ETV Bharat / bharat

କୋରୋନା ମୁକାବିଲା: ‘ଆର୍ଥିକ ପଦକ୍ଷେପ ଗ୍ରହଣ କରନ୍ତୁ ସରକାର ’

author img

By

Published : Mar 23, 2020, 8:06 PM IST

ଚୀନ ପରେ ଇଟାଲୀ ହେଉଛି କୋରୋନା ଭାଇରସର ହେଡକ୍ୱାଟର । ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏଠାରେ ଜନ ଜୀବନ ଠପ ହୋଇଯାଇଛି । ଆଉ ଏହି ସ୍ଥିତିରୁ ଶିକ୍ଷା ନେଇ ଭାରତକୁ କୋରୋନା ମୁକାବିଲା କରିବାକୁ ପଡିବ ବୋଲି କହିଛନ୍ତି ଚିଦାମ୍ବରମ ।

strict steps should be taken by taking lessons from italy says chidambaram
କୋରୋନା ମୁକାବିଲା: ‘ଆର୍ଥିକ ପଦକ୍ଷେପ ଗ୍ରହଣ କରନ୍ତୁ ସରକାର ’

ନୂଆଦିଲ୍ଲୀ: ଇଟାଲୀ ଠାରୁ ଶିକ୍ଷା ନେଇ କୋରୋନା ମୁକିବାଲ ପାଇଁ କଡା ପଦକ୍ଷେପ ଗ୍ରହଣ କରିବା ଦରକାର । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଆର୍ଥିକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ରହିଛି । ଲକଡାଉନକୁ ସମର୍ଥନ କରି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ସୋମବାର ଏ ନେଇ କହିଛନ୍ତି ।

ଚିଦାମ୍ବରମ ଟ୍ବିଟ କରି କହିଛନ୍ତି ଯେ, 'ଜନତା କର୍ଫ୍ୟୁ' ଶେଷ ହୋଇଛି । ଏହି ଅନୁଭବ ବହୁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ବହୁ ଜିଲ୍ଲା ଓ ଅଞ୍ଚଳକୁ ଲକଡାଉନ ପାଇଁ ପ୍ରେରିତ କରିଛି । ଏଥିପାଇଁ ଜରୁରୀ ସେବାକୁ ବାଦ ଦେଇ ସାମାଜିକ ଦୂରତା ପାଇଁ ଦୋକାନ, ମଲ ଆଦିକୁ ବନ୍ଦ କରୁଛନ୍ତି । ଏହି ସାହସିକ ପଦକ୍ଷେପ ପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ଉଚିତ୍।’’

ତେବେ ଚିଦାମ୍ବରମ ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, କୋରୋନା ଭାଇରସ ଖରାପ ପ୍ରଭାବର ମୁକାବିଲା ପାଇଁ କେନ୍ଦ୍ର ସରକାର ଆର୍ଥିକ ପଦକ୍ଷେପ ଘୋଷଣା କରିବାର ଆବଶ୍ୟକତା ରହିଛି । ସବୁ ବନ୍ଦ ଯୋଗୁଁ ବହୁ ଆର୍ଥିକ କଷ୍ଟ ଭୋଗିବାକୁ ପଡିବ । କିନ୍ତୁ ବହୁ ପରିମାଣରେ ଜୀବନ ହରାଇବା ଅପେକ୍ଷା ଆର୍ଥିକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଅଧିକ ସହଜ ।

ଏ ନେଇ ଚିଦାମ୍ବରମ ସରକାରଙ୍କୁ ଆଗ୍ରହ କରିଛନ୍ତି କି, ‘ଇଟାଲୀରୁ ଶିକ୍ଷା ନେଇ କୋରୋନା ଭଇରସ ପ୍ରସାର ରୋକିବା ଦରକାର । ଏବେ ସାହାସିକତା ଭାବେ ପଦକ୍ଷେପ ନିଆଯାଉ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.