ୍ବାରା କବଳିତ ହୋଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଓହରିବା ପାଇଁ ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଆମେରିକା । କଂଗ୍ରେସ ସଦସ୍ୟ ଅମି ବେରା ଏହି ପଦକ୍ଷେପକୁ ସମାଲୋଚନା କରି ଟ୍ବିଟ୍ ପରେ ଟ୍ବିଟ୍ କରିଛନ୍ତି । ପ୍ରମୁଖ ଆନ୍ତର୍ଜାତିକ ସଂସ୍ଥା ସମେତ ପ୍ୟାରିସ ଜଳବାୟୁ ଭଳି ପ୍ରମୁଖ ଚୁକ୍ତିରୁ ଓହରିଯାଇଛି ଆମେରିକା । ତେଣୁ ଗ୍ଲୋବାଲ ଅର୍ଡରର ବର୍ତମାନ ସ୍ଥିତି କେଉଁଠି ?

ଉତ୍ତର- ସବୁସ୍ତରରେ ଦୁଃଖ ଓ ବିପର୍ଯ୍ୟୟ । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଟ୍ରମ୍ପକୁ ଆମେ କିଛି ତାତ୍ସଲ୍ୟ କରିଥିଲୁ । କିନ୍ତୁ ପରେ ଭାବିଲୁ ଯେ, ରାଷ୍ଟ୍ରପତି ହେଲା ପରେ ସେ ହୁଏତ ସୁଧୁରିଯିବେ । କିନ୍ତୁ ପ୍ରଥମ ଦିନରୁ ହିଁ ଟ୍ରମ୍ପ ମନମୁଖୀ ଭାବେ କାମ କରିଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.