ETV Bharat / bharat

ମେ 3 ପର୍ଯ୍ୟନ୍ତ ବିମାନ ଯାତ୍ରା ସ୍ଥଗିତ ରଖିଲା ସ୍ପାଇସଜେଟ୍ - corona lockdown

କୋରୋନା ସଂକ୍ରମଣରୁ ରୋକିବାକୁ କେନ୍ଦ୍ରର ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଏୟାର କ୍ୟାରିଅର ସ୍ପାଇସଜେଟ୍ ଏହାର ସମସ୍ତ ବିମାନଯାତ୍ରାକୁ ମେ 3 ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ଏହା ସହ ପୂର୍ବରୁ କରାଯାଇଥିବା ସମସ୍ତ ସଂରକ୍ଷଣକୁ ବାତିଲ କରାଯାଇଛି । ଏନେଇ ସ୍ପାଇସ ଜେଟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

SpiceJet suspends flight ops till May 3, cancels booked flights reservations due to lockdown 2.0
ମେ 3 ପର୍ଯ୍ୟନ୍ତ ବିମାନ ଯାତ୍ରା ସ୍ଥଗିତ ରଖିଲା ସ୍ପାଇସଜେଟ୍
author img

By

Published : Apr 14, 2020, 7:32 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣରୁ ରୋକିବାକୁ କେନ୍ଦ୍ରର ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଏୟାର କ୍ୟାରିଅର ସ୍ପାଇସଜେଟ୍ ଏହାର ସମସ୍ତ ବିମାନଯାତ୍ରାକୁ ମେ 3 ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ଏହା ସହ ପୂର୍ବରୁ କରାଯାଇଥିବା ସମସ୍ତ ସଂରକ୍ଷଣକୁ ବାତିଲ କରାଯାଇଛି । ଏନେଇ ସ୍ପାଇସ ଜେଟ ପକ୍ଷରୁ ସୂଚନା ଦିଆଯାଇଛି ।

ଗ୍ରାହକଙ୍କ ସମ୍ପୂର୍ଣ୍ଣ ବାତିଲ ଟଙ୍କାକୁ ଏକ କ୍ରେଡିଟ୍ ସେଲରେ ରଖାଯିବ ଓ ଫେବୃଆରୀ 28, 2021 ପର୍ଯ୍ୟନ୍ତ ଏଥିରେ ବୁକିଂରେ ବ୍ୟବହାର କରାଯାଇପାରିବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ।

ଏୟାରଲାଇନ୍ସ ପକ୍ଷରୁ ଟ୍ବିଟରରେ ଉଲ୍ଲେଖ କରାଯାଇଛି, ‘ଯେଉଁମାନେ ମେ 3 ପର୍ଯ୍ୟନ୍ତ ଯାତ୍ରା ପାଇଁ ବୁକ କରିଥିଲେ ସେମାନଙ୍କ ସଂରକ୍ଷଣକୁ ଆମେ ବାତିଲ କରୁଛୁ । ବାତିଲ ହେବା ପରେ ଆପଣଙ୍କର ସମ୍ପୂର୍ଣ୍ଣ ରାଶି ଏକ କ୍ରେଡିଟ ସେଲରେ ରଖାଯିବ ଏବଂ ସମାନ ଯାତ୍ରୀଙ୍କ ପାଇଁ ଏହାକୁ 28 ଫେବୃଆରୀ 2021 ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ ।’

ବାତିଲ ପରେ ପୁଣି ସାନି ବୁକିଂ କରିବାକୁ ଗ୍ରାହକମାନେ ସ୍ପାଇସଜେଟର ୱେବସାଇଟ୍ ପରିଦର୍ଶନ କରିପାରିବେ ଏବଂ ବୁକିଂ ପ୍ରକ୍ରିୟା ଶେଷରେ 'CREDIT SHELL' ବିକଳ୍ପ ବ୍ୟବହାର କରି ପେମେଣ୍ଟ କରିପାରିବେ | ଆପଣଙ୍କର କ୍ରେଡିଟ୍ ସେଲ୍ ବାଲାନ୍ସ ଦେଖିବାକୁ, ବିମାନର ୱେବସାଇଟରେ 'ବୁକିଂ ପରିଚାଳନା' ଟାବ ପରିଦର୍ଶନ କରିପାରିବେ |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋରୋନା ମୁକାବିଲା ପାଇଁ ଲକଡାଉନ ଅବଧିକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଦେଶର ମଙ୍ଗଳ ପାଇଁ ଆଉ 19 ଦିନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ସେଥିପାଇଁ ଦେଶବାସୀ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.