ହାଇଦ୍ରାବାଦ: ସିବିଏସଇ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ପିଲାଙ୍କ ଚୂଡାନ୍ତ ପ୍ରଦର୍ଶନ ଆକଳନ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଡ୍ରାଫ୍ଟ ନୋଟିଫିକେସନ ଦାଖଲ କରାଯାଇଥିଲା । ଏଥିରେ ପରୀକ୍ଷା ଆୟୋଜନ ନେଇ ଏକ ସ୍କିମ୍ ପ୍ରସ୍ତାବ ଦେଇଛି ସିବିଏସଇ । ଜୁଲାଇ 1ରୁ 15 ଯାଏଁ ହେବାକୁ ଥିବା ପରୀକ୍ଷାକୁ କୋଭିଡ 19 ପାଇଁ ବାତିଲ କରାଯାଇଥିବାବେଳେ ନୂଆ ଉପାୟରେ ଆୟୋଜନ ନେଇ ବୋର୍ଡ ପ୍ରସ୍ତାବ ଦେଇଛି ।
ତେବେ କେବଳ ଭାରତ ନୁହେଁ ଆଙ୍ଗୋଲା, ଇଣ୍ଡୋନେସିଆ, ମାଲଟା, ମେକ୍ସିକୋ, ମାଇକ୍ରୋନୋସିଆ, ମୋଙ୍ଗୋଲିଆ, ମୋରୋକ୍କୋ, ପାଲାଉ, ଥାଇଲାଣ୍ଡ, ଟୋଙ୍ଗା ଓ ଭେନେଜୁଏଲା ଭଳି ଦେଶ ମଧ୍ୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିକଳ୍ପ ପରୀକ୍ଷା ବ୍ୟବସ୍ଥା ଆପଣାଇଛନ୍ତି । କିଛି ଦେଶ ମଧ୍ୟ କୋଭିଡ 19 ମହାମାରୀ ଭିତରେ ବି ପରୀକ୍ଷା ଆୟୋଜନ କରିଛନ୍ତି । ଆରବ ରାଷ୍ଟ୍ରମାନଙ୍କରେ ଜାତୀୟ ପରୀକ୍ଷା ବିଶେଷ କରି ଦ୍ବାଦଶ ଶ୍ରେଣୀ ଉପରକୁ ସମସ୍ତ ପରୀକ୍ଷା ସ୍କୁଲ କିମ୍ବା ସେଣ୍ଟର ଭିତରେ ଆୟୋଜିତ ହୋଇଛି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ପରୀକ୍ଷା ସେଣ୍ଟରକୁ ଭଲ ଭାବେ ସାନିଟାଇଜ କରାଯାଇଛି । ଇଜିପ୍ଟ, ଜୋର୍ଡାନ, ମୋରୋକ୍କୋ, ପାଲେଷ୍ଟାଇନ ଏବଂ ସିରିୟାରେ ଏପରି ବ୍ୟବସ୍ଥା ସହ ଘୋଷିତ ହୋଇଥିବା ମୂଳ ତାରିଖରେ ପରୀକ୍ଷା ଆୟୋଜିତ ହୋଇଛି ।
ୟୁରୋପ ରାଷ୍ଟ୍ର ଜର୍ମାନୀରେ ମଧ୍ୟ ପରୀକ୍ଷା କଡା ସୁରକ୍ଷା ମଧ୍ୟରେ ଆୟୋଜନ ହେଉଛି । ମହାମାରୀ ସଂକ୍ରମଣର ଆଶଙ୍କା କମ କରିବା ସହ ଏହାକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇ ପରୀକ୍ଷା ଆୟୋଜନ କରାଯାଉଛି । ଫିନଲାଣ୍ଡରେ ପରୀକ୍ଷା ଆୟୋଜନ ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଆପଣାଯାଇଛି । ଏଥିରେ ଥିବା ବିଭିନ୍ନ ପ୍ରକ୍ରିୟାକୁ ବନ୍ଦ କରି କେବଳ ଗୋଟିଏ ପ୍ରକ୍ରିୟାରେ ପରୀକ୍ଷା ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀ ମଧ୍ୟ ଅସଂଖ୍ୟ ଥର ନିଜ ପରୀକ୍ଷା ରିନିୟୁ କରିପାରିବେ ବୋଲି ବ୍ୟବସ୍ଥା ରହିଛି । ଇଟାଲୀରେ ପରୀକ୍ଷା ବାତିଲ ହୋଇନାହିଁ କି ଘୁଞ୍ଚିନାହିଁ । ଏଥିପାଇଁ ସରକାର ଏକ ବିକଳ୍ପ ବ୍ୟବସ୍ଥା ବାହାର କରିବା ଉପରେ ବିଚାର କରୁଛନ୍ତି । ଫ୍ରାନ୍ସରେ ଜାତୀୟ ଶିକ୍ଷକ ନିଯୁକ୍ତି ପରୀକ୍ଷା ଜୁନ୍ ଏବଂ ଜୁଲାଇ ମଧ୍ୟରେ ଆୟୋଜିତ ହେବାର ଥିଲା । କିନ୍ତୁ ଏବେ କୋଭିଡ 19 ସଂକ୍ରମଣ ଯୋଗୁଁ ଏହା ଘୁଞ୍ଚିପାରେ ବୋଲି ଜଣାପଡିଛି ।
