ETV Bharat / bharat

ବନ୍ଧୁ ପାଇଁ ଦିନଟିଏ... - Friendship day celebrate

'ତେରେ ଯେସା ୟାର କାହାଁ, କାହାଁ ଏସା ୟାରାନା' । ବନ୍ଧୁ ପରି ସମ୍ପର୍କ ଆଉ କେଉଁଠି ନ ଥିବ । ରକ୍ତ ସମ୍ପର୍କଠାରୁ ମଧ୍ୟ ଏହା ଖୁବ୍ ଗଭୀର ।

ପ୍ରତୀକାତ୍ମକ ଫଟୋ
author img

By

Published : Aug 4, 2019, 7:00 AM IST

Updated : Aug 4, 2019, 7:51 AM IST

ଆଜି ହେଉଛି ବିଶ୍ବ ବନ୍ଧୁତ୍ବ ଦିବସ(ହାପି ଫ୍ରେଣ୍ଡସିପ୍ ଡେ')। ୧୯୫୮ ମସିହା ଜୁଲାଇ ୩୦ରେ ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲା। ତେଣୁ ଆଜିର ଏହି ସୁନ୍ଦର ଦିନଟିକୁ ସମସ୍ତେ ଅତି ଆନନ୍ଦ ସହକାରେ ପାଳନ କରିଥାଆନ୍ତି। କିଏ ହାତରେ ବ୍ୟାଣ୍ଡ ବାନ୍ଧି ଫ୍ରେଣ୍ଡସିପ୍ ଡେ' ପାଳନ କଲାଣି, ତ ଆଉ କିଏ କେକ୍ କାଟି। ସେଥିପାଇଁ ଯୁବପିଢି ପୁରା ସେଲିବ୍ରେସନ ମୁଡରେ। ଖାଲି ଯୁବପିଢି କାହିଁକି, ପିଲା ଠୁ ବୁଢା ସମସ୍ତେ ଏଥିରେ ମସଗୁଲ।

ତେବେ ଆସନ୍ତୁ ପଢିବା ବନ୍ଧୁତାର କିଛି ସୁନ୍ଦର ପୃଷ୍ଠା.....

'ତେରେ ଯେସା ୟାର କାହାଁ, କାହାଁ ଏସା ୟାରାନା'....ଏହି ପଂକ୍ତିଟି ହୁଏତ ସମସ୍ତଙ୍କର ମନେ ଥିବ। ଅମିତାଭ ବଚ୍ଚନ ଓ ଅମଜାଦ ଖାନଙ୍କ ଉପରେ ଚିତ୍ରିତ ହୋଇଥିବା ଏହି ଗୀତଟି ସମସ୍ତଙ୍କ ମନକୁ ଖୁବ୍ ଛୁଇଁ ଯାଇଥିଲା। ବନ୍ଧୁ ପରି ସମ୍ପର୍କ ଆଉ କେଉଁଠି ନ ଥିବ। ଏହି ସମ୍ପର୍କ ଅନ୍ୟ ସମସ୍ତ ସମ୍ପର୍କଠାରୁ ଅଭିନ୍ନ ଏବଂ ସ୍ବତନ୍ତ୍ର। ସାମାଜିକ ଜୀବନରେ ଏ ସମ୍ପର୍କ ଅତି ନିବିଡ ଓ ଆପଣାର।

ରକ୍ତ ସମ୍ପର୍କଠାରୁ ମଧ୍ୟ ଏହା ଖୁବ୍ ଗଭୀର। ସେଥିପାଇଁ ତ କୁହାଯାଏ ସାଙ୍ଗଠାରୁ ସବୁ ସରିଛି। ଜୀବନରେ ଯଦି ଗୋଟିଏ ମନଲାଖି ସାଙ୍ଗ ମିଳିଯାଏ, ତେବେ ଆଉ କି ଲୋଡା। ବନ୍ଧୁ ପାଖରେ ତ ସବୁ ଅଳି-ଅଝଟ, ରାଗ-ରୁଷା, ହସ-କାନ୍ଦ ଆଉ ମାନ-ଅଭିମାନ। ପୁରା ଦୁନିଆରେ କେହି ନ ପଚାରିଲେ ବି କିଛି ଯାଏ ଆସେ ନାହିଁ, ଯଦି ପାଖରେ ମନର ଦରଦ ବୁଝୁଥିବା ସାଙ୍ଗଟିଏ ଥିବ। ମୃତ୍ୟୁ ପର୍ଯ୍ୟନ୍ତ ଯେ ସାଥିରେ ଥାଏ, ସେ ହେଉଛି ବନ୍ଧୁ। ଓଡିଆରେ ଗୋଟିଏ ସୁନ୍ଦର ଗୀତ ଅଛି ‘ ଆରେ ମିତ, ଆ ସଙ୍ଗାତ, ମୁହଁ ଶୁଖାନି...ଏ ଗାଁର ପୁଅ ତୁ, ଏ ଗାଁର ମଉଡମଣି...’

