ETV Bharat / bharat

ବିବାହଠୁ ବ୍ରତଘର, ସବୁଠି ଶ୍ରଦ୍ଧାଙ୍କ ଷ୍ଟିଲ ବାସନ - fight against plastic

ପ୍ଲାଷ୍ଟିକ ବିରୋଧରେ ଲଢିବାକୁ ଛତିଶଗଡ ମହିଳାଙ୍କ ନିଆରା ବାସନ ବ୍ୟାଙ୍କ । ଯାହାଦ୍ବାରା ଲୋକଙ୍କୁ ସାହାଯ୍ୟ ମିଳିବା ସହ ପ୍ଲାଷ୍ଟିକ ବ୍ୟବହାର ମଧ୍ୟ କମୁଛି । ପ୍ଲାଷ୍ଟିକ ବିରୋଧରେ ଚାଲିଥିବା ଅଭିଯାନରେ, ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା ।

plastic
ବିବାହ ଠୁ ବ୍ରତଘର, ସବୁଠି ଶ୍ରଦ୍ଧାଙ୍କ ଷ୍ଟିଲ ବାସନ
author img

By

Published : Jan 8, 2020, 10:35 AM IST

Updated : Jan 8, 2020, 1:30 PM IST

ରାୟପୁର: ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ମୋଦିଙ୍କ ଆହ୍ବାନ ପୂର୍ବରୁ ଛତିଶଗଡର ଜଣେ ମହିଳା ଆପଣା ପ୍ରୟାସରେ ଚଳାଇଛନ୍ତି ପ୍ଲାଷ୍ଟିକ ମୁକ୍ତ ସମାଜ । ଏକକ ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର କିଭଳି କମ୍ ହେବ, ସେଥିପାଇଁ ମହିଳା ଜଣକ ଖୋଲିଛନ୍ତି ବାସନ ବ୍ୟାଙ୍କ ।

ବିବାହ ଠୁ ବ୍ରତଘର, ସବୁଠି ଶ୍ରଦ୍ଧାଙ୍କ ଷ୍ଟିଲ ବାସନ

ପ୍ଲାଷ୍ଟିକ ମୁକ୍ତ ଓ ସୁସ୍ଥ ପରିବେଶ ଗଠନ ପାଇଁ ଛତିଶଗଡ ମହିଳାଙ୍କ ଅଭିନବ ପ୍ରୟାସ । ଭିଲାଇ ନିବାସୀ ଶ୍ରଦ୍ଧା ସାହୁ ଆପଣା ଚେଷ୍ଟାରେ ଖୋଲିଛନ୍ତି ବାସନ ବ୍ୟାଙ୍କ । ପ୍ଲାଷ୍ଟିକ ବ୍ୟାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପୂର୍ବରୁ ସେ ଚଳାଇଛନ୍ତି ପ୍ଲାଷ୍ଟିକ ବିରୋଧି ଅଭିଯାନ । ଏଥିଯୋଗୁଁ ଲୋକେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ସମ୍ପର୍କରେ ହୋଇପାରିବେ ସଚେତନ ।

ବିବାହ,ବତ୍ର ହେଉ ଅବା ଜନ୍ମଦିନ ମାଗଣାରେ ଷ୍ଟିଲ ବାସନ ଯୋଗାଇ ଦିଅନ୍ତି ଶ୍ରଦ୍ଧା । ବାସନ ପାଇଁ କେବଳ ଆଖପାଖ ନୁହେଁ ପଡୋଶୀ ଜିଲ୍ଲାବାସୀ ମଧ୍ୟ ତାଙ୍କ ନିକଟକୁ ଧାଇଁଆସନ୍ତି । ଏପରିକି ବ୍ୟବହାର ପରେ ବାସନ ଗୁଡିକୁ ସଫାସୁତୁରା କରି ଫେରାଇ ଦିଅନ୍ତି ବୋଲି କୁହନ୍ତି ଶ୍ରଦ୍ଧା ।

ପ୍ଲାଷ୍ଟିକ ବ୍ୟବହାର ବ୍ୟାନ ଓ ଲୋକଙ୍କୁ ସାହାଯ୍ୟ ଉଦ୍ଦେଶ୍ୟରେ ଏଭଳି ମହାନ କାମ କରନ୍ତି ସେ । ଖାଲି ସେତିକି ନୁହେଁ, ପିଲାଙ୍କୁ ପ୍ଲାଷ୍ଟିକ ସମ୍ପର୍କରେ ସଚେତନ ପାଇଁ ବିଭିନ୍ନ ସ୍କୁଲକୁ ତାଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଏ । ଶ୍ରଦ୍ଧାଙ୍କ ଏହି ପ୍ରୟାସ ଯୁବବର୍ଗଙ୍କ ପାଇଁ ପ୍ରେରଣା ସାଜିଛି । ତାଙ୍କର ଏହି ପ୍ରୟାସ ଛୋଟ ହେଲେ ବି ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ପ୍ରଭାବଶାଳୀ ନିଶ୍ଚୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Jan 08 plastic story

Conclusion:
Last Updated : Jan 8, 2020, 1:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.