ETV Bharat / bharat

ହାତଲେଖା ନିମନ୍ତ୍ରଣ କାର୍ଡ ସହ ଗଛ ମଞ୍ଜି ଦେଇ ଅତିଥି ନିମନ୍ତ୍ରଣ

ନିଆରା ଏହି ବାହାଘର । ପ୍ରିଣ୍ଟିଂ କାର୍ଡ ନୁହେଁ ହାତରେ ଲେଖାଯାଇଛି କାର୍ଡ । କେବଳ ସେତିକି ନୁହେଁ, ସାଥିରେ ଅତିଥିଙ୍କ ପାଇଁ ପଠାଯାଉଛି ବିଭିନ୍ନ ପ୍ରକାର ଗଛ ମଞ୍ଜି । ଏଭଳି ବିବାହ ହୋଇଛି ଛଚତିଶଗଡରେ ।

author img

By

Published : Jun 25, 2019, 6:44 AM IST

ଡିଜାଇନ ଫଟୋ

ରାୟପୁର : ସବୁଜିମା ରକ୍ଷା କରିବା ପାଇଁ ଆଉ ଗୋଟିଏ ପାଦ ଆଗକୁ ବଢିଛନ୍ତି ଛତିଶଗଡର ଏହି ପରିବାର । ପୁଅ ବିବାହ ପାଇଁ ନିଆରା ଉପାୟ ଅବଲମ୍ବନ କରିଛନ୍ତି । ନିଜ ହାତ ଲେଖା କାର୍ଡ ସହ ଅତିଥିଙ୍କୁ ଦେଇଛନ୍ତି ଗଛ ଲଗାଇବା ପାଇଁ ବିଭିନ୍ନ ପ୍ରକାର ମଞ୍ଜି । ଛତିଶଗଡର ଶ୍ରୀବାସ୍ତବ ପରିବାରର ଅମୋଦ ଶ୍ରୀବାସ୍ତବ ଓଜନ ଲେୟାର ସଂରକ୍ଷଣ ପାଇଁ ଏହି ବିବାହକୁ ଇକୋ ଫ୍ରେଣ୍ଡଲୀ ବନାଇବା ପାଇଁ ଚିନ୍ତା କରିଥିଲେ ।

ଅମୋଦ କିଛି ଭିନ୍ନ କରିବା ପାଇଁ ଚେଷ୍ଟା କରିଥିଲେ । ଆଉ ହାତଲେଖା କାର୍ଡରୁ ଆରମ୍ଭକରି କାର୍ଡସହ ଗଛମଞ୍ଜି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ବିବାହ ପାଇଁ ସେ 350 ଟି କାର୍ଡ ଅତିଥିଙ୍କୁ ଦେଇଥିଲେ । ପ୍ରତ୍ୟକ କାର୍ଡସହ 6 ପ୍ୟାକେଟ ବିଭିନ୍ନ ଗଛର ମଞ୍ଜି ଦେଇଥିଲେ । ଜୁନ 25 ତାରିଖରେ ଆମୋଦଙ୍କ ପୁଅର ବିବାହ ଉତ୍ସବ ବଡ ଧୁମଧାମରେ ଅନୁଷ୍ଠିତ ହୋଇଥିଲା ।

ବିବାହ ଉତ୍ସବରେ ଆଧୁନିକତାକୁ ଅଧିକ ଗୁରୁତ୍ବ ନଦେଇ ସେ ସୁସ୍ଥ ଏବଂ ନିରାମୟ ଜୀବନ ପାଇଁ ଇକୋ ଫ୍ରେଣ୍ଡଲୀ ସାମଗ୍ରୀ ସହ ବିବାହ ସମ୍ପନ୍ନ କରିଥିଲେ । ଆମୋଦଙ୍କ କହିବା ଅନୁସାରେ, ଦୁନିଆର ପ୍ରତ୍ୟକ ବ୍ୟକ୍ତି ନିଜ ଜୀବନକାଳ ଭିତରେ 5ଟି ଗଛ ଲଗାଇବା ନିହାତି ଉଚିତ । ଏହା ହିଁ ଆମ ଭବିଷ୍ୟ ପିଢି ପାଇଁ ଉପଯୁକ୍ତ ଉପହାର ହେବ ।

Intro:Body:

SHREEMAYEE

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.