ତୋର ମୋର ଦୋସ୍ତି

ବନ୍ଧୁତ୍ବ ବିଶ୍ବର ସବୁଠାରୁ ଅମୂଲ୍ୟ ସମ୍ପତ୍ତି । ପ୍ରକୃତ ବନ୍ଧୁ ଆଉ ଜଣେ ବନ୍ଧୁଙ୍କୁ କେବେ ବି ଅସୁବିଧା ସମୟରେ ଦେଖି ପାରେନା। ସାହାଯ୍ୟ କରିବା ପାଇଁ ସେ ସବୁ କିଛି କରିଥାଏ। ଯେଉଁ କଥା କାହା ଆଗରେ କହି ହୁଏନା, ସେହି କଥା ବନ୍ଧୁ ଆଗରେ ହିଁ କହି ହୋଇଥାଏ। କାରଣ ସେ ହିଁ ଏମିତି ଜଣେ ମଣିଷ, ଯାହା ଆଗରେ ଦୁଃଖ କହିଲେ ମନ ହାଲ୍‌କା ହୋଇଯାଏ। ବନ୍ଧୁ ବିନା ଜୀବନ ବିତାଇବା ବଡ କଷ୍ଟସାଧ୍ୟ ।

ବନ୍ଧୁଟିଏ ଟିକେ ରାଗିଗଲେ କିମ୍ବା ମନ ଦୁଃଖ କଲେ ଜମା ବି ଭଲ ଲାଗେନା। କେମିତି ମନୁଆ ସାଙ୍ଗକୁ ବୁଝାଇବି, ତାହା ମନକୁ ଆନ୍ଦୋଳିତ କରୁଥାଏ। ବନ୍ଧୁର ପରିଭାଷା ବ୍ୟାପକ। ଏହା ଅମୂଲ ମୂଲ। ବନ୍ଧୁତ୍ବ ଭଗବାନଙ୍କ ସର୍ବଶ୍ରେଷ୍ଠ ଉପହାର। ପ୍ରକୃତ ବନ୍ଧୁ ଯିଏ ହୋଇଥିବ, ସେ ହିଁ ଏହି ଦିବସର ମହତ୍ତ୍ବ ବୁଝିପାରିବ। ସକାଳୁ ଉଠିଲେ ମନେ ପଡେ ସାଙ୍ଗର କଥା। ଖାଲି ସକାଳୁ କାହିଁକି, ଗୋଟିଏ ଦିନରେ ଏମିତି କୌଣସି ମୂହୁର୍ତ୍ତ ନ ଥାଏ, ଯେଉଁ ସମୟରେ ସାଙ୍ଗର କଥା ମନେ ପଡି ନଥାଏ।

ଗାଁରେ ଆମ୍ବ ତୋଳିବା ବେଳେ ହେଉ କିମ୍ବା ସନ୍ଧ୍ୟାରେ ତୋଟା ମୂଳେ ଲୁଡୁ ଖେଳିବା ବେଳେ ହେଉ। ସାଇକେଲ ଶିଖିବା ବେଳେ ଖୋଜା ହୁଏ ସାଙ୍ଗ । ପଖାଳ ଭାତ ଖାଇବା ବେଳେ ଖୋଜା ହୁଏ ସାଙ୍ଗ । ସ୍କୁଲ ଗଲା ବେଳେ ଖୋଜା ହୁଏ ସାଙ୍ଗ । ତେନ୍ତୁଳି ଗଛ ଚଢିବା ବେଳେ ଖୋଜା ହୁଏ ସାଙ୍ଗ । କଷି ଆମ୍ବକୁ ଲୁଣ ସହ ଖାଇବା ବେଳେ ଖୋଜା ହୁଏ ସାଙ୍ଗ । ବୋଉ ହାତରୁ ମାଡ ଖାଇବା ବେଳେ ଖୋଜା ହୁଏ ସାଙ୍ଗ । ମିଛ କହିବା ବେଳେ ଖୋଜା ହୁଏ ସାଙ୍ଗ। ଜୀବନରେ ସାଙ୍ଗ ହିଁ ଏମିତି ଜଣେ ପାତ୍ର, ଯିଏ ପ୍ରତ୍ୟେକ ମଣିଷର ଆବଶ୍ୟକ ହୁଏ, ପ୍ରତି ଘଣ୍ଟାରେ, ପ୍ରତି କ୍ଷଣରେ।

