ETV Bharat / bharat

‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’କୁ ପଛରେ ପକାଇଲା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ - statue of unity surpasses

ପର୍ଯ୍ୟଟକଙ୍କ ପ୍ରିୟ ସ୍ଥାନ ଭାବେ ନୂଆ ରେକର୍ଡ କରିଛି ଷ୍ଟାଚ୍ୟୁ ଅଫ୍ ୟୁନିଟି । ପର୍ଯ୍ୟଟକ ତୁଳନାରେ ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’କୁ ପଛରେ ପକାଇଲା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ।

ଷ୍ଟାଚ୍ୟୁ ଅଫ୍ ୟୁନିଟି
ଡିଜାଇନ ଫଟୋ
author img

By

Published : Dec 8, 2019, 12:33 AM IST

ନୂଆଦିଲ୍ଲୀ: ଷ୍ଟାଚ୍ୟୁ ଅଫ୍ ୟୁନିଟିର ଆଉ ଏକ ନୂଆ କୀର୍ତ୍ତିମାନ । ଲୋକପ୍ରିୟ ସ୍ଥାନ ହିସାବରେ ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟିକୁ ପଛରେ ପକାଇଲା ଷ୍ଟାଚ୍ୟୁ ଅଫ୍ ୟୁନିଟି । ପର୍ଯ୍ୟଟକଙ୍କ ପ୍ରିୟ ସ୍ଥାନ ଭାବେ ନୂଆ ରେକର୍ଡ କରିଛି ଗୁଜୁରାଟରେ ନିର୍ମିତ ବିଶ୍ବର ସବୁଠୁ ବଡ ପ୍ରତିମୂର୍ତ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ବା ଷ୍ଟାଚ୍ୟୁ ଅଫ୍ ୟୁନିଟି ।

ପ୍ରତ୍ୟେକଦିନ ଏଠାକୁ 15 ହଜାରରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଆସୁଛନ୍ତି । ସର୍ଦ୍ଦାର ସରୋବର ନର୍ମଦା ନିଗମ ଲିମିଟେଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା 74 ପ୍ରତିଶତ ବୃଦ୍ଧି ପାଇଛି । ଆମେରିକା ଷ୍ଟାଚ୍ୟୁ ଅଫ୍ ଲିବର୍ଟିକୁ ପ୍ରତ୍ୟେକଦିନ 10 ହଜାର ପର୍ଯ୍ୟଟକ ଆସୁଥିବାବେଳେ ଏଠାକୁ ଆସୁଛନ୍ତି 15 ହଜାରରୁ ଅଧିକ ପର୍ଯ୍ୟଟକ । ରେକର୍ଡ ଅନୁସାରେ, ନଭେମ୍ବର 30 ସୁଦ୍ଧା ଏଠାକୁ ମୋଟ 30,90,723 ଜଣ ପର୍ଯ୍ୟଟକ ଆସିଥିବା ବେଳେ ରାଜସ୍ବ ମିଳିଛି 85.57 କୋଟି ଟଙ୍କା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.