ମୁମ୍ବାଇ: ମହାମାରୀ କୋରୋନାକୁ ରୋକିବା ପାଇଁ ମହା ବିକାଶ ଆଗାଡି ସରକାର ସର୍ବସାଧାରଣରେ ଛେପ ପକାଇବା, ଧୂମ୍ରପାନ କରିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ଅପରାଧୀମାନେ 6 ମାସ ଜେଲ ଦଣ୍ଡ ଭୋଗିବେ ଯଦି ପୁଣି ଥରେ ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ପୁଣି ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବେ ।
ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ମହାମାରୀ ରୋଗ ଆଇନ 1897 ଅନୁସାରେ ଏବଂ ଭାରତୀୟ ଦଣ୍ଡବିଧି ସଂହିତା ଅନୁସାରେ ଅପରଧୀଙ୍କୁ ଦଣ୍ଡିତ କରାଯିବ ।
ଜନସାଧାରଣଙ୍କ ମଧ୍ୟରେ ଛେପ ପକାଇବା କୋଭିଡ -19 ସଂକ୍ରମଣକୁ ଆହୁରି ବ୍ୟାପିବାରେ ସାହାଯ୍ୟ କରିବ ବୋଲି ଆଶଙ୍କା କରି ଏହି ନିଷ୍ପତ୍ତି ନିଆଯାଇଛି । ମହାରାଷ୍ଟ୍ରରେ ଭାରତରେ ସର୍ବାଧିକ ପଜିଟିଭ ମାମଲା ଥିବାରୁ ଛେପ ପକାଇବା କିମ୍ବା ଧୁମ୍ରପାନ ଆଦି କରିବା ନେଇ ଅପରି ନିଷ୍ପତ୍ତି ନେଇଛନ୍ତି ସରକାର ।
ସର୍ବସାଧାରଣରେ ଛେପ ପକାଇବାକୁ ବାରଣ କରାଯାଇଥିଲେ ମଧ୍ୟ ଲୋକେ ଏହାକୁ ମାନୁନାହାନ୍ତି । ବର୍ତ୍ତମାନ ଜୋରିମାନା ଲାଗୁ କରାଗଲେ ସେମାନେ ସୁଧୁରିବେ ବୋଲି କୁହାଯାଇଛି । ବମ୍ବେ ପୋଲିସ ଅଧିନିୟମ ଅନୁଯାୟୀ ରାଜ୍ୟ ସରକାର ଛେପ ପକାଇବାକୁ ବାରଣ କରି ସାରିଛନ୍ତି । 2003 ରେ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଅଧିନିୟମ (COPTA) ଅନୁସରଣ କରି ରାଜ୍ୟ ଧୂମ୍ରପାନ ଉପରେ ମଧ୍ୟ ନିଷେଧାଦେଶ ଜାରି କରିଛି ଏବଂ 2013 ରେ ତମାଖୁ ଉତ୍ପାଦନ, ସଂରକ୍ଷଣ, ବିତରଣ, ପରିବହନ ଏବଂ ବିକ୍ରୟ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି ।
ବମ୍ବେ ପୋଲିସ ଅଧିନିୟମ ଅନୁଯାୟୀ ଜନସାଧାରଣଙ୍କୁ ଛେପ ପକାଇବା ଏବଂ ଧୂମପାନ କରିବାର ପ୍ରଥମ ତିନୋଟି ଅପରାଧ ପାଇଁ ବର୍ତ୍ତମାନ ଅପରାଧୀଙ୍କୁ 1000 ରୁ 5000 ଟଙ୍କା ଜୋରିମାନା କରାଯାଇଛି ।