ETV Bharat / bharat

ପିପିଇ କିଟ ପିନ୍ଧି ଗ୍ରାହକଙ୍କୁ ଖାଦ୍ୟ ପରଷୁଛନ୍ତି ହୋଟେଲ କର୍ମଚାରୀ - ପିପିଇ କିଟ ପିନ୍ଧି ଗ୍ରାହକଙ୍କୁ ଖାଦ୍ୟ ପରଷୁଛନ୍ତି ହୋଟେଲ କର୍ମଚାରୀ

କୋରୋନା ପାଇଁ ସତର୍କତା । ପିପିଇ କିଟ ପିନ୍ଧି ଗ୍ରାହକଙ୍କୁ ଖାଦ୍ୟ ପରଷୁଛନ୍ତି ହୋଟେଲ କର୍ମଚାରୀ । ଅଧିକ ପଢନ୍ତୁ...

Staffers of a hotel in Patna seen serving its customers while wearing PPE kits.
ପିପିଇ କିଟ ପିନ୍ଧି ଗ୍ରାହକଙ୍କୁ ଖାଦ୍ୟ ପରଷୁଛନ୍ତି ହୋଟେଲ କର୍ମଚାରୀ
author img

By

Published : Jun 10, 2020, 8:42 AM IST

ପାଟନା: ମହାମାରୀ କୋରୋନାକୁ ନେଇ ଚିନ୍ତାରେ ସାରା ବିଶ୍ବ। ପ୍ରତିଦିନ ଏହି ଭାଇରସ ନେଉଛି ଶହ ଶହ ମୁଣ୍ତ। କୋରୋନା ପାଇଁ କୈଣସି ପ୍ରତିଷେଧକ ବାହାରି ନ ଥିବାରୁ ସ୍ବଚ୍ଛତା ହିଁ ଏକମାତ୍ର ମହୋଷୌଧି । କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେତେକ ରାଜ୍ୟ ସରକାର ମାସ୍କ ବାଧ୍ୟତା ମୂଳକ କରିଛନ୍ତି। ଦେଶରେ କୋରୋନା ପଜେଟିଭଙ୍କ ସଂଖ୍ୟା 2,66,598 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 7,471ରେ ପହଞ୍ଚିଛି।

ଏପରିକି କେତେକ ଦୋକାନ ଗୁଡିକରେ ମଧ୍ୟ ସାମାଜିକ ଦୂରତାରେ ରହି ଗ୍ରାହକ ସାମଗ୍ରୀ କ୍ରୟ କରୁଥିବା ଦେଖିବାକୁ ମିଳୁଥିଲା । ହେଲେ ବିହାରର ଗୋଟିଏ ହୋଟେଲରେ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ପିପିଇ କିଟ ପିନ୍ଧି ଗ୍ରାହକଙ୍କୁ ଖାଦ୍ୟ ପରଷୁଛନ୍ତି ହୋଟେଲ କର୍ମଚାରୀ । ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଇଛି । ହୋଟେଲର ମ୍ୟାନେଜର କହିଛନ୍ତି ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ସାମାଜିକ ଦୂରତା ରଖି ଗ୍ରାହକଙ୍କୁ ସେବା ଯୋଗାଇ ଦିଆଯାଉଛି । ଗ୍ରାହକଙ୍କ ସଂସ୍ପର୍ଷରେ ହୋଟେଲ କର୍ମଚାରୀ ଆସୁ ଥିବାରୁ ସେମାନଙ୍କୁ ପିପିଇ କିଟ ପ୍ରଦାନ କରାଯାଇଛି ।

ସୌଜନ୍ୟ @ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.