ETV Bharat / bharat

ସୁସ୍ଥ ଓ ଶକ୍ତିଶାଳୀ ଯକୃତ ପାଇଁ ଖାଆନ୍ତୁ ଏହି 5ଟି ଖାଦ୍ୟ - papaya

ସାଧାରଣତଃ ଖରାପ ଖାଦ୍ୟ ଓ ପାନୀୟ ପାଇଁ ଯକୃତ ଦୁର୍ବଳ ହୋଇଯାଏ, ଯେଉଁ କାରଣରୁ ଏହା ସଠିକ୍ ଭାବରେ କାର୍ଯ୍ୟ କରିବାରେ ଅସମର୍ଥ ହୁଏ ଏବଂ ଆମେ ଅସୁସ୍ଥ ହୋଇପଡୁ । ଅଧିକ ପଢନ୍ତୁ...

ସୁସ୍ଥ ଓ ଶକ୍ତିଶାଳୀ ଯକୃତ ପାଇଁ ଖାଆନ୍ତୁ ଏହି 5ଟି ଖାଦ୍ୟ

author img

By

Published : May 23, 2020, 4:15 PM IST

ହାଇଦ୍ରାବାଦ: ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଆମ ଶରୀରରେ ଅନେକ କାର୍ଯ୍ୟ କରିଥାଏ । ସୁସ୍ଥ ରହିବାକୁ ଆମ ଶରୀରରେ ଘଟୁଥିବା ଅଧିକାଂଶ କାର୍ଯ୍ୟ, କେବଳ ଯକୃତ ମାଧ୍ୟମରେ କାର୍ଯ୍ୟ ହୋଇଥାଏ । ତେଣୁ, ଯକୃତ ସମସ୍ୟା ହେତୁ ଅନେକ ପ୍ରକାରର ରୋଗ ହୋଇପାରେ ଯେଉଁଥିରେ ଫ୍ୟାଟି ଲିଭର, ଯକୃତ ସଂକ୍ରମଣ, ହେପାଟାଇଟିସ ପ୍ରମୁଖ । ଯକୃତ କୁ ଶକ୍ତିଶାଳୀ କରିବା ପାଇଁ ଖାଦ୍ୟ କିମ୍ବା ଶକ୍ତିଶାଳୀ ଯକୃତ ପାଇଁ ଡାଏଟ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ଲିଭର ଏକ ଉତ୍ତମ ଢଙ୍ଗରେ ଶରୀରର ଅନେକ କାର୍ଯ୍ୟ କରିଥାଏ । ଯେତେବେଳେ ଯକୃତ ଦୁର୍ବଳ ହୋଇଯାଏ, ଆମ ଶରୀରର ଅନେକ କାର୍ଯ୍ୟ ବନ୍ଦ ହୋଇଯାଏ, ଯାହା ମଧ୍ୟ ଭୟାନକ ରୋଗର କାରଣ ହୋଇଥାଏ । ଯକୃତ ଆମ ଶରୀରରେ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଶରୀରର ବିଭିନ୍ନ ଅଙ୍ଗକୁ ପଠାଏ ।

ଯକୃତ ବିଷାକ୍ତ ପଦାର୍ଥକୁ ସଜାଡ଼ିବା କାମ କରିଥାଏ । ପ୍ରାୟତଃ ଖରାପ ଖାଦ୍ୟ ଓ ପାନୀୟ ପାଇଁ ଯକୃତ ଦୁର୍ବଳ ହୋଇଯାଏ, ଯେଉଁ କାରଣରୁ ଏହା ସଠିକ୍ ଭାବରେ କାର୍ଯ୍ୟ କରିବାରେ ଅସମର୍ଥ ହୁଏ ଏବଂ ଆମେ ଅସୁସ୍ଥ ହୋଇପଡୁ । ଅନେକ ଲୋକ ଯକୃତକୁ ମଜବୁତ କରିବା ପାଇଁ କ’ଣ ଖାଇବାକୁ ନେଇ ଚିନ୍ତାରେ ପଡିଯାନ୍ତି । ଯକୃତକୁ ମଜବୁତ କରିବାର ଉପାୟ କ’ଣ ଅଛି ଏନେଇ ପ୍ରଶ୍ନ ମଧ୍ୟ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କିପରି ଏହାକୁ ସୁସ୍ଥ ଓ ଶକ୍ତିଶାଳୀ ରଖିବା ।

