ଜର୍ମାନୀ: ଟ୍ରାଫିକ ପୋଲିସକୁ ଚକମା । 54 କିଲୋମିଟରେ ବେଗରେ ଗାଡି ଚଳାଉଥିବା ଗାଡିକୁ ଧରି ପାରିଲାନି ପୋଲିସ୍ । ତେବେ ପୋଲିସକୁ ଆଉ କେହି ନୁହେଁ ବରଂ ଚକମା ଦେଇଛି ଗୋଟିଏ ପକ୍ଷୀ ।
ଏକ ଦୈବିକ ଶକ୍ତି କାରଣରୁ ଦ୍ରୁତ ଗତିରେ ଆସୁଥିବା ଏକ ଗାଡିର ଡ୍ରାଇଭର ଫାଇନ ଲାଗିବାରୁ ବଞ୍ଚିତ ହୋଇଛି । 170 ଡଲାର ଫାଇନ ଲାଗିବାରୁ ଉକ୍ତ ଡ୍ରାଇଭରକୁ ବଞ୍ଚାଇଛି ଏକ ପକ୍ଷୀ ।
ତେବେ ଗାଡିର ଡ୍ରାଇଭର ଘଣ୍ଟା ପ୍ରତି 54 କିଲୋମିଟର ବେଗରେ ଗାଡିଟିକୁ ଚଳାଉଥିଲା । ମାତ୍ର ଉକ୍ତ ଡ୍ରାଇଭରର ପରିଚୟ ପାଇନଥିଲା ପୋଲିସ୍ । କାରଣ ତାର ସମୂର୍ଣ୍ଣ ଚେହେରାକୁ ନିଜ ଡେଣାରେ ଢାଙ୍କି ଥିଲା ଏକ ପକ୍ଷୀ ।
ପକ୍ଷୀଟି ଡ୍ରାଇଭର ମୁହଁ ଢାଙ୍କି ପ୍ରମାଣକୁ ନଷ୍ଟ କରିଥିଲା । ତେଣୁ ସେ ସିଟରେ କିଏ ଅଛି ସେନେଇ କିଛି ଜଣାପଡିନଥିଲା । ଏହି ଘଟଣା ସୋସିଆଲ ମିଡିଆରେ ପ୍ରଘଟ ହେବା ପରେ କେହି ଏହାକୁ ଦୌବ ଶକ୍ତି କହୁଥିବା ବେଳେ ଆଉ କେହି ଏହାକୁ ସଂଯୋଗ ବୋଲି କହୁଛନ୍ତି ।
ତେବେ ଏନେଇ ଜର୍ମାନୀ ପୋଲିସ କହିଥିଲେ, ଦିବ୍ୟ ଆତ୍ମା ହସ୍ତକ୍ଷେପ କରିଥିଲେ । ତେଣୁ ଆମେ ଏହା ବୁଝିପାରି ଗାଡି ଚାଳକ ସମ୍ପର୍କରେ ଅଧିକ କିଛି ଜାଣିବା ପାଇଁ ଚେଷ୍ଟା କରିନଥିଲୁ।
ପୋଲିସ ଏହା ମଧ୍ୟ କହିଥିଲେ ଯେ, ଏହି ଇସାରା ସେ କାର୍ ଡ୍ରାଇଭରୁ ମଧ୍ୟ ବୁଝା ପଡିଥିବ । ଯାହାଦ୍ବାରା ସେ ଆଗକୁ ଯାଇ ଦ୍ରୁତ ଗତିରେ ଗାଡି ଚଲାଇବେ ନାହିଁ ।