ETV Bharat / bharat

ସୃଜନ ଘୋଟାଲା: ପୂର୍ବତନ ଜିଲ୍ଲାପାଳଙ୍କ ସମେତ 59ଜଣଙ୍କ ନାଁରେ ଚାର୍ଜସିଟ୍ - ପୂର୍ବତନ ଜିଲ୍ଲାପାଳଙ୍କ ସମେତ 59ଙ୍କ ନାଁରେ ଚାର୍ଜସିଟ୍

ବିହାରର ସୃଜନ ଘୋଟାଲାରେ ଜଡିତ 59 ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ଭାଗଲପୁରର ପୂର୍ବତନ ଜିଲ୍ଲାପାଳ ତଥା ଆଇପିଏସ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି ।

ସୃଜନ ଘୋଟାଲା
ସୃଜନ ଘୋଟାଲା
author img

By

Published : Jun 28, 2020, 7:40 PM IST

ପାଟନା: ବିହାରରେ ସୃଜନ୍ ଘୋଟାଲାର ତଦନ୍ତ କରୁଥିବା ସିବିଆଇ ଶନିବାର ଏକ ଚାର୍ଜସିଟ ଦାଖଲ କରିଛି। ଆଇପିଏସ୍ ଅଧିକାରୀ ତଥା ଭାଗଲପୁରର ପୂର୍ବତନ ଜିଲ୍ଲାପାଳ କେ ପି ରମୈୟା ଓ ଅନ୍ୟ 59 ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଏହି ଚାର୍ଜସିଟ୍ ଦାଖଲ କରିଛି।

ଏହି ଦୁର୍ନୀତି ସହ ଜଡିତ 3ଟି ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ସିବିଆଇ ଦ୍ବାରା ଦାଖଲ ହୋଇଥିବା ଚାର୍ଜସିଟ୍ 91.50 କୋଟି ପାଣ୍ଠି ଘୋଟାଲାକୁ ନେଇ ଦାଖଲ କରାଯାଇଛି । ଏହି 3 ଟି ଚାର୍ଜସିଟରେ ଅଭିଯୁକ୍ତମାନେ 2008 ରୁ 2014 ମଧ୍ୟରେ ସୃଜନ୍ ଏନଜିଓର ଅନ୍ୟ ଅଫିସରଙ୍କ ସହ ଅନେକ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।

ପ୍ରକାଶଥାଉକି, ବିହାରର ଏହି ସୃଜନ୍ ସ୍କାମ ହେଉଛି ଏନଜିଓ, ନେତା, ସରକାରୀ ବିଭାଗ ଓ ଅଧିକାରୀଙ୍କ ଦ୍ବାରା କରାଯାଇଥିବା ଏକ ବଡ ଘୋଟାଲା। ସୂଚନା ଅନୁଯାୟୀ, ବିକାଶ ନାମରେ ପଠାଯାଇଥିବା ଟଙ୍କା ଏନଜିଓ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିଲା। ଏହା ପରେ ଟଙ୍କା ବଣ୍ଟନ କରାଯାଇଥିଲା । ସରକାରୀ ଅର୍ଥ ହଡପ ମାମଲା ଜାଣିବା ପରେ ବିହାର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଏହି ମାମଲାର ତଦନ୍ତ ସିବିଆଇ କରୁଛି। ସିବିଆଇ 25 ଅଗଷ୍ଟ 2017 ରେ ଏକ ମାମଲା ରୁଜୁ କରି ସୃଜନ୍ ଘୋଟାଲାର ଯାଞ୍ଚ ଆରମ୍ଭ କରିଥିଲା ।

ସୂଚନାନୁଯାୟୀ, 2007-08 ମସିହାରେ ଭାଗଲପୁରରେ ସୃଜନ୍ ସମବାୟ ବ୍ୟାଙ୍କ ଖୋଲା ଯାଇଥିଲା। ଏହା ପରେ ବିକାଶ ନାମରେ ଆସିଥିବା ସରକାରୀ ଟଙ୍କା ଏହି ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥିଲା ଓ ଏହା ପରେ ଏହି ଟଙ୍କା ବାହାର କରି ବଜାରକୁ ପଠାଯାଇଥିଲା। ଏହି ଟଙ୍କା ସଞ୍ଚୟ କରିବା ପାଇଁ ଅନେକ ଏନଜିଓ ମଧ୍ୟ ଗଠନ କରାଯାଇଥିଲା। କୁହାଯାଏ ଯେ ଏହି ଏନଜିଓମାନଙ୍କ ନାମରେ ଅଧିକାରୀମାନେ କଳାଧନକୁ ଧଳା ଟଙ୍କାରେ ପରିବର୍ତ୍ତନ ଓ କୋଟି କୋଟି ଟଙ୍କାର ସ୍କାମ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.