ETV Bharat / bharat

ମୋଦିଙ୍କ ସୋମବାର ସଂଯୋଗ

author img

By

Published : Aug 6, 2019, 5:04 AM IST

ଜମ୍ମୁ-କାଶ୍ମୀର ପୂର୍ଣ୍ଣ ଗଠନ ବିଲ୍ ରାଜ୍ୟସଭାରେ ମଞ୍ଜୁର କରାଇ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହା ମଧ୍ୟରେ ସୋସିଆଲ ମିଡିଆରେ ମୋଦିଙ୍କ ସୋମବାର ସଂଯୋଗକୁ ନେଇ ସାର ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ମୋଦିଙ୍କ ଆଉ ଏକ ଜଲୱା । 70 ବର୍ଷ ପରେ ପୂରଣ ହେଲା କାଶ୍ମୀରର ସ୍ବପ୍ନ । ଗତ 2014 ମସିହାରୁ ପୂର୍ଣ୍ଣ ବହୁମତ ପାଇ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ନରେନ୍ଦ୍ର ମୋଦି ଗୋଟିଏ ଗୋଟିଏ ପରେ କିର୍ତ୍ତୀମାନ ସୃଷ୍ଟି କରିଚାଲିଛନ୍ତି । ଦେଶର ବିକାଶ ପାଇଁ ସମସ୍ତ କଠିନ ନିଷ୍ପତ୍ତି ନେବାସହ ବଳିଷ୍ଠ ନେତୃତ୍ୟ ଦେଇ ସରକାରକୁ ଏକ ଭିନ୍ନ ରୂପରେ ପରିଚାଳନା କରୁଛନ୍ତି ପ୍ରଧାନମନ୍ତ୍ରୀ । ବିଶେଷ କରି ମୋଦି ତାଙ୍କ ଦ୍ବିତୀୟ ପାଳିର ପ୍ରାରମ୍ଭରୁ ସରକାରଙ୍କ ଲକ୍ଷ୍ୟ ସ୍ପଷ୍ଟ କରିସାରିଛନ୍ତି ।

ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଫେସବୁକ୍

ମାତ୍ର କିଛି ଦିନର ବ୍ୟବଧାନ ପରେ ଗୋଟିଏ ପରେ ଗୋଟିଏ କଠିନ ନିଷ୍ପତ୍ତି ନେବା ସହ ରେକର୍ଡ ସଂଖ୍ୟକ ବିଲ୍ ପାସ୍ କରାଇ ସମସ୍ତଙ୍କୁ ଚକିତ୍ କରିଛନ୍ତି ସରକାର । ଆଉ ଏବେ ଜମ୍ମୁ-କାଶ୍ମୀର ପୂର୍ଣ୍ଣ ଗଠନ ବିଲ୍ ରାଜ୍ୟସଭାରେ ମଞ୍ଜୁର କରାଇ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହା ମଧ୍ୟରେ ସୋସିଆଲ ମିଡିଆରେ ମୋଦିଙ୍କ ସୋମବାର ସଂଯୋଗକୁ ନେଇ ସାର ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି ।

ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଫେସବୁକ୍

ମୋଦିଙ୍କ କାଶ୍ମୀର ମିଶନ ପରେ ବାକି ରହିଥିବା ବିବାଦର ସମାଧାନ ମଧ୍ୟ ସୋମବାର ହେବ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଆଉ ଅନେକ ୟୁର୍ଜସ ଏହାପରେ ରାମ ମନ୍ଦିର ବିବାଦ ତୁଟିବ ବୋଲି ମଧ୍ୟ କହୁଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଅନେକ ମିମ୍ସ ।

ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଫେସବୁକ୍

ଏଠାରେ ସୂଚନାଯୋଗ୍ୟ, ନିକଟରେ ପ୍ରଥମ ସୋମବାର ଚନ୍ଦ୍ରଯାନ 2 ଅଭିଯାନ ସଫଳ ହୋଇଥିଲା । ଆଉ ଦ୍ବିତୀୟ ସୋମବାର ପାସ୍ ହେଲାତିନି ତଲାକ ବିଲ୍‌ ଏବଂ ତୃତୀୟ ସୋମବାର ଉଚ୍ଛେଦ ହୋଇଛି ଧାରା 370 ଓ 35(କ) ।

Intro:ଖୋର୍ଦ୍ଧା ଜିଲ୍ଲା ସଡକ ସୁରକ୍ଷା ସମୀକ୍ଷା ବୈଠକ।

Body:ସଡକ ସୁରକ୍ଷା ନେଇ ସମୀକ୍ଷା ବୈଠକ।ଖୋର୍ଦ୍ଧା ଜିଲ୍ଲାରେ ସଡକ ଦୁର୍ଘଟଣା ହାର ୧୪% ବଢିଛି।।ରାଜ୍ୟରେ ସଡକ ଦୁର୍ଘଟଣା ବଢି ଚାଲିଥିବା ବେଳେ ସୋମବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।କିଭଳି ଭାବରେ ଦୁର୍ଘଟଣାକୁ ରୋକାଯାଇପାରିବ ସେ ନେଇ ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ,ଏନଏଚଏଆଇ, ପୋଲିସ ପ୍ରଶାସନ,ଜିଲ୍ଲା ପ୍ରଶାସନ,ଅବକାରୀ ବିଭାଗ ଓ ଅନ୍ୟାନ୍ୟ ସଦସ୍ୟ ଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।ବିଶେଷକରି ଗାଡି ଚାଳନା,ସ୍ପୀଡ଼ ବାଇକ,ରୋଡ ଡିଜାଇନ,ଦୁର୍ଘଟଣାସ୍ଥଳୀ ଉପରେ ଆଲୋଚନା ହୋଇଛି।

କିଭଳି ଭାବରେ ଏନଏଚଏଆଇ ଉପରେ ସୁରକ୍ଷିତ ଗାଡି ଚାଳନା କରିବ ସେ ନେଇ ଆଜି ବୈଠକରେ ଆଲୋଚନା ହୋଇଛି।ପାହାଳ ଠାରୁ ପିତାପଲି ପର୍ଯ୍ୟନ୍ତ ଦୁର୍ଘଟଣା ପ୍ରବଣ ସ୍ଥାନରେ କଡା ନଜର ରଖାଯିବ।ରାସ୍ତାରେ ମଦଦୋକାନ ନେଇ ଅବରୋଧ ହେଲେ ସମ୍ପୃକ୍ତ ଦୋକାନୀଙ୍କୁ ନୋଟିସ ଜାରି କରାଯିବ।ଦୁର୍ଘଟଣା ସ୍ଥାନ ଗୁଡିକରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।ଏନେଇ ଏନଏଚଏଆଇ ,ଅବକାରୀ ପୋଲିସି ପ୍ରଶାସନକୁ ନିର୍ଦ୍ଧେଶ ଦିଆଯାଇଛି।ମୁଖ୍ୟତଃ ଆଜି ଦୁର୍ଘଟଣାକୁ ହ୍ରାସ କରାଯାଇପାରିବ ,କଡା ଶବ୍ଦ ବ୍ୟବହାର କରୁଥିବା ବାଇକ ଗୁଡିକ ନୋଟିସ ଜାରି କରାଯିବ ଓ ଜୋରିମାନା ଆଦାୟ ନକରି କୋର୍ଟ ଚାଲାଣ ହେବେ ,ସେ ନେଇ ଆଲୋଚନା ହୋଇଛି ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ଶୀତାଂଶୁ ରାଉତ କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.