ଲୁକ୍ସେମବର୍ଗରେ ସମସ୍ତ କୋର୍ସ ସରିନଥିବାରୁ ପରୀକ୍ଷାରେ ସବୁ ବିଷୟରୁ ନପକାଇବାକୁ ଆୟୋଜକମାନେ ନିଷ୍ପତ୍ତି ନେଇଛନ୍ତି । ପୋଲାଣ୍ଡ ସରକାର ବିଦ୍ୟାଳୟ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଘୋଷଣା କରିଛନ୍ତି । ନଭେମ୍ବରରେ ଡିଜିଟାଲ ଉପାୟରେ ପରୀକ୍ଷା କରିବାକୁ ନ୍ୟୁଜିଲାଣ୍ଡ ସରକାର ସ୍ଥିର କରିଛନ୍ତି । କାଜାଖସ୍ତାନରେ ମଧ୍ୟ କୌଣସି ପରୀକ୍ଷା ଘୁଞ୍ଚିବନି ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ବ୍ରାଜିଲରେ ଜାତୀୟ ହାଇସ୍କୁଲ ପରୀକ୍ଷା ଡିଜିଟାଲ ଏବଂ ପେପର ମୋଡରେ ଆୟୋଜିତ ହେବ । କୋଷ୍ଟାରିକାରେ ଗ୍ରେଡ ଆଧାରରେ ପିଲାଙ୍କୁ ପରବର୍ତ୍ତୀ ପର୍ଯ୍ୟାୟକୁ ଛଡାଯିବ । ଆୟର୍ଲାଣ୍ଡରେ ସମସ୍ତ ଓରାଲ ଏବଂ ପ୍ରାକ୍ଟିକାଲ ପରୀକ୍ଷା ବାତିଲ କରାଯାଇଛି । ନରୱେ, ନେଦରଲ୍ୟାଣ୍ଡରେ ଶିକ୍ଷକ ଓ ବିଦ୍ୟାଳୟର ପରାମର୍ଶରେ ମିଳିତ ଭାବେ ପିଲାଙ୍କ ଗ୍ରେଡ ଉପରେ ନିଷ୍ପତ୍ତି ନିଆଯିବ ।
ୟୁକେ, ସ୍ଲୋଭାକିଆରେ ମଧ୍ୟ ଏବର୍ଷ ପାଇଁ ପରୀକ୍ଷା ବାତିଲ କରାଯାଇଛି । ଇଣ୍ଡୋନେସିଆ, ଜାପାନ, ଉଗାଣ୍ଡା, ଆମେରିକାରେ ମଧ୍ୟ ସରକାର ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜାପାନରେ 2ଟି ପର୍ଯ୍ୟାୟରେ ପରୀକ୍ଷା ହୋଇଥାଏ । ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ବାତିଲ ହେବ ବୋଲି ସରକାର ସ୍ଥିର କରିଛନ୍ତି । ସେହିପରି ବାଂଲାଦେଶ, ଚୀନ, ଫିଜି, ମାଲେସିଆ, ଫିଲିପ୍ପାଇନ୍ସ, ଶ୍ରୀଲଙ୍କା, ସାଉଥ କୋରିଆ, ଉଜବେକିସ୍ତାନ, ଭିଏତନାମ୍ ପ୍ରଭୃତି ଦେଶ ପରୀକ୍ଷାର ପୁନଃ ଆୟୋଜନ କିମ୍ବା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
କୋଭିଡ ଆତଙ୍କ: ପରୀକ୍ଷା ଆୟୋଜନ ନେଇ ବିଭିନ୍ନ ଦେଶର ଷ୍ଟ୍ରାଟେଜି - କୋଭିଡ ଆତଙ୍କ
ସିବିଏସଇ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ପିଲାଙ୍କ ଚୂଡାନ୍ତ ପ୍ରଦର୍ଶନ ଆକଳନ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଡ୍ରାଫ୍ଟ ନୋଟିଫିକେସନ ଦାଖଲ କରାଯାଇଥିଲା । ଏଥିରେ ଏହି ପରୀକ୍ଷା ଆୟୋଜନ ନେଇ ଏକ ସ୍କିମ୍ ପ୍ରସ୍ତାବ ଦେଇଛି ସିବିଏସଇ । ଅଧିକ ପଢନ୍ତୁ...