ETV Bharat / bharat

ବିଶ୍ବ ଫଟୋଗ୍ରାଫି ଦିବସ: ଯେଉଁଠି କ୍ୟାମେରା ଲେନ୍ସରେ କଏଦ ହୁଏ ଗରିବର ହସ - ଯେଉଁଠି କ୍ୟାମେରା ଲେନ୍ସରେ କଏଦ ହୁଏ ଗରିବର ହସ

ଆଜି ଆମେ ଆପଣଙ୍କୁ ଏମିତି ଜଣେ ଫଟୋଗ୍ରାଫରଙ୍କ ବିଷୟରେ କହିବୁ, ଯିଏ ଧନୀ ନୁହେଁ, ଦୁଃଖୀରଙ୍କିଙ୍କ ଫଟୋଗ୍ରାଫର। ସେ ହେଉଛନ୍ତି ରାଜନନ୍ଦଗାଁରେ ବାସ କରୁଥିବା 'ଅଶୋକ ଶ୍ରୀବାସ୍ତବ'। ତାଙ୍କର 15 ବର୍ଷର ଏକ ଷ୍ଟୁଡିଓ ଅଛି । ପିଲାବେଳୁ ହିଁ ତାଙ୍କର ଇଚ୍ଛା ଥିଲା ଗରିବ, ବିକଳାଙ୍ଗ, ମୃତଦେହ, ଶିଶୁମାନଙ୍କର ଫଟୋକୁ ବିନା ଅର୍ଥରେ ଉଠାଇବେ। 1993 ମସିହାରେ ଛୋଟ ପିଲାଙ୍କ ଫଟୋ ଉଠାଇବା ଜିଦକୁ ସେ ଦେଖୁଥିଲେ। ସେତେବେଳେ ଗୋଟିଏ ଫଟୋର ମୂଲ୍ୟ ଥିଲା ମାତ୍ର 15 ଟଙ୍କା। କିନ୍ତୁ ଅର୍ଥ ଅଭାବରୁ ତାଙ୍କ ବାପାମା ତାଙ୍କୁ ଇଆଡୁ ସିଆଡୁ କଥା କହି ଭୁଲାଇ ଦେଉଥିଲେ। ଏହା ଅଶୋକଙ୍କ ହୃଦୟକୁ ବେଶ୍ ଛୁଇଁ ଥିଲା। ସେବେ ଠାରୁ ସେ ମନରେ ପ୍ରଣ କରିନେଇଥିଲେ ଯେ, ଯେ ପର୍ଯ୍ୟନ୍ତ ବଞ୍ଚିଥିବି, କେବଳ ଗରିବଙ୍କ ପାଇଁ ଫଟୋଗ୍ରାଫର ହେବି। କାହିଁକିନା ଏହାଦ୍ବାରା ତାଙ୍କ ମନକୁ ଶାନ୍ତି ମିଳିଥାଏ।

