ETV Bharat / bharat

ଜଗନଙ୍କ ନାମ ନେଇ ଶପଥ ଗ୍ରହଣ କଲେ ଆନ୍ଧ୍ର ବିଧାୟକ - ଜଗନଙ୍କ

ନିଲ୍ଲୋର ଗ୍ରାମୀଣ ବିଧାୟକ କୋଟାମରେଡ୍ଡୀ ଶ୍ରୀଧର ରେଡ୍ଡୀ ରବିବାର ମୁଖ୍ୟମନ୍ତ୍ରୀ ଜଗନଙ୍କ ପ୍ରତି ସ୍ବାମୀଭକ୍ତି ଦେଖାଇ ସବୁ ସୀମା ପାର କରିଛନ୍ତି । ସେ କହିଛନ୍ତି ଯେ, ମୁଁ ଜଗନ ମୋହନ ରେଡ୍ଡୀଙ୍କୁ ଭଗବାନ ଭଳି ମାନୁଛି ।

ଫାଇଲ ଫଟୋ
author img

By

Published : Jun 13, 2019, 4:33 PM IST

Updated : Jun 18, 2019, 10:58 AM IST

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆଇ କଂଗ୍ରେସ ଅଧ୍ୟକ୍ଷ ଜଗନ ମୋହନ ରେଡ୍ଡୀଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆନ୍ଧ୍ରପ୍ରଦେଶର ଜଣେ ନବନିର୍ବାଚିତ ବିଧାୟକ ମୁଖ୍ୟମନ୍ତ୍ରୀ ଜଗନଙ୍କୁ ଭଗବାନଙ୍କ ସ୍ଥାନରେ ରଖିବା ସହ ତାଙ୍କ ନାମରୁ ହିଁ ଶପଥ ଗ୍ରହଣ କରିଥିଲେ ।

ନିଲ୍ଲୋର ଗ୍ରାମୀଣ ବିଧାୟକ କୋଟାମରେଡ୍ଡୀ ଶ୍ରୀଧର ରେଡ୍ଡୀ ରବିବାର ମୁଖ୍ୟମନ୍ତ୍ରୀ ଜଗନଙ୍କ ପ୍ରତି ସ୍ବାମୀଭକ୍ତି ଦେଖାଇ ସବୁ ସୀମା ପାର କରିଛନ୍ତି । ସେ କହିଛନ୍ତି ଯେ, ମୁଁ ଜଗନ ମୋହନ ରେଡ୍ଡୀଙ୍କୁ ଭଗବାନ ଭଳି ମାନୁଛି । ପ୍ରୋଟେମ ସ୍ପିକର ଶିବାଙ୍ଗୀ ଆପ୍ପାଲା ନାଇଡୁ ବିଧାୟକ ଶ୍ରୀଧର ରେଡ୍ଡୀଙ୍କ ଶପଥ ଗ୍ରହଣ ଆରମ୍ଭ କଲାବେଳେ ସେ ଈଶ୍ବରଙ୍କ ନାମ ନେଇ ଶପଥ ନେବା ବଦଳରେ ଜଗନମୋହନ ରେଡ୍ଡୀଙ୍କ ନାମରୁ ଶପଥ ଗ୍ରହଣ ଆରମ୍ଭ କରିଛନ୍ତି । ପରେ ଶ୍ରୀଧର ନିଜ ଭୁଲ ସ୍ବୀକାର କରି କହିଥିଲେ ସେ ଅତ୍ୟନ୍ତ ଭାବବିହ୍ବଳ ହୋଇପଡିଥିଲେ । ସେ କହିଥିଲେ ଯେ, ମୁଁ ଏକ ଗରିବ ପରିବାରରୁ ଆସିଛି ଯେଉଁଠାରେ ରାଜନୀତି ତ ଦୂରର କଥା ଆର୍ଥିକ ସମ୍ବଳ ମଧ୍ୟ ଭଲନାହିଁ । ଏମିତି ପରିସ୍ଥିତିରେ ମୋତେ ଏହି ଦାୟିତ୍ବ ଦେବା ମୋ ପାଇଁ ଏକ ସ୍ବପ୍ନ ପରି ।

ସେ ଏହା ମଧ୍ୟ କହିଥିଲେ ଯେ, ଯଦି ମୁଁ ମୋ ନେତାଙ୍କୁ ଭଗବାନ ମାନୁଛି ତ ଏଥିରେ ଭୂଲ କଣ ରହିଛି । ଶପଥ ଗ୍ରହଣ ପଛରେ ମୋର କୌଣସି ପଦ ପାଇବାର ଆଶା ନାହିଁ । ଗତ 5 ବର୍ଷ ମଧ୍ୟରେ ମୋତେ ଯେତିକି ବି ଦରମା ମିଳିଛି ସେସବୁକୁ ମୁଁ ଗରିବ ପିଲାଙ୍କୁ ଦାନ କରିଛି । ପୂର୍ବରୁ ଟିଡିପିର ଅନେକ ନେତା ଏନଟି ରାମାରାଓଙ୍କ ନାମରେ ଶପଥ ନେଇଥିବା ବେଳେ ତାଙ୍କ ଉପରେ କୌଣସି ରୋକ ଲଗାଯାଇନଥିବା ଶ୍ରୀଧର କହିଛନ୍ତି ।

Intro:Body:

hghzhghh

Conclusion:
Last Updated : Jun 18, 2019, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.