ETV Bharat / bharat

ଲକଡାଉନ 2.0: ୱାର୍କ ଫ୍ରମ ହୋମ ପାଇଁ କିଛି ଟିପ୍ସ - କୋଭିଡ 19

ଅଫିସ ଯେଉଁ କାମ କରିବାକୁ ଦେଇଛି ତାହାର ଏକ ତାଲିକା କରି କାମ କରିବା ସ୍ଥାନରେ ରଖିଦିଅନ୍ତୁ । ଯେଉଁ କାମ ସରିଯିବ ତାହା ଉପରେ ଠିକ ମାରିଦିଅନ୍ତୁ । ଅଧିକ ପଢନ୍ତୁ...

ଲକଡାଉନ 2.0: ୱାର୍କ ଫ୍ରମ ହୋମ ପାଇଁ କିଛି ଟିପ୍ସ

author img

By

Published : Apr 17, 2020, 8:12 PM IST

ହାଇଦ୍ରାବାଦ: ପୁଣି ଥରେ ଲକଡାଉନ ଅବଧି ବଢିବା ଫଳରେ ଲୋକଙ୍କୁ ଘାରିଛି ଚିନ୍ତା । ବର୍ତ୍ତମାନ ପରିସ୍ଥିତି ଯୋଗୁଁ ସମସ୍ତ କମ୍ପାନୀ ବନ୍ଦ ରହିଛି । ଅଧିକାଂଶ କମ୍ପାନୀ ନିଜ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ନିର୍ଦ୍ଦେଶ ଦେଇଛି । ଘରେ ନା ଅଛି ସିସିଟିଭ ନା ଅଛି ବସଙ୍କ ଚାପ । କିଛି ଲୋକ ଏହା ଚିନ୍ତା କରି ଅଳସୁଆମି ହୋଇପଡନ୍ତି । ଫଳରେ ସେମାନଙ୍କ କାମରେ ବାଧା ସୃଷ୍ଟି ହୁଏ । ତେବେ ୱାର୍କ ଫ୍ରମ ହୋମରେ ରହିଛି ଏହିପରି ଅନେକ ଟେନସନ । ଆପଣଙ୍କ ପାଇଁ ଏସବୁ ଦୂର କରିବାକୁ କିଛି ହାଲକା ଟିପ୍ସ ।

ନିଜ କାମର ଏକ ତାଲିକା ବନାନ୍ତୁ । ଅଫିସ ଯେଉଁ କାମ କରିବାକୁ ଦେଇଛି ତାହାର ଏକ ତାଲିକା କରି କାମ କରିବା ସ୍ଥାନରେ ରଖିଦିଅନ୍ତୁ । ଯେଉଁ କାମ ସରିଯିବ ତାହା ଉପରେ ଠିକ ମାରିଦିଅନ୍ତୁ । ଦେଖିବେ କାମ ଯେତେ ଜଲଦି ସରିଯିବ ଠିକ ଚିହ୍ନ ଦେଖି ଆପଣଙ୍କୁ ଅଧିକ ଖୁସି ଲାଗିବ । ଏହାସହ କାମରୁ ମଝିରେ ମଝିରେ ବ୍ରେକ ନିଅନ୍ତୁ । ସବୁବେଳେ ନିଅନ୍ତୁ ନାହିଁ । ଏହା ଆପଣଙ୍କୁ ନିରାଶ କରିବ ।

ବ୍ରେକ ନେବାର ସମୟ ଠିକ କରିଦିଅନ୍ତୁ । ଲଗାତାର ଅଧିକ ବ୍ରେକ ନିଅନ୍ତୁ ନାହିଁ କି ବିରତିରେ ଅଧିକ ସମୟ କାଟନ୍ତୁନି । ବ୍ରେକରେ ଗୀତ ଶୁଣନ୍ତୁ, କଫି ପିଅନ୍ତୁ, ସାଙ୍ଗ ସହ କଥା ହୁଅନ୍ତୁ । କିଛି ଫନି ଭିଡିଓ ଦେଖନ୍ତୁ । ରିଲାକ୍ସ ହୋଇଯାଆନ୍ତୁ । ଦେଖିବେ କାମ କରିବାକୁ ପୁଣି ଇଚ୍ଛା ହେବ ।

ସବୁଠୁ ବଡ କଥା ଶୋଇବା ଘରେ କାମ କରନ୍ତୁ ନାହିଁ । ଶୋଇବା ସ୍ଥାନରେ କାମ କଲେ ହୁଏତ ଆପଣଙ୍କୁ ହାଲିଆ କିମ୍ବା ଅନିଚ୍ଛା ଲାଗିଲେ ଆପଣ ଥକ୍କା ମେଣ୍ଟାଇବାକୁ ଶୋଇଯାଇପାରନ୍ତି । ତେଣୁ ଆପଣଙ୍କ ପାଇଁ ଭଲ ହେବ ଆପଣ ଅଲଗା ସ୍ଥାନରେ କାମ କରନ୍ତୁ । ଆହୁରି ସୁନ୍ଦର ହୋଇପାରିବ ଯଦି ଆପଣ କାମ କଲାବେଳେ ଅଫିସ ଆଉଟଫିଟରେ ରହିବେ । ଏହା ଆପଣଙ୍କୁ ଫ୍ରେସ ହୋଇ କାମ କରିବାକୁ ଉତ୍ସାହିତ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.