ବିଶ୍ବ ଫଟୋଗ୍ରାଫି ଦିବସ: ଯେଉଁଠି କ୍ୟାମେରା ଲେନ୍ସରେ କଏଦ ହୁଏ ଗରିବର ହସ

author img

By

Published : Aug 19, 2020, 7:47 PM IST

ରାୟପୁର: ଆଜି ହେଉଛି ବିଶ୍ବ ଫଟୋଗ୍ରାଫି ଦିବସ। ପ୍ରତିବର୍ଷ ଅଗଷ୍ଟ ମାସର 19 ତାରିଖରେ ଏହି ଦିବସ ପାଳନ କରାଯାଏ। ଫଟୋ ଉଠାଇବାକୁ ବା କିଏ ନ ଭଲପାଏ। ତେଣୁ ଏହି ଦିନ କେବଳ ଫଟୋଗ୍ରାଫିକୁ ବୃତ୍ତି ଭାବରେ ଗ୍ରହଣ କରୁଥିବା ବ୍ୟକ୍ତିମାନେ ହିଁ ନୁହେଁ, ବରଂ ଫଟୋ ଉଠାଉଥିବା ସଉକ ବ୍ୟକ୍ତିମାନେ ମଧ୍ୟ ଏହାକୁ ପାଳନ କରିପାରିବେ। ଦିନଥିଲା କେବଳ ହାତଗଣତି କିଛି ବ୍ୟକ୍ତିଙ୍କ ପାଖରେ କ୍ୟାମେରା ରହୁଥିଲା ଏବଂ ସେମାନେ ଫଟୋଗ୍ରାଫି ବା ଚିତ୍ରୋତ୍ତଳନ କରୁଥିଲେ, ଯୁଗ ବଦଳିବା ସହିତ ଆଧୁନିକ ସମୟରେ ସ୍ମାର୍ଟ୍ ଫୋନର ବହୁଳ ବ୍ୟବହାର ଫଳରେ ଆଜିକାଲି ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ଗୋଟିଏ ଗୋଟିଏ କ୍ୟାମେରା ରହିଛି, କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆଜିକାଲି ଯୁଗରେ ପାଖରେ ମୋବାଇଲ ଥିଲେ ମଧ୍ୟ କେହି କେହି ଏବେ ବି ଷ୍ଟୁଡିଓ ଯିବାକୁ ଭୁଲୁ ନାହାଁନ୍ତି । ତେଣିକି ସେ ପାସପୋର୍ଟ ଫଟୋ ହେଉ କି ବାହାଘର ପାଇଁ ଝିଅର ସିଙ୍ଗଲ ଫଟୋ। ମୋବାଇଲରେ ଯେତେ ଫଟୋ ଉଠାଇଲେ ବି ଷ୍ଟୁଡିଓ ଫଟୋ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଥାଏ। ଅର୍ଥ କମ ଥାଉ କି ଅଧିକା, ଲୋକେ ଷ୍ଟୁଡିଓ ଫଟୋକୁ ବେଶୀ ଗୁରୁତ୍ବ ଦେଇଥାଆନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ଜଣେ ଫଟୋଗ୍ରାଫରଙ୍କ ବିଷୟରେ କହିବୁ, ଯିଏ ଧନୀ ନୁହେଁ, ଦୁଃଖୀରଙ୍କିଙ୍କ ଫଟୋଗ୍ରାଫର। ସେ ହେଉଛନ୍ତି ରାଜନନ୍ଦଗାଁରେ ବାସ କରୁଥିବା 'ଅଶୋକ ଶ୍ରୀବାସ୍ତବ'। ତାଙ୍କର 15 ବର୍ଷର ଏକ ଷ୍ଟୁଡିଓ ଅଛି । ପିଲାବେଳୁ ହିଁ ତାଙ୍କର ଇଚ୍ଛା ଥିଲା ଗରିବ, ବିକଳାଙ୍ଗ, ମୃତଦେହ, ଶିଶୁମାନଙ୍କର ଫଟୋକୁ ବିନା ଅର୍ଥରେ ଉଠାଇବେ। 1993 ମସିହାରେ ଛୋଟ ପିଲାଙ୍କ ଫଟୋ ଉଠାଇବା ଜିଦିକୁ ସେ ଦେଖୁଥିଲେ। ସେତେବେଳେ ଗୋଟିଏ ଫଟୋର ମୂଲ୍ୟ ଥିଲା ମାତ୍ର 15 ଟଙ୍କା। କିନ୍ତୁ ଅର୍ଥ ଅଭାବରୁ ତାଙ୍କ ବାପାମା ତାଙ୍କୁ ଇଆଡୁ ସିଆଡୁ କଥା କହି ଭୁଲାଇ ଦେଉଥିଲେ। ଏହା ଅଶୋକଙ୍କ ହୃଦୟକୁ ବେଶ୍ ଛୁଇଁ ଥିଲା। ସେବେ ଠାରୁ ସେ ମନରେ ପ୍ରଣ କରିନେଇଥିଲେ ଯେ, ଯେ ପର୍ଯ୍ୟନ୍ତ ବଞ୍ଚିଥିବି, କେବଳ ଗରିବଙ୍କ ପାଇଁ ଫଟୋଗ୍ରାଫର ହେବି। କାହିଁକିନା ଏହାଦ୍ବାରା ତାଙ୍କ ମନକୁ ଶାନ୍ତି ମିଳିଥାଏ।

