ଲକ୍ଷୌ: କ୍ଷୀପ୍ର ଗତିରେ ପିଟିଲା ବୋଲେରୋ, ଘଟଣାସ୍ଥଳରେ ପ୍ରାଣ ହାରିଲେ ଦୁଇ ଛୋଟ ଶିଶୁ । ଏ ଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ସୀତାପୁରର ରେଉସା ଥାନା ଅଞ୍ଚଳରେ ଘଟିଛି । ପ୍ରାଣ ହରାଇଥିବା ଶିଶୁଙ୍କ ମଧ୍ୟରେ ଜଣେ ବର୍ଷକର ହୋଇଥିବା ବେଳେ ଜଣେ 2 ବର୍ଷର ଥିଲେ ।
ସୂଚନା ଅନୁଯାୟୀ ରେଉସା ଥାନା ଅନ୍ତର୍ଗତ ଜାଫରପୁର ଗ୍ରାମର ମେଣ୍ଡିଲାଲଙ୍କ ପତ୍ନୀ ମାୟା ଦେବୀ ନିଜ ଦୁଇ ଝିଅଙ୍କ ସହ ରାସ୍ତାରେ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ଅନ୍ୟପଟୁ ଏକ ବୋଲେରୋ କ୍ଷୀପ୍ରଗତିରେ ବେପାରୁଆ ଭାବରେ ଆସି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ଜଣ କୁନି ଛୁଆଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ତିନିଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟାଣାସ୍ଥଳରେ ପୋଲିସ ପହଞ୍ଚି ବୋଲେରୋକୁ ଜବତ କରିବା ସହ ଦୁଇ ଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଡ୍ରାଇଭରକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