ETV Bharat / bharat

ନଡା ଜାଳିବାରୁ ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ: ଏସଏଏଫଏଆର

author img

By

Published : Nov 2, 2020, 8:29 AM IST

ଜାତୀୟ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବିଗୁଡୁଛି ବାୟୁ ପ୍ରଦୂଷଣ । ଏହାର ମୁଖ୍ୟ କାରଣ ରୂପେ ଉଭା ହୋଇଛି ପଡୋଶୀ ରାଜ୍ୟରେ ନଡା ଜାଳିବା । ଦିଲ୍ଲୀରେ ବଢୁଥିବା ବାୟୁପ୍ରଦୂଷଣର 40 ପ୍ରତିଶତ ହେଉଛି କେବଳ ନଡା ଜାଳିବା ଦ୍ବାରା ।

Stubble burning contributing 40% to Delhi's pollution
ଦିଲ୍ଲୀ ବାୟୁ ପ୍ରଦୂଷଣରେ ନଡା ଜାଳିବା 40ପ୍ରତିଶତକୁ ବୃଦ୍ଧି

ଦିଲ୍ଲୀ: ଦିନକୁ ଦିନ ବିଗୁଡୁଛି ଦିଲ୍ଲୀ ପରିବେଶ । ବାୟୁ ଗୁଣବତ୍ତା ଅନୁସାରେ ଜାତୀୟ ରାଜଧାନୀ ବାୟୁ ଦିଲ୍ଲୀବାସୀଙ୍କ ପାଇଁ ଅସ୍ବାସ୍ଥ୍ୟକର ହେବାରେ ଲାଗିଲାଣି । ପଡୋଶୀ ରାଜ୍ୟରେ ନଡା ଜାଳିବା ବୃଦ୍ଧି ପ୍ରଦୂଷଣରେ 40ପ୍ରତିଶତ ସହାୟକ ବୋଲି ରବିବାର ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ବାୟୁ ଗୁଣବତ୍ତା ମନିଟରିଂ ଏଜେନ୍ସି ଏସଏଏଫଏଆର କହିଛନ୍ତି ।

ଶନିବାର ପଞ୍ଜାବ, ହରିୟାଣା,ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ 3,216 ଚାଷ ଜମିରେ ନଡା ଜଳିଥିବା କହିଛି ଏସଏଏଫଏଆର । ଆକଳନ ଅନୁସାରେ 2.5ରୁ ଏହା ବୃଦ୍ଧି ପାଇ 40 ପ୍ରତିଶତରେ ପହଞ୍ଚିଛି । ଆସନ୍ତା ଦୁଇଦିନ ପାଇଁ ଭଲ ବାୟୁ ପ୍ରବାହର ପୂର୍ବାନୁମାନ କରିଛି ଏଜେନ୍ସି ।

ରବିବାର ଓ ସୋମବାର ବାୟୁର ଗୁଣବତ୍ତାରେ ସାମାନ୍ୟ ଉନ୍ନତି ଘଟିବ ବୋଲି ପୂର୍ବାନୁମାନ କରିଛି ଏସଏଏଫଏଆର । ନଭେମ୍ବର 3ରେ ଏହା ପୁନଃ ସାମାନ୍ୟ ଖରାପ ହେବାକୁ ଯାଉଛି । ଏହି ସପ୍ତାହରେ ରବିବାର ଦିଲ୍ଲୀରେ ସର୍ବାଧିକ ନଡା ଜଳାଯାଇଥିଲା । ପ୍ରଦୂଷଣକୁ ବଢାଇ ଶୁକ୍ରବାର 19ପ୍ରତିଶତ, ଶନିବାର 32ପ୍ରତିଶତ ଓ ଗୁରୁବାର 36 ପ୍ରତିଶତକୁ ବୃଦ୍ଧି ପାଇଛି । ଏସଏଏଫଏଆର ତଥ୍ୟ ଅନୁସାରେ 2019 ନଭେମ୍ବର 1 ସୁଦ୍ଧା ଦିଲ୍ଲୀ ପ୍ରଦୂଷଣରେ ନଡା ଜାଳିବା 44 ପ୍ରତିଶତରେ ପହଞ୍ଚିଥିଲା ।

ଅଧିକ ନଡା ଜାଳିବା ପ୍ରଦୂଷଣର କାରଣ ହେବା ସହ ଶୀତଦିନରେ ଏହା ବୃଦ୍ଧି ପାଇବ । ଯାହା ଉନ୍ନତ ବାୟୁ ପ୍ରବାହରେ ବାଧା ଦେବ ବୋଲି ସାଟେଲାଇଟରୁ ଜଣାପଡିଛି । ସୂଚନାଥାଉକି, ଦିଲ୍ଲୀ ବାୟୁ ପ୍ରଦୂଷଣ କରୁଥିବା ସଂସ୍ଥାଗୁଡିକ ଉପରେ ଅକ୍ଟୋବର 17ରୁ ଜୋରିମାନା ଜାରି କରାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.