ପୁରାଣ କାଳରୁ ଆମେ ବନ୍ଧୁତ୍ବର ଅନେକ ଉଦାହରଣ ସହ ଅବଗତ। କୃଷ୍ଣ-ସୁଦାମା, କୃଷ୍ଣ-ଅର୍ଜୁନ, କର୍ଣ୍ଣ-ଦୁର୍ଯ୍ୟୋଧନଙ୍କ ବନ୍ଧୁତ୍ବ କଥା ଆଜି ବି ଦୋହରା ଯାଇଥାଏ। ଏମାନଙ୍କ ବନ୍ଧୁତ୍ବର ଗାଥା ବଖାଣିଲେ ଆଖିରେ ଲୁହ ଜକେଇ ଆସେ। କୃଷ୍ଣ ସୁଦାମାଙ୍କ ଅଇଁଠା ମଧ୍ୟ ଖାଇ ଦେଉଥିଲେ। ସୁଦାମାଙ୍କ ଖୁଦ ଭଜା ତାଙ୍କର ଅତି ପ୍ରିୟ। କୃଷ୍ଣ ରାଜା ହେବା ପରେ ମଧ୍ୟ ସୁଦାମାଙ୍କ ପାଦ ଧୋଇ ଦେଇଥିଲେ। ରାଜକୀୟ ଦାମୀ ଉତ୍ତରୀୟରେ ସୁଦାମାଙ୍କର ମଳି ମୁଣ୍ଡିଆ ପାଦକୁ ପୋଛି ଦେଇଥିଲେ। ଏହା ଦେଖି ସୁଦାମାଙ୍କ ଆଖିରୁ ଲୁହ ଝରି ପଡିଥିଲା। ଏହି ଦୃଶ୍ୟକୁ ଦେଖିଲେ ଆଜି ବି ଦେହ ଶିହରୀ ଉଠେ ।

ହୁଏତ କୃଷ୍ଣ ସୁଦାମାଙ୍କ ପରି ବନ୍ଧୁତ୍ବ ଆଜି ନ ମିଳି ପାରେ। କିନ୍ତୁ ଏମିତି କେତେଜଣ ବନ୍ଧୁ ଅଛନ୍ତି, ଯେଉଁମାନେ ଦୀର୍ଘ ବର୍ଷ ଧରି ତାଙ୍କ ବନ୍ଧୁତ୍ବର ବନ୍ଧନକୁ ନିବିଡତାର ସହ ବାନ୍ଧି ରଖିଛନ୍ତି । ଯାହାକୁ କେହି ଭାଙ୍ଗି ପାରିବେନି। ଅସୁବିଧାରେ ଥିବା ବେଳେ ସାଙ୍ଗ ଯଦି ଖାଲି କହିଦିଏ, ବ୍ୟସ୍ତ ହଅନା, ମୁଁ ଅଛି ପା। ତୋର ସବୁ ଠିକ୍ ହୋଇଯିବ। ଏତିକି କଥାରେ ମନରେ ସାହସ ଭରିଯାଏ। କାହିଁ କେଉଁ ଆଡୁ ବଳ ଚାଲିଆସେ।

ଏ ନେଇ ବଲିଉଡ, ଓଲିଉଡରେ ଅନେକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ସେଥିମଧ୍ୟରୁ 'ଥ୍ରୀ ଇଡିୟଟ୍‌ସ', ‘ଜିନ୍ଦେଗୀ ନା ମିଲେଗି ଦୋବାରା', 'ଦିଲ ଚାହ୍‌ତା ହୈ', 'ସୋଲେ', 'ଏ ଯୁଗର କୃଷ୍ଣସୁଦାମା, 'କଲେଜ ଟାଇମ' ପରି ଅନ୍ୟତମ। ଏଥିରେ କଳାକାରଙ୍କ ବନ୍ଧୁ ପ୍ରତି ଥିବା ପ୍ରେମ ଦର୍ଶକଙ୍କ ମନକୁ ଛୁଇଁଥାଏ। ସେଥିପାଇଁ ତ ଏହି ଚଳଚ୍ଚିତ୍ରଗୁଡିକ ଖୁବ୍ ଆଦୃତ ହୋଇପାରିଥିଲା।

ଆଜିର ଏହି ପବିତ୍ର ଦିନରେ 'ଇଟିଭି ଭାରତ' ପକ୍ଷରୁ ସମସ୍ତ ବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Aug 4, 2019, 7:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.