ବିଶ୍ବ ଫଟୋଗ୍ରାଫି ଦିବସ: ଯେଉଁଠି କ୍ୟାମେରା ଲେନ୍ସରେ କଏଦ ହୁଏ ଗରିବର ହସ

ଏ ସମ୍ପର୍କରେ ସେ ରାଜନନ୍ଦଗାଁର 'ଇଟିଭି ଭାରତ' ପ୍ରତିନିଧିଙ୍କ ସହ କଥାହେଲାବେଳେ କହିଥିଲେ। ସେ ଆହୁରି କହିଥିଲେ ଯେ, ଫଟୋଗ୍ରାଫି କ୍ଷେତ୍ରରେ ସେ 40 ବର୍ଷ ବିତାଇସାରିଲେଣି। ସେ ଅନ୍ୟ ଲୋକଙ୍କ ଫଟୋ ଉଠାଇବା ସହ ବିଶେଷ କରି ଗରିବ, ଦିବ୍ୟାଙ୍ଗ, ଅସହାୟ ଅବସ୍ଥାରେ ପଡିଥିବା ମୃତଦେହର ଫଟୋ ନିଃଶୁଳ୍କ ଉଠାଇଥାଆନ୍ତି । ତାଙ୍କ ଷ୍ଟୁଡିଓର ପରିସର ବହୁତ ଛୋଟ, ଯେଉଁଥିରେ ସେ ସବୁ ପ୍ରକାରର ଫଟୋ ସାଇତି ରଖିଛନ୍ତି।

ସେ ତାଙ୍କ ଫଟୋଗ୍ରାଫି କ୍ୟାରିୟର ଗରିବ, ଦିବ୍ୟାଙ୍ଗଙ୍କ ଫଟୋ ଉଠାରୁ ହିଁ କରିଥିଲେ। କାହିଁକିନା ଯେତେବେଳେ ସେ ଏକ କର୍ମଚାରୀ ଭାବେ ଏକ ସ୍ଥାନୀୟ ଷ୍ଟୁଡିଓରେ କାମ କରୁଥିଲେ, ସେତେବେଳେ ଟଙ୍କା ନଥିବା କାରଣରୁ ଛୋଟ ଶିଶୁ ଏବଂ ମୂଲିଆ ଶ୍ରେଣୀର ଲୋକଙ୍କୁ ଷ୍ଟୁଡିଓରୁ ମନଦୁଃଖ କରି ଫେରି ଯାଉଥିବାର ବହୁଥର ଦେଖିଥିଲେ। ଏହାକୁ ଦେଖି ସେ ଏକ ପ୍ରକାର ଦୁଃଖରେ ଭାଙ୍ଗି ପଡୁଥିଲେ। ତେଣୁ ସେ ମନେ ମନେ ଭାବିନେଇଥିଲେ ଯେ, ସେ ଯେବେ ଏକ ଷ୍ଟୁଡିଓ କରିବେ, ସେ ଷ୍ଟୁଡିଓରେ ଦାରିଦ୍ର୍ୟ ଯାତନାରେ ପୀଡିତ ଲୋକଙ୍କ ପାଇଁ ନିଃଶୁଳ୍କ ଫଟୋଗ୍ରାଫି କରିବେ।

