ETV Bharat / bharat

କୋରୋନା କାୟା: ସାନିଟାଇଜ ହେଲା ଶ୍ରୀନଗର ମହାନଗର ନିଗମ - କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀର

କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରରେ କୋରୋନାକୁ ମୁକାବିଲା କରିବା ପାଇଁ ସରକାରଙ୍କ ତରଫରୁ ଦୃଢ ପଦକ୍ଷେପ ଭାବରେ ଶ୍ରୀନଗର ମହାନଗର ନିଗମରେ ବିଶୋଧକ ସିଞ୍ଚନ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 75 ହୋଇଥିଲାବେଳ 2 ଜଣ ମୃତ୍ୟୁ ବରଣ କରିଛନ୍ତି । ଅଧିକ ପଢନ୍ତୁ...

srinagar-municipal-corporation-was-sanitized-to-deal-with-the-covid19
କୋରୋନା ମୁକାବିଲା ପାଇଁ ଶ୍ରୀନଗର ମହାନଗର ନିଗମକୁ ସାନିଟାଇଜ କରାଗଲା
author img

By

Published : Apr 4, 2020, 3:40 PM IST

ଶ୍ରୀନଗର: ମହାନଗର ନିଗମରେ ବିଶୋଧକ ସିଞ୍ଚନ କରାଯାଇଛି । କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରରେ କୋରୋନାକୁ ମୁକାବିଲା କରିବା ପାଇଁ ସରକାରଙ୍କ ତରଫରୁ ଦୃଢ ପଦକ୍ଷେପ ଭାବରେ ବିଶୋଧକ ସିଞ୍ଚନ କରାଯାଇଛି ।

srinagar-municipal-corporation-was-sanitized-to-deal-with-the-covid19
କୋରୋନା ମୁକାବିଲା ପାଇଁ ଶ୍ରୀନଗର ମହାନଗର ନିଗମକୁ ସାନିଟାଇଜ କରାଗଲା

ଶ୍ରୀନଗର ମହାନଗର ନିଗମରେ ଟ୍ରାକ୍ଟର ମାଧ୍ୟମରେ ବିଶୋଧକ ସିଞ୍ଚନ ମେସିନ ମାଧ୍ୟମରେ ସହରର ରାସ୍ତାର ଉଭୟ ପାର୍ଶ୍ବ ଓ ମଝିରେ ସ୍ପ୍ରେ କରାଯାଇଛି । ଶ୍ରୀନଗର ସହରର ବିଭିନ୍ନ ରାସ୍ତାଘାଟ ସହିତ ବିଭିନ୍ନ ବସ୍ତି, ସାହି ଅଞ୍ଚଳ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସିଞ୍ଚନ କରାଯାଇଛି । ମହାମାରୀ କୋରୋନାର ମୁକାବିଲା କରିବା ପାଇଁ ସାରା ଭାରତରେ ଦୃଢ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ବିଭିନ୍ନ ସହର ଗୁଡିକରେ ବିଶୋଧକ ସିଞ୍ଚନ କରାଯାଉଛି । ମାହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ ସ୍ବଚ୍ଛତା ଓ ସାମାଜିକ ଦୂରତା ବଜାଇ ରଖିବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ।

ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କୋରୋନା ଭାରତରେ କାୟା ବିସ୍ତାର କରିବାରେ ଲାଗିଛି ।ଭାରତରେ ମହାମାରୀ କୋରୋନାକୁ ମୁକାବିଲା କରିବା ପାଇଁ 21 ଦିନିଆ ଲକଡାଉନ ଘୋଷଣା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 75 ହୋଇଥିଲାବେଳ 2 ଜଣ ମୃତ୍ୟୁ ବରଣ କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.