ETV Bharat / bharat

ଭାଇ ସାଜିଲା ଭଗାରୀ, ଜମି ବିବାଦରୁ ଯବାନଙ୍କୁ ଗୁଳି କରି ହତ୍ୟା

author img

By

Published : Nov 7, 2019, 9:32 PM IST

ଜମି ପାଇଁ ଭାଇକୁ ହତ୍ୟା କଲା ସମ୍ପର୍କୀୟ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାରର ହାଜିପୁର ଜିଲ୍ଲା ଅନ୍ତର୍ଗତ ଲଖନସରାୟ ଗ୍ରାମରେ । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଫଟୋ

ପାଟନା: ଜମି ବିବାଦରୁ ଯବାନଙ୍କୁ ହତ୍ୟା । ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ବିହାରର ହାଜିପୁର ଜିଲ୍ଲା ଅନ୍ତର୍ଗତ ଲାଲଗଞ୍ଜ ଥାନା ଅଞ୍ଚଳରେ । ଏହି ଅଞ୍ଚଳର ସଶସ୍ତ୍ର ସୀମା ସୁରକ୍ଷା ବଳର ଯବାନଙ୍କୁ ତାଙ୍କର ଦାଦା ପୁଅ ଭାଇ ଗୁଳି କରି ହତ୍ୟା କରିଛନ୍ତି । ମୃତ ଯବାନ ଜଣକ ହେଉଛନ୍ତି ଲଖନସରାୟ ଗ୍ରାମର 33 ବର୍ଷୀୟ ଉଜ୍ଜ୍ବଲ ପାଣ୍ଡେୟ ।

ଉଜ୍ଜ୍ବଲ ଛୁଟିରେ କିଶନଗଞ୍ଜ ଅଞ୍ଚଳରୁ ଗାଁକୁ ଆସିଥିଲେ । ଗାଁକୁ ଆସିଥିବା ସମୟରେ ଉଜ୍ଜ୍ବଳ ନିଜ ଦାଦାଙ୍କ ସହିତ ବିବାଦୀୟ ଜାଗାର ସମାଧାନ ପାଇଁ ଆଲୋଚନା କରିଥିଲେ । ତେବେ ଏଥିରେ ଭାଗବଣ୍ଟା ଛିଡ଼ିବା ବଦଳରେ ବିବାଦ ସୃଷ୍ଟି ହୋଇଥିଲା । ଏହି ବିବାଦ ଉଗ୍ରରୂପ ନେଇଥିଲା । ଆଉ ଏଥିରେ ଉତ୍କ୍ଷିପ୍ତ ହୋଇ ଉଜ୍ଜ୍ବଳଙ୍କୁ ତାଙ୍କ ଦାଦାଙ୍କ ପୁଅ ଭାଇ ଗୁଳି କରିଥିଲେ ।

ତେବେ ଗୁଳି ମାଡ଼ ପରେ ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ ଉଜ୍ଜ୍ବଲ । ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ପାଟନାକୁ ସ୍ଥାନାନ୍ତର କରିଥିଲେ । ପାଟନା ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇ ପଡ଼ିଥିଲା ।

ଏନେଇ ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି, ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ସେପଟେ ହତ୍ୟାରେ ବ୍ୟବହୃତ ବନ୍ଧୁକକୁ ପୋଲିସ ଜବତ କରିଛି ।

Intro:Body:

national issue

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.