ସେ ଯେବେ ପ୍ରଥମେ ଷ୍ଟୁଡିଓ ଖୋଲିଲେ, ସେବେ ସେ ଗରିବ ଲୋକଙ୍କ ପାଇଁ ଫଟୋ ଉଠା କାମ ପ୍ରଥମେ ଆରମ୍ଭ କଲେ। ଧୀରେ ଧୀରେ ଏହି ପର୍ଯ୍ୟାୟ ଚାଲୁ ରହିଲା। ଏବଂ ଗରିବ ଓ ନିଃସହାୟ ଲୋକଙ୍କ ଆଗମନ ତାଙ୍କ ଷ୍ଟୁଡିଓକୁ ବଢିବାକୁ ଲାଗିଲା। ବିନା ଅର୍ଥରେ ଫଟୋ ଉଠାଇ ଶିଶୁଙ୍କ ସହିତ ଦିବ୍ୟାଙ୍ଗମାନଙ୍କ ମୁହଁରେ ହସ ଫୁଟି ଉଠିଲା। ଅଶୋକଙ୍କୁ ସମସ୍ତେ ଭୁରିଭୁରି ପ୍ରଶଂସା କଲେ। ସବୁଆଡେ ତାଙ୍କ ନାଁର ଚର୍ଚ୍ଚା ହେବାକୁ ଲାଗିଲା। ଏବେ ବି ତାଙ୍କ ଷ୍ଟୁଡିଓକୁ ବିପିଏଲ କାର୍ଡ ଧରି ପୁରା ପରିବାର ଆସିଥାଆନ୍ତି ଓ ବିନା ଟଙ୍କାରେ ଫଟୋ ଉଠାଇକି ଯାଆନ୍ତି । ସେ କୁହନ୍ତି ଯେ, ଏଥିରେ ତାଙ୍କୁ ଆତ୍ମସନ୍ତୋଷ ମିଳିଥାଏ। ସେ ତାଙ୍କ ପିଲାମାନଙ୍କୁ ମଧ୍ୟ ଏହି ରାସ୍ତାରେ ଯିବାକୁ ଶିଖାଇବେ।

କେବଳ ଏତିକି ନୁହେଁ, ରାସ୍ତାରେ ପଡିଥିବା ମୃତଦେହ ଗୁଡିକର ଫଟୋ ମଧ୍ୟ ସେ ଉଠାଇଥାଆନ୍ତି । କାରଣ ପୋଲିସ ଏହି ଫଟୋ ଗୁଡିକୁ ତାଙ୍କ ଘର ଲୋକଙ୍କୁ ପଠାଇଥାଏ। ଏହା ଆଜି କି କାଲିର କାମ ନୁହେଁ, ଏହା ସେ ଦୀର୍ଘ 25 ବର୍ଷ ହେଲା କରି ଆସୁଛନ୍ତି । ଏଥିପାଇଁ ପୋଲିସ ବିଭାଗ ମଧ୍ୟ ତାଙ୍କୁ ଖୁବ୍ ପ୍ରଶଂସା କରନ୍ତି । ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ହତ୍ୟା ହେଲେ, ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଃଶୁଳ୍କ ଫଟୋ ଉଠାଇଥାଆନ୍ତି ।

ଏହି କାମ ପାଇଁ ତାଙ୍କ ପରିବାର ଲୋକେ ତାଙ୍କୁ ବହୁତ ସାହାଯ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ମନୋବଳ ବଢାଇବା ସହ ପ୍ରେରଣା ଯୋଗାଇଥାଆନ୍ତି । ଆଜିକାଲିର ମହଙ୍ଗା ଯୁଗରେ ପାଣି ଗ୍ଲାସ ବି କେହି ମାଗଣାରେ ଦେଉନାହାଁନ୍ତି, କିନ୍ତୁ ସେ ଗରିବ ଲୋକଙ୍କ ଫଟୋ ମାଗଣାରେ ଉଠାଉଛନ୍ତି, ଏହାଠାରୁ ବଡ କଥା ବା ଆଉ କଣ ହୋଇପାରେ। ନିଃସହାୟ ଲୋକଙ୍କ ମୁହଁରେ ଅଶୋକ ଫଟୋଗ୍ରାଫରଙ୍କ ପ୍ରଶଂସା ଓ ଆର୍ଶୀବାଦ।

ଏହି ନିଃସ୍ବାର୍ଥପର ସେବା ଯୋଗୁଁ ସେ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ସଂଗଠନ ତରଫରୁ ତାଙ୍କୁ ସମ୍ମାନୀତ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.