ETV Bharat / bharat

ରୋଜଗାରର ଆଉ ଏକ ପନ୍ଥା ଷ୍ଟ୍ରବେରୀ ଚାଷ - Udhampur

ଖରା ଦିନରୁ ଆରମ୍ଭ ହୋଇଥାଏ ଷ୍ଟ୍ରବେରୀର ଡିମାଣ୍ଡ । ଫଳରେ ବ୍ୟବସାୟୀମାନେ ମାତିଯାଆନ୍ତି ଚାଷରେ । ଏହି ଚାଷକୁ ବ୍ୟବସାୟରେ ପରିଣତ କରି ରୋଜଗାରର ପନ୍ଥା ବାଛନ୍ତି ଯୁବପିଢି ।

ଫଟୋ ସଜୌନ୍ୟ: ଏଏନଆଇ
author img

By

Published : Apr 19, 2019, 2:19 AM IST

ଉଦମପୁର: ଜମ୍ମୁ-କାଶ୍ମୀରରେ ଆସିଛି ଷ୍ଟ୍ରବେରୀ ଋତୁ । ଖରାଦିନରୁ ଆରମ୍ଭ ହୋଇଯାଏ ଷ୍ଟ୍ରବେରୀ ଚାଷ । ଏଠାକାର ଯୁବପିଢିଙ୍କ ରୋଜଗାର କରିବାର ଆଉ ଏକ ମାଧ୍ୟମ ଷ୍ଟ୍ରବେରୀ ବ୍ୟବସାୟ । ଏହି ଋତୁରୁ ଆରମ୍ଭ ହୋଇଥାଏ ଷ୍ଟ୍ରବେରୀର ଡିମାଣ୍ଡ । ଫଳରେ ବ୍ୟବସାୟୀମାନେ ମାତିଯାଆନ୍ତି ଚାଷ କରିବାରେ । ରୋଜଗାର କରିବା ପାଇଁ ଯୁବପିଢିଙ୍କୁ ମଧ୍ୟ ସୁଯୋଗ ମିଳିଥାଏ ।

ବିଗତ କିଛି ବର୍ଷ ମଧ୍ୟରେ ଷ୍ଟ୍ରବେରୀର ବହୁତ ଚାହିଦା ବଢିଛି । ଏଠାରୁ ଷ୍ଟ୍ରବେରୀ ବହୁମାତ୍ରାରେ ଆମଦାନୀ ହେଉଛି । ଏହି ଚାଷ କରିବା ଦ୍ବାରା ବ୍ୟବସାୟୀଙ୍କୁ ଭଲ ଲାଭ ମିଳୁଛି । ରିତି ଗାଁର ଜଣେ ଚାଷୀ ରାମପ୍ରକାଶଙ୍କ କହିବା କଥା ହେଲା, ଏଠାକାର ସରକାର ଷ୍ଟ୍ରବେରୀ ଚାଷକୁ ଆହୁରୀ ଉନ୍ନତମାନର କରିବା ପାଇଁ ବିଶେଷ ପଦକ୍ଷେପ ନେଇଛନ୍ତି । ଜଣେ ଚାଷୀ କ୍ଷୁଦ୍ର ଆକାରରେ ଏହାର ଚାଷ କରିବାକୁ ଚାହିଁଲେ ସେମାନଙ୍କୁ ସରକାର ପକ୍ଷରୁ କିଛି ସହାୟତା ମିଳୁଛି ।

ସେ ଆହୁରୀ ମଧ୍ୟ କହିଛନ୍ତି ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଏହି ଚାଷ ପାଇଁ ଋଣ ମଧ୍ୟ ପ୍ରଦାନ କରନ୍ତି । ଏହି ରାଜ୍ୟରେ ପାଣିପାଗ ଭଲ ଥିବାରୁ ଏଠାରେ ଷ୍ଟ୍ରବେରୀ ଚାଷ ବହୁତ ଭଲ ଧରଣରେ ହୁଏ । ଏନେଇ ବରିଷ୍ଠ ଉଦ୍ୟାନ ଅଧିକାରୀ ବ୍ରିଜ ଭଲ୍ଲଭ ଗୁପ୍ତାଙ୍କ କହିବା କଥା ହେଲା ଯୁବମାନେ ଷ୍ଟ୍ରବେରୀ ଚାଷରେ ନିୟୋଜିତ ହେବା ଆବଶ୍ୟକ । କାରଣ କମ ପରିଶ୍ରମରେ ଏହା ଅଧିକ ଲାଭ ଦେଇଥାଏ । ଷ୍ଟ୍ରବେରୀର ବଜାରରେ ବହୁତ ଚାହିଦା ରହିଛି । ତେଣୁ ଏଭଳି ଚାଷ କଲେ ରାଜ୍ୟର ବେରୋଜଗାରୀ ସମସ୍ୟା ଦୂର ହେବ ।

Intro:Body:

yt

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.