ନୂଆଦିଲ୍ଲୀ: ଦେଶରେ 3.0 ଲକ ଡାଉନ ସମୟରେ କଟକଣା ହ୍ରାସ କରୁ କରୁ ଫ୍ୟାକ୍ଟ୍ରି ଓ ପ୍ଲାଣ୍ଟରେ ଦୁର୍ଘଟଣା ଘଟିଯାଇଛି । ଯାହାକୁ ନଜରରେ ରଖି କେନ୍ଦ୍ରମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଶିଳ୍ପାନୁଷ୍ଠାନ ପାଇଁ ଏକ ଗାଇଡଲାଇନ ଜାରି କରାଯାଇଛି । ବିପଦ ଅଞ୍ଚଳରେ ଥିବା ଶିଳ୍ପ ୟୁନିଟ୍ ଗୁଡିକ ଉପରେ ସରକାର ବିଶେଷ ସତର୍କତା ଅବଲମ୍ବନ କରିଛନ୍ତି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ଜାରି ହୋଇଥିବା ଏହି ନିର୍ଦ୍ଦେଶାବଳୀରେ ଜିଲ୍ଲା ପ୍ରଶାସନର ଭୂମିକା ସ୍ଥିର କରାଯାଇଛି।
ଲକଡାଉନ୍ ଖୋଲିବା ପରେ ଯଦି କୌଣସି ଶିଳ୍ପ ୟୁନିଟ୍ କାମ ଆରମ୍ଭ କରେ, ତେବେ ପ୍ରଥମ ସପ୍ତାହ କେବଳ ପରୀକ୍ଷଣ ରୂପରେ କିମ୍ବା କାରଖାନା ଚାଲିବା ପାଇଁ କାମ କରିବ । ଏହା ସହ କାରଖାନା ପରିଚାଳନା ସମସ୍ତ ସୁରକ୍ଷା ନିୟମ ପାଳନ କରିବେ । ପ୍ରଥମ ସପ୍ତାହରେ ଉଚ୍ଚ ଉତ୍ପାଦନ ଲକ୍ଷ୍ୟ ହାସଲ ନ କରିବାକୁ କୁହାଯାଇଛି ।
ବିପଦର ଆଶଙ୍କା କମାଇବାକୁ ସ୍ୱତନ୍ତ୍ର ଯନ୍ତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ସଚେତନତା ଅବଲମ୍ବନ କରିବେ । କର୍ମଚାରୀ ହୁଅନ୍ତୁ ଅବା ଇଞ୍ଜିନିୟର ଯଦି ମେସିନରୁ ବିଚିତ୍ର ଧ୍ୱନି, ଅଦ୍ଭୁତ ଗନ୍ଧ, ଖୋଲା ତାର, କମ୍ପନ, ଲିକ୍ କିମ୍ବା ଧୂଆଁ ବାହାରେ ତେବେ ତାହାକୁ ମରାମତି କରିବେ । ନଚେତ କାରଖାନା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ କାରଖାନାରେ ଥିବା ଯନ୍ତ୍ର ଗୁଡିକୁ ସମୟ ସମୟରେ ଯାଞ୍ଚ କରାଇବେ ।
ଯଦି କାରଖାନାରେ ବୈଷୟିକ ସମସ୍ୟା ରହିଥାଏ କିମ୍ବା ସ୍ଥାନୀୟ ସ୍ତରରେ ଏହାକୁ ଠିକ କରାଯାଇନପାରେ ତେବେ କାରଖାନା ପରିଚାଳନା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହିତ ଯୋଗାଯୋଗ କରିବା ଉଚିତ । ନିର୍ମାଣ ଶିଳ୍ପାନୁଷ୍ଠାନ ପାଇଁ ମଧ୍ୟ କେତେକ ଗାଇଡଲାଇନ ଜାରି ହୋଇଛି । କଞ୍ଚାମାଲଗୁଡିକର ସଂରକ୍ଷଣ ଯାଞ୍ଚ କରିବା । ଲକଡାଉନ କାରଣ ଯେମିତି କଞ୍ଚାମାଲ ନଷ୍ଟ ନ ହୁଏ । ନଚେତ ଏହା ସାମାନ୍ୟ ଖରାପକୁ ବିଷାକ୍ତ ହୋଇପାରେ । ନିର୍ମାଣ ଶିଳ୍ପାନୁଷ୍ଠାନ ପାଇଁ ମଧ୍ୟ କେତେକ ଗାଇଡଲାଇନ ଜାରି ହୋଇଛି ।