ଏର୍ଣ୍ଣାକୁଲମ: ଦ୍ବିତୀୟ ଥର ପାଇଁ ଥିରୁଅନନ୍ତମପୁରମରୁ ଜୀବନ୍ତ ହୃତପିଣ୍ଡ ଯାଇ କୋଚିରେ ସଫଳ ପ୍ରତିରୋପଣ କରାଯାଇଛି । ସରକାରଙ୍କ ଦ୍ବାରା ନିଯୁକ୍ତ ହେଲିକପ୍ଟରକୁ ଏୟାର ଆମ୍ବୁଲାନ୍ସରେ ପରିଣତ କରିବା ପରେ କୋଚିରେ ପହଞ୍ଚିଥିଲା ଜୀବନ୍ତ ’ହୃତପିଣ୍ଡ’। ସୁରକ୍ଷିତ ଭାବେ ହୃତପିଣ୍ଡକୁ ସ୍ଥାନାନ୍ତର କରାଯିବା ସହ ଅସ୍ତ୍ରୋପଚାର ସଫଳ ହୋଇଛି ।
ମସ୍ତିକରେ ଆଘାତ ହେତୁ କୋଟାର୍କକାରାରୁ ଅନୁଜିତଙ୍କ ହୃତପିଣ୍ଡକୁ ତ୍ରିପୁନିଥୁରାର ସନ୍ନି ଥୋମାସ ଠାରେ ସଫଳ ଅସ୍ତ୍ରୋପଚାର କରାଯାଇଛି। ଏହି ଅପରେସନ ପାଇଁ 3 ଘଣ୍ଟା 11 ମିନିଟ ସମୟ ଲାଗିଥିଲା । କୋଚିର ଲିଜି ହସ୍ପିଟାଲ ଏହି ଅସ୍ତ୍ରୋପଚାର କରାଯାଇଥିଲା । ହସ୍ପିଟାଲର ଅଧିକାରୀ କହିଛନ୍ତି, ଅସ୍ତ୍ରୋପଚାର ସଫଳ ହୋଇଛି ହେଲେ ପରବର୍ତ୍ତୀ 48 ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।
ପ୍ରଥମ ଏୟାର ଆମ୍ବୁଲାନ୍ସ ମିଶନ ମେ 9 ତାରିଖରେ ଆରମ୍ଭ ହୋଇଥିଲା । ସେହି ସମୟରେ ମଧ୍ୟ ଥିରୁଅନନ୍ତପୁରମରୁ କୋଚିକୁ ଏକ ଜୀବନ୍ତ ହୃତପିଣ୍ଡ ଅଣାଯାଇ ସଫଳ ପ୍ରତିରୋପଣ କରାଯାଇଥିଲା । ଦ୍ବିତୀୟ ମିଶନରେ କିଡନୀ, ହୃତପିଣ୍ଡ, ଆଖି ସମେତ ହାତ ମଧ୍ୟ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ, ସଡକ ପଥ ଯୋଗେ ଗୋଟିଏ ଜୀବନ୍ତ ହୃତପିଣ୍ଡକୁ ଥିରୁବନନ୍ତପୁରମରୁ କୋଚି ନେବା ଚ୍ୟାଲେଞ୍ଜିଂ ରହିଥିଲା । ଏନେଇ ସ୍ଥାନୀୟ ବିଧାୟକ ସ୍ବରାଜ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ସୂଚନା ଦେଇଥିଲେ । ଏଥିପାଇଁ ସମସ୍ତ ବ୍ୟବସ୍ଥା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ପରେ ଏହି ହୃତପିଣ୍ଡ ସଫଳ ଭାବେ ସ୍ଥାନାନ୍ତର ହେବ ସହ ଟ୍ରାନ୍ସପ୍ଲାଣ୍ଚ ମଧ୍ୟ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