ହାଇଦ୍ରାବାଦ: ସ୍ବତନ୍ତ୍ର ଅପରେସନ ଟିମକୁ ଏକ ବଡ ସଫଳତା ମିଳିଛି । ଭୋଙ୍ଗିର ଜୋନର ସ୍ବତନ୍ତ୍ର ଅପରେସନ ଟିମ ସ୍ଥାନୀୟ ପୋଲିଲ ସହ ମିଶି ପାଖାପାଖି 3 କୋଟି ଟଙ୍କାର ବିଦେଶୀ ମୁଦ୍ରା ଜବତ କରିଛି ।
ବନସ୍ଥଳୀପୁରମରୁ 2,93,27,265 ଟଙ୍କାର ଏହି ବିଦେଶୀ ମୁଦ୍ରା ଜବତ ହୋଇଥିବା ନେଇ ସୂଚନା ମିଳିଛି । ଏଥିସହିତ ଏହି ଘଟଣାରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।