ଅମୃତଭଣ୍ଡା

ଗ୍ରୀଷ୍ମ ଋତୁରେ ପ୍ରଚୁର ପରିମାଣର ଅମୃତଭଣ୍ଡା ଫଳିଥାଏ । ଆପଣ ଏହି ଋତୁରେ ଅମୃତଭଣ୍ଡା ଖାଇବା ଆବଶ୍ୟକ । ଏହା ଖାଇବା ଦ୍ବାରା ଅନେକ ଫାଇଦା ମିଳିଥାଏ । କିନ୍ତୁ ଯକୃତକୁ ମଜବୁତ କରିବା ପାଇଁ ଅମୃତଭଣ୍ଡାର ମହତ୍ତ୍ବ ବେଶ ଅଧିକ । ଆପଣ ଅମୃତଭଣ୍ଡାର ଜୁସ ତିଆରି କରି ଏହାକୁ ପିଇପାରିବେ । ଅମୃତଭଣ୍ଡାର ଆପଣଙ୍କୁ ହାଇଡ୍ରେଟ ରଖିବା ସହିତ ଆପଣଙ୍କ ଶରୀରକୁ ଅନେକ ଜରୁରୀ ପୁଷ୍ଟିକର ଯୋଗାଇଥାଏ । ଯକୃତକୁ ମଜବୁତ କରିବା ପାଇଁ ଅମୃତଭଣ୍ଡା ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ କରିଥାଏ । ଯକୃତ ସଫା କରିବା ପାଇଁ ଅମୃତଭଣ୍ଡାର ଉପକାରୀ ବୋଲି ବିବେଚନା କରାଯାଏ ।

ହଳଦୀ

ହଳଦୀରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରପୁର ରହିଛି । ଏହା ଅନେକ ରୋଗରୁ ଆମ ଶରୀରକୁ ରକ୍ଷା କରିବା କାର୍ଯ୍ୟ କରିଥାଏ। ଯକୃତକୁ ଶକ୍ତିଶାଳୀ ରଖିବା ଏବଂ ଏହାର କାର୍ଯ୍ୟକୁ ସୁରୁଖୁରୁରେ ରଖିବା ପାଇଁ ହଳଦୀ ମଧ୍ୟ ସହାୟକ ହୋଇଥାଏ । ଯକୃତକୁ ଶକ୍ତିଶାଳୀ ରଖିବା ପାଇଁ ଆପଣ କ୍ଷୀର ସହିତ ହଳଦୀ ମିଶାଇ ମଧ୍ୟ ପିଇପାରିବେ ।

ଅଁଳା

ଅନେକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଅଁଳା ଯକୃତ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆପଣ ଅନେକ ଉପାୟରେ ଅଁଳାକୁ ସେବନ କରିପାରିବେ । ଅଁଳା କେବଳ ରୋଗ

ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଜଣାଯାଇ ନଥାଏ ବରଂ ଚର୍ମ ଏବଂ କେଶର ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ମଧ୍ୟ ପ୍ରଭାବଶାଳୀ ହୋଇଥାଏ । ଯକୃତକୁ ମଜବୁତ କରିବା ପାଇଁ ପ୍ରତିଦିନ

ଗୋଟିଏ ଗୋଲମରିଚ ଖାଆନ୍ତୁ ।

ପାଳଙ୍ଗ

ମନୁଷ୍ୟ ଶରୀର ପାଇଁ ପାଳଙ୍ଗ ଶାଗର ଅନେକ ଉପକାରିତା ରହିଛି । ଯାହା ଗଣନା କରିବା ମଧ୍ୟ କଷ୍ଟକର । ପାଳଙ୍ଗରେ ଭିଟାମିନ ସି ଥାଏ । ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଏହା ଆମ ଯକୃତକୁ ଦୁର୍ବଳ ରଖିବାରେ ଲାଭଦାୟକ ବୋଲି ବିବେଚନା କରାଯାଏ । ପ୍ରତିଦିନ ପାଳଙ୍ଗ ଜୁସ ପିଇବା ଦ୍ୱାରା ଏକ ସୁସ୍ଥ ଯକୃତ ମିଳିଥାଏ ।

ରସୁଣ

ରସୁଣରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଛି ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଯକୃତକୁ ଶକ୍ତିଶାଳୀ କରିବା ପାଇଁ ରସୁଣ ସକ୍ରିୟ ଭାବରେ କାମ କରେ । ଯକୃତ ସ୍ୱାସ୍ଥ୍ୟ ପାଇଁ ରସୁଣ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଆପଣ ଏହାକୁ ଯେକୌଣସି ପ୍ରକାରେ ସେବନ କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.