ETV Bharat / bharat

ଲୋକସଭାରେ ଏସପିଜି ସୁରକ୍ଷା ବିଲ୍ ଉପସ୍ଥାପନ, ପୂର୍ବତନ ପିଏମ୍‌ଙ୍କ ପରିବାରକୁ ମିଳିବନି ସୁରକ୍ଷା - ଲୋକସଭାରେ ଏସପିଜି ସୁରକ୍ଷା ବିଲ୍ ଉପସ୍ଥାପନ

କେନ୍ଦ୍ର ସରକାର ସୋମବାର ଲୋକସଭାରେ ଏସପିଜି ସୁରକ୍ଷା ବିଲ୍‌ ଉପସ୍ଥାପନ କରିଛନ୍ତି । ଏହି ନୂତନ ବିଲ୍‌ ଅନୁଯାୟୀ ଆଗକୁ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପରିବାରଙ୍କୁ ଏସପିଜି ସୁରକ୍ଷା ପ୍ରଦାନ କରାଯିବ ନାହିଁ । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 25, 2019, 7:52 PM IST

ନୂଆଦିଲ୍ଲୀ: ବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ ସୋମବାର ଲୋକସଭାରେ ଏସପିଜି ସୁରକ୍ଷା ବିଲ୍‌ ଉପସ୍ଥାପନ ହୋଇଛି । ଏହି ନୂତନ ବିଲ୍‌ ଅନୁଯାୟୀ ଆଗକୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାରଙ୍କୁ ଏସପିଜି ସୁରକ୍ଷା ପ୍ରଦାନ କରାଯିବ ନାହିଁ ।

ଭିଡିଓ ସୌଜନ୍ୟ: ଲୋକସଭା ଟିିଭି

ଏହାସହ ଏହି ନୂତନ ବିଲ୍‌ ଅନୁଯାୟୀ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ଏହି ସୁରକ୍ଷା 5ବର୍ଷ ପାଇଁ ପ୍ରଦାନ କରାଯିବ ଯଦି ସେମାନେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ସରକାରୀ ବାସଭବନରେ ରହୁଥାନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ବର୍ତ୍ତମାନ ଗାନ୍ଧୀ ପରିବାରଙ୍କ ଠାରୁ ଏସପିଜି ସୁରକ୍ଷା ବ୍ୟବସ୍ଥା ଅପସାରଣ କରିନେଇଛନ୍ତି । ଏଥିପାଇ ବର୍ତ୍ତମାନ ସମୟରେ ଏସପିଜି ଅଧିନିୟନରେ ସଂଶୋଧନ ବେଶ ଗୁରୁତ୍ବ ବହନ କରୁଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଗାନ୍ଧୀ ପରିବାର, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କ ଗାନ୍ଧୀ ଭଦ୍ରାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ଏସପିଜି ସୁରକ୍ଷା ଯୋଗାଇ ଦିଆଯାଉଥିଲା । ମାତ୍ର ଏବେ ଏହାକୁ ହଟାଇ ଦିଆଯାଇଛି । ଏହି ପ୍ରସଙ୍ଗକୁ ସଂସଦରେ ଉଠାଇ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି ।

ସେହପରି ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଏସପିଜି ସୁରକ୍ଷା ପ୍ରଦାନ କରାଯାଇଥିଲା । ମାତ୍ର ସୁରକ୍ଷା ସମୀକ୍ଷା ପରେ ତାଙ୍କ ନିକଟରୁ ଏସପିଜି ସୁରକ୍ଷା ଅପସାରଣ କରାଯାଇଛି । ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ (ସିଆରପିଏଫ୍‌)ଦ୍ଵାରା ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.