ETV Bharat / bharat

'ନେତୃତ୍ବ ନେବାରୁ ରାହୁଲଙ୍କୁ ଅଟକାଇଲେ ବିଲୁପ୍ତ ହେବ କଂଗ୍ରେସ' - କଂଗ୍ରେସର ନେତୃତ୍ବ

କଂଗ୍ରେସର ନେତୃତ୍ବ ପଦ ସମ୍ଭାଳିବା ନେଇ ରାହୁଲଙ୍କୁ ରୋକାଗଲେ ଦେଶର ସର୍ବପୂରାତନ ଦଳ ବିଲୁପ୍ତ ହୋଇଯିବ ବୋଲି ଶିବସେନା ସାଂସଦ ସଞ୍ଜୟ କହିଛନ୍ତି । ଅଧିକ ପଢନ୍ତୁ...

'ନେତୃତ୍ବ ନେବାରୁ ରାହୁଲଙ୍କୁ ରୋକିଲେ ବିଲୁପ୍ତ ହେବ କଂଗ୍ରେସ'

author img

By

Published : Aug 30, 2020, 4:40 PM IST

ନୂଆଦିଲ୍ଲୀ: କଂଗ୍ରେସରେ ଉପୁଜିଥିବା ନେତୃତ୍ବ ସଙ୍କଟ ମଧ୍ୟରେ ଅଧ୍ୟକ୍ଷ ପଦକୁ ନେଇ ବଡ ବୟାନ ଦେଇଛନ୍ତି ଦଳର ସହଯୋଗୀ ତଥା ମହାରାଷ୍ଟ୍ରର ନେତୃତ୍ବାଧିନ ଶିବସେନା ସରକାର ସାଂସଦ ସଞ୍ଜୟ ରାଉତ । କଂଗ୍ରେସର ନେତୃତ୍ବ ପଦ ସମ୍ଭାଳିବାନେଇ ରାହୁଲଙ୍କୁ ଅଟକାଗଲେ ଦେଶର ସର୍ବପୂରାତନ ଦଳ ବିଲୁପ୍ତ ହୋଇଯିବ ବୋଲି ସଞ୍ଜୟ କହିଛନ୍ତି ।

ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ ସାମନାର ଏକ ସାପ୍ତାହିକ ସ୍ତମ୍ଭରେ ଲେଖିଛନ୍ତି ଯେ କଂଗ୍ରେସରେ ଏପରି ଜଣେ ନେତା ନାହାଁନ୍ତି ଯିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ଛିଡା ହୋଇପାରିବେ।

କଂଗ୍ରେସର 23 ଜଣ ଛାମୁଆ ନେତା ସୋନିଆ ଗାନ୍ଧୀଙ୍କୁ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠି ବିଷରେ ଉଲ୍ଲେଖ କରି ଏହି ନେତାମାନଙ୍କୁ କିଏ ସକ୍ରିୟ ହେବାକୁ ଅଟକାଉଛନ୍ତି ବୋଲି ରାଉତ ପ୍ରଶ୍ନ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ଭାବରେ ଅଣ-ଗାନ୍ଧୀ ରହିବା ଏକ ଉତ୍ତମ ଧାରଣା, କିନ୍ତୁ ସେହି 23 ଜଣଙ୍କ ମଧ୍ୟରୁ କାହାରି ପାଖରେ ସେହି ଦକ୍ଷତା ନାହିଁ ବୋଲି ରାଉତ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.