ETV Bharat / bharat

ମଧ୍ୟରାତ୍ରି ପରେ ଦେଶକୁ ମିଳିଳା ଦୁଇ ନୂଆ କେନ୍ଦ୍ରଶାସିତ ଅଞ୍ଚଳ

author img

By

Published : Oct 30, 2019, 11:30 PM IST

Updated : Oct 31, 2019, 8:38 AM IST

ଜମ୍ମୁ-କାଶ୍ମୀର ଓ ଲଦାଖ ଅକ୍ଟୋବର ୩୧ରୁ ଔପଚାରିକ ଭାବରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ଶ୍ରୀନଗର: ଦେଶ ପାଇଁ ଆଜି ଐତିହାସିକ ଦିନ । ଗୋଟିଏ ପକ୍ଷେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଥିବା ବେଳେ ଅନ୍ୟପକ୍ଷେ ଜାମ୍ମୁ ଓ କାଶ୍ମୀରର ପୁର୍ନଜନ୍ମ । ବୁଧବାର ମଧ୍ୟରାତ୍ରଠାରୁ ଜାମ୍ମୁ ଓ କାଶ୍ମୀର ସହ ଲଦାଖ ମଧ୍ୟ ଦେଶର ନୂଆ କେନ୍ଦ୍ରଶାସିତ ପ୍ରଦେଶର ପରିଚୟ ପାଇସାରିଛି । 5 ଅଗଷ୍ଟ ଧାରା 370 ଉଚ୍ଛେଦ ପରଠୁ ଏହାର ପ୍ରତିକ୍ଷା କରାଯାଉଥିଲା ।

ଦେଶରେ ଏବେ ଗୋଟିଏ ରାଜ୍ୟ କମ ହୋଇଯାଇଥିବା ବେଳେ 2ଟି କେନ୍ଦ୍ରଶାସିତ ପ୍ରଦେଶ ମିଳିଛି । ଜାମ୍ମୁ ଓ କାଶ୍ମୀରର ପୂନର୍ଗଠନ ପାଇଁ ଯେଉଁ ନୂଆ ଆଇନ ତିଆରି ହୋଇଛି, ତାହା ମଧ୍ୟରାତ୍ରରୁ ଲାଗୁ ହୋଇସାରିଛି । ଦେଶ ସ୍ବାଧିନ ହେବା ପରେ 565 ଗଡଜାତ ରାଜ୍ୟକୁ ଏକ ସୂତ୍ରରେ ବାନ୍ଧି ମଜବୁତ ଭାରତ ଗଠନ କରିଥିବା ଲୌହ ପୁରୁଷ ସର୍ଦ୍ଦାର ପଟେଲଙ୍କ ଜନ୍ମ ଦିବସରେ ଜାମ୍ମୁ ଓ କାଶ୍ମୀରର ପୂନର୍ଗଠନ ବାସ୍ତବରେ ଐତିହାସିକ ।

ଜାଣନ୍ତୁ କଣ ବଦଳିଛି...

  • ବର୍ତ୍ତମାନ ପର୍ଯ୍ୟନ୍ତ ପୂର୍ଣ୍ଣ ରାଜ୍ୟ ଥିବା ଜାମ୍ମୁ ଓ କାଶ୍ମୀର ଗୁରବାର ତଥା 31 ଅକ୍ଟୋବରରୁ ଅଲଗା ଅଲଗା କେନ୍ଦ୍ରଶାସିତ ପ୍ରଦେଶ ହୋଇସାରିଛି । ଜାମ୍ମୁ ଓ କାଶ୍ମୀରର ଅଞ୍ଚଳ ଅଲଗା ଏବଂ ଲଦାଖର ଅଞ୍ଚଳ ଅଲଗା-ଅଲଗା ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି ।
  • ଜାମ୍ମୁ ଓ କାଶ୍ମୀରର ପୂନର୍ଗଠନ ଆଇନ ଅନୁସାରେ ଲଦାଖ ଏବେ ବିନା ବିଧାନସଭାରେ କେନ୍ଦ୍ରଶାସିତ ପ୍ରଦେଶ ଏବଂ ଜାମ୍ମୁ ଓ କାଶ୍ମୀର ବିଧାନସଭା ସହିତ କେନ୍ଦ୍ରଶାସିତ ପ୍ରଦେଶ ହୋଇଛି ।
  • ବର୍ତ୍ତମାନ ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ପଦ ଥିଲା । ହେଲେ ଏବେଠାରୁ ଦୁଇ କେନ୍ଦ୍ରଶାସିତ ପ୍ରଦେଶରେ ଉପରାଜ୍ୟପାଳ ରହିବେ । ଜାମ୍ମୁ ଓ କାଶ୍ମୀର ପାଇଁ ଗିରୀଶ ଚନ୍ଦ୍ର ମୁର୍ମୁ ଓ ଲଦାଖ ପାଇଁ ରାଧାକୃଷ୍ଣ ମାଥୁରଙ୍କୁ ଉପରାଜ୍ୟପାଳ କରାଯାଇଛି ।

ଏବେ ଦୁଇଟି ରାଜ୍ୟରେ ହାଇକୋର୍ଟ ରହିବ କିନ୍ତୁ ଆଡଭୋକେଟ ଜେନେରାଲ ଅଲଗା ରହିବେ । ରାଜ୍ୟ ପୂନର୍ଗଠନ ଆଇନ ଅନୁସାରେ 135 ଆଇନରୁ ସମାପ୍ତ କରାଯିବା ସହ 166 ଆଇନ ଏବେ ବି ଦୁଇ କେନ୍ଦ୍ରଶାସିତ ପ୍ରଦେଶରେ ଲାଗୁ ରହିବ ।

Intro:Body:

BLANK FOR LINK 

Conclusion:
Last Updated : Oct 31, 2019, 8:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.