ETV Bharat / bharat

କାନପୁରରେ 11 ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ - କୋରୋନା ଆକ୍ରାନ୍ତ

କୋରୋନା କବଳରେ ସୁରକ୍ଷାକର୍ମୀ । ସଂକ୍ରମିତଙ୍କ ମଧ୍ୟରେ ଧୀରେ ଧୀରେ କୋରୋନା ଯୋଦ୍ଧାଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତା ବଢାଇଛି । ଅଧିକ ପଢନ୍ତୁ...

କାନପୁରରେ 11 ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ

author img

By

Published : May 3, 2020, 11:16 AM IST

କାନପୁର: ଦେଶରେ କୋରୋନା ସଂକ୍ରମଣ ଥମିବାର ନାଁ ନେଉନି । ଘାତକ କୋରୋନାର ଶିକାର ହେବାରେ ଲାଗିଛନ୍ତି ସୁରକ୍ଷାକର୍ମୀ । ମୁମ୍ବାଇ, ଦିଲ୍ଲୀ ପରେ ଏବେ କାନପୁରରେ ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ ।

କାନପୁରର ବରିଷ୍ଠ ପୋଲିସ ପୋଲିସ ଅଧ୍ୟକ୍ଷୀକ(ଏସଏସପି) ଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି କୋରୋନା । ଏସଏସପିଙ୍କ ପିଆରଓ ସମେତ ମୋଟ 11 ପୋଲିସ କର୍ମଚାରୀ କୋରୋନା ସଂକ୍ରମତ ହୋଇଛନ୍ତି ।

ପୋଲିସ କର୍ମଚାରୀଙ୍କ ମଧ୍ୟରେ ସ୍ଥାନୀୟ ଇଣ୍ଟେଲିଜେନ୍ସ ୟୁନିଟ୍ (LIU) ରେ ପୋଷ୍ଟ ଥିବା ଜଣେ ମହିଳା ଇନ୍ସପେକ୍ଟର କୋରୋନା ଚିହ୍ନଟ । ଇନ୍ସପେକ୍ଟର ପଦବୀର ଜଣେ ଅଧିକାରୀଙ୍କ ପତ୍ନୀ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥିସହ ଜଣେ ସେନାଙ୍କ ତିନି ବର୍ଷର ଝିଅର ରିପୋର୍ଟ ମଧ୍ୟ ପଜିଟିଭ ରହିଛି ।

କରୋନାରେ ସଂକ୍ରମିତ ଏହି 11 ଜଣ ପୋଲିସ କର୍ମଚାରୀଙ୍କ ସହିତ ବର୍ତ୍ତମାନ ପୋଲିସ ବିଭାଗରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା 24 ରେ ପହଞ୍ଚିଛି। ଏଥି ସହିତ କାନପୁରରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ 227 କୁ ବୃଦ୍ଧି